ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ…

ପୁଣେ,୨୫।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟର ଦ୍ୱିତୀୟ ଦିନରେ ଏହି ଉପଲବ୍ଧି ହାସଲ କରିଛନ୍ତି। ତେବେ ସେ ଚଳିତ ବର୍ଷ ଏଭଳି ଉପଲବ୍ଧି ହାସଲ କରିଥିବା ପ୍ରଥମ ଭାରତୀୟ ମଧ୍ୟ ପାଲଟିଛନ୍ତି। ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ୧୪ ଟେଷ୍ଟରେ ୫୯.୩୧ ହାରରେ ୫ ଶତକ ଏବଂ ୪ ଅର୍ଦ୍ଧଶତକ ସହ […] The post ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ… appeared first on Dharitri Odia News.

ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ…
ପୁଣେ,୨୫।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟର ଦ୍ୱିତୀୟ ଦିନରେ ଏହି ଉପଲବ୍ଧି ହାସଲ କରିଛନ୍ତି। ତେବେ ସେ ଚଳିତ ବର୍ଷ ଏଭଳି ଉପଲବ୍ଧି ହାସଲ କରିଥିବା ପ୍ରଥମ ଭାରତୀୟ ମଧ୍ୟ ପାଲଟିଛନ୍ତି। ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ୧୪ ଟେଷ୍ଟରେ ୫୯.୩୧ ହାରରେ ୫ ଶତକ ଏବଂ ୪ ଅର୍ଦ୍ଧଶତକ ସହ ୧୩୦୫ ରନ୍‌ କରି ତାଲିକା ଶୀର୍ଷରେ ଅଛନ୍ତି।
୨୦୨୪ରେ ଏଯାବତ ଖେଳିଥିବା ୧୦ ଟେଷ୍ଟରେ ଯଶସ୍ବୀ ୭୫.୮୮ ଷ୍ଟ୍ରାଇକ୍‌ ରେଟ୍‌ରେ ୧୦୦୭ରନ୍‌ କରିଥିଲେ। ଗତ ବର୍ଷ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରି ୧୭୧ ରନ୍‌ କରିବା ପରେ ସେ ଆଗକୁ ବଢ଼ି ଚାଲିଛନ୍ତି। ଏବେ ତାଙ୍କର ଆଗାମୀ ଲକ୍ଷ୍ୟ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜ ଉପରେ ରହିବ।

The post ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ… appeared first on Dharitri Odia News.