ପ୍ରେମିକାଙ୍କୁ ଭେଟିବାକୁ ଯିବାରୁ ନାବାଳକଙ୍କୁ ପିଟି ହତ୍ୟା

ଭୋପାଳ, ୨୮ା୭: ମଧ୍ୟପ୍ରଦେଶର ରତନାମ ଜିଲାର ନାମଲି ଅଞ୍ଚଳସ୍ଥିତ ମେସାଭା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବାଳକ ଆୟୁଷ ମାଲବ୍ୟଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଆୟୁଷ ନିଜ ପ୍ରେମିକାଙ୍କୁ ଭେଟିବାକୁ ମେସାଭା ଗ୍ରାମରେ ଥିବା ତାଙ୍କ ଘରକୁ ଆସିଥିଲେ। ପ୍ରେମିକାଙ୍କ ବାପା ଏବଂ ୮ରୁ ୧୦ ଗ୍ରାମବାସୀ ଏଥିରେ ଆପତ୍ତି ପ୍ରକାଶ କରି ଆୟୁଷଙ୍କୁ ଏକ ଗଛରେ ବାନ୍ଧି ତାଙ୍କୁ ପ୍ରଥମେ ଲଣ୍ଡା କରିଥିଲେ। ପରେ ସେମାନେ ତାଙ୍କୁ ଅନବରତ ମାଡ଼ ମାରିଥିଲେ। ଫଳରେ […] The post ପ୍ରେମିକାଙ୍କୁ ଭେଟିବାକୁ ଯିବାରୁ ନାବାଳକଙ୍କୁ ପିଟି ହତ୍ୟା appeared first on Dharitri Odia News.

ପ୍ରେମିକାଙ୍କୁ ଭେଟିବାକୁ ଯିବାରୁ ନାବାଳକଙ୍କୁ ପିଟି ହତ୍ୟା

ଭୋପାଳ, ୨୮ା୭: ମଧ୍ୟପ୍ରଦେଶର ରତନାମ ଜିଲାର ନାମଲି ଅଞ୍ଚଳସ୍ଥିତ ମେସାଭା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବାଳକ ଆୟୁଷ ମାଲବ୍ୟଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଆୟୁଷ ନିଜ ପ୍ରେମିକାଙ୍କୁ ଭେଟିବାକୁ ମେସାଭା ଗ୍ରାମରେ ଥିବା ତାଙ୍କ ଘରକୁ ଆସିଥିଲେ। ପ୍ରେମିକାଙ୍କ ବାପା ଏବଂ ୮ରୁ ୧୦ ଗ୍ରାମବାସୀ ଏଥିରେ ଆପତ୍ତି ପ୍ରକାଶ କରି ଆୟୁଷଙ୍କୁ ଏକ ଗଛରେ ବାନ୍ଧି ତାଙ୍କୁ ପ୍ରଥମେ ଲଣ୍ଡା କରିଥିଲେ। ପରେ ସେମାନେ ତାଙ୍କୁ ଅନବରତ ମାଡ଼ ମାରିଥିଲେ। ଫଳରେ ଆୟୁଷଙ୍କର ମୃତ୍ୟୁ ହୋଇଯାଇଥିଲା। ରବିବାର ପୋଲିସ ଆୟୁଷଙ୍କ ମୃତ୍ୟୁକୁ ନେଇ ତାଙ୍କ ପ୍ରେମିକାଙ୍କ ବାପା ଏବଂ ଗ୍ରାମର ଅନ୍ୟ ୩ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

The post ପ୍ରେମିକାଙ୍କୁ ଭେଟିବାକୁ ଯିବାରୁ ନାବାଳକଙ୍କୁ ପିଟି ହତ୍ୟା appeared first on Dharitri Odia News.