ପ୍ରେମିକାଙ୍କୁ ହତ୍ୟା କଲେ ସିଆରପିଏଫ୍‌ କନଷ୍ଟେବଳ

କଚ୍ଛ: ଗୁଜରାଟର କଚ୍ଛ ଜିଲାରେ ଜଣେ ସିଆରପିଏଫ୍‌ କନଷ୍ଟେବଳ ଶୁକ୍ରବାର ରାତିରେ ପ୍ରେମିକାଙ୍କୁ ହତ୍ୟା କରିବାପରେ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଦିଲୀପ ଡାଙ୍ଗଛିଆ ନାମକ ଏହି ଅଭିଯୁକ୍ତ ସିଆରପିଏଫ୍‌ କନଷ୍ଟେବଳ ଭାବେ ମଣିପୁରରେ କାର୍ଯ୍ୟ କରୁଥିବାବେଳେ ଅଞ୍ଜାର ଥାନାର ମହିଳା ଏଏସ୍‌ଆଇ ଅରୁଣାବେନ ଯାଦଭଙ୍କୁ ପ୍ରେମ କରୁଥିଲେ। ଏପରିକି ସେମାନେ ଲିଭ୍‌-ଇନ୍‌ରେ ମଧ୍ୟ ରହୁଥିଲେ। ଶୁକ୍ରବାର ରାତିରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବାବେଳେ ଅରୁଣା ତାଙ୍କ ଶାଶୂଙ୍କ ସମ୍ପର୍କରେ ପ୍ରତିକୂଳ […]

ପ୍ରେମିକାଙ୍କୁ ହତ୍ୟା କଲେ ସିଆରପିଏଫ୍‌ କନଷ୍ଟେବଳ

କଚ୍ଛ: ଗୁଜରାଟର କଚ୍ଛ ଜିଲାରେ ଜଣେ ସିଆରପିଏଫ୍‌ କନଷ୍ଟେବଳ ଶୁକ୍ରବାର ରାତିରେ ପ୍ରେମିକାଙ୍କୁ ହତ୍ୟା କରିବାପରେ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଦିଲୀପ ଡାଙ୍ଗଛିଆ ନାମକ ଏହି ଅଭିଯୁକ୍ତ ସିଆରପିଏଫ୍‌ କନଷ୍ଟେବଳ ଭାବେ ମଣିପୁରରେ କାର୍ଯ୍ୟ କରୁଥିବାବେଳେ ଅଞ୍ଜାର ଥାନାର ମହିଳା ଏଏସ୍‌ଆଇ ଅରୁଣାବେନ ଯାଦଭଙ୍କୁ ପ୍ରେମ କରୁଥିଲେ। ଏପରିକି ସେମାନେ ଲିଭ୍‌-ଇନ୍‌ରେ ମଧ୍ୟ ରହୁଥିଲେ। ଶୁକ୍ରବାର ରାତିରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବାବେଳେ ଅରୁଣା ତାଙ୍କ ଶାଶୂଙ୍କ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଦିଲୀପ ଅରୁଣାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଉଭୟ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିଲେ ବୋଲି ଦିଲୀପଙ୍କ ପରିବାର ପକ୍ଷରୁ କୁହାଯାଇଛି।