ପ୍ରେମିକାର ଧୋକା ବନାଇଦେଲା  ଆଇଏଏସ । ବ୍ରେକଅପ ପରେ ଆସିଲା ଏକାଗ୍ରତା

କନକ ବ୍ୟୁରୋ :  ପ୍ରେମ କାହାକୁ କେତେବେଳେ କେଉଁଠି ବି ପହଞ୍ଚାଇଦିଏ । ଏହି ପ୍ରେମ  ପାଇଁ କିଏ ଦାଣ୍ଡର ଭିକାରୀ ହୋଇଯାଏ ତ ଆଉ କିଏ କୋଟିପତି  ପାଲଟିଯାଏ। ସେହିପରି ପ୍ରେମରେ  ପାଇଥିବା ଧୋକା କାହାର ଜୀବନ ନେଇଯାଇଥାଏ ତ କିଏ  ମରି ମରି ବଞ୍ଚିଥାଏ । ଧୋକା ପାଇଥିବା  ବ୍ୟକ୍ତି ଜଣଙ୍କ ପାଇଁ ଅତିତକୁ ଭୁଲି ଆଗକୁ ବଢିବା କାଠିକର ପାଠ ହୋଇଯାଇଥାଏ । ହୁଏତ କିଏ କିଏ ଏଥିରୁ ବାହାରି ନପାରି ଜୀବନ ମଧ୍ୟ ହାରିଦେଇଥାଆନ୍ତି.. କିନ୍ତୁ ପ୍ରେମରେ ଧୋକା ପାଇ ଜୀବନକୁ ଶେଷ୍‌ କରିବା  ନିଷ୍ପତ୍ତି ସବୁଠାରୁ ଘୃଣ୍ୟ ନିଷ୍ପତ୍ତି । ଜୀବନ ହାରିବା ପରିବର୍ତ୍ତେ ଧୋକା ଦେଇଥିବା ପ୍ରତାରଣା କରିଥିବା ବ୍ୟକ୍ତିକୁ ବଞ୍ଚିକି ଦେଖେଇଦେବା ଉଚିତ ଯେ ସେ ତାର ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷ ହରାଇଦେଲା ।   Photograph: (g) ଆପଣ ଭାବୁଥିବେ ଗୋଟିଏ ନିଷ୍କପଟ ହୃଦୟ ଯେତେବେଳେ ଧୋକା ପାଏ ସେତେବେଳେ ସବୁ ଭୁଲି ଆଗକୁ ବଢିବା ତା ପାଇଁ ବହୁତ କଷ୍ଟ ହୋଇପଡେ । କିନ୍ତୁ ନାଁ .. ଯଦି ଏପରି ଚିନ୍ତାଧାରା ରଖୁଛନ୍ତି  ତେବେ ତାହା ସମ୍ପୂର୍ଣ୍ଣ ଭୁଲ। କାରଣ  ଆମେ ଆପଣଙ୍କୁ ଏପରି  ଜଣେ ଧୋକା ପାଇଥିବା ପ୍ରେମିକଙ୍କ  ସମ୍ପର୍କରେ କହିବାକୁ ଯାଉଛି ଯାହା ଆପଣ ଶୁଣିଲେ ବଲିଉଡ  ଫିଲ୍ମ  ସାଦି ମୈ ଜରୁର ଆନାର ଚର୍ଚ୍ଚିତ ଗୀତ ଠୁକରା କର ମେରା ପ୍ୟାର ନିଶ୍ଚୟ ମନ ପଡିଯିବ । ଫିଲ୍ମରେ ରାଜକୁମାର ରାଓ  ଗର୍ଲଫ୍ରେଣ୍ଡ ଠାରୁ ଧୋକା ଖାଇବା ପରେ  ଆଇଏଏସ ହୋଇଥିଲେ

ପ୍ରେମିକାର ଧୋକା ବନାଇଦେଲା  ଆଇଏଏସ । ବ୍ରେକଅପ ପରେ ଆସିଲା ଏକାଗ୍ରତା

କନକ ବ୍ୟୁରୋ :  ପ୍ରେମ କାହାକୁ କେତେବେଳେ କେଉଁଠି ବି ପହଞ୍ଚାଇଦିଏ । ଏହି ପ୍ରେମ  ପାଇଁ କିଏ ଦାଣ୍ଡର ଭିକାରୀ ହୋଇଯାଏ ତ ଆଉ କିଏ କୋଟିପତି  ପାଲଟିଯାଏ। ସେହିପରି ପ୍ରେମରେ  ପାଇଥିବା ଧୋକା କାହାର ଜୀବନ ନେଇଯାଇଥାଏ ତ କିଏ  ମରି ମରି ବଞ୍ଚିଥାଏ । ଧୋକା ପାଇଥିବା  ବ୍ୟକ୍ତି ଜଣଙ୍କ ପାଇଁ ଅତିତକୁ ଭୁଲି ଆଗକୁ ବଢିବା କାଠିକର ପାଠ ହୋଇଯାଇଥାଏ । ହୁଏତ କିଏ କିଏ ଏଥିରୁ ବାହାରି ନପାରି ଜୀବନ ମଧ୍ୟ ହାରିଦେଇଥାଆନ୍ତି.. କିନ୍ତୁ ପ୍ରେମରେ ଧୋକା ପାଇ ଜୀବନକୁ ଶେଷ୍‌ କରିବା  ନିଷ୍ପତ୍ତି ସବୁଠାରୁ ଘୃଣ୍ୟ ନିଷ୍ପତ୍ତି । ଜୀବନ ହାରିବା ପରିବର୍ତ୍ତେ ଧୋକା ଦେଇଥିବା ପ୍ରତାରଣା କରିଥିବା ବ୍ୟକ୍ତିକୁ ବଞ୍ଚିକି ଦେଖେଇଦେବା ଉଚିତ ଯେ ସେ ତାର ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷ ହରାଇଦେଲା ।  

ias
Photograph: (g)

ଆପଣ ଭାବୁଥିବେ ଗୋଟିଏ ନିଷ୍କପଟ ହୃଦୟ ଯେତେବେଳେ ଧୋକା ପାଏ ସେତେବେଳେ ସବୁ ଭୁଲି ଆଗକୁ ବଢିବା ତା ପାଇଁ ବହୁତ କଷ୍ଟ ହୋଇପଡେ । କିନ୍ତୁ ନାଁ .. ଯଦି ଏପରି ଚିନ୍ତାଧାରା ରଖୁଛନ୍ତି  ତେବେ ତାହା ସମ୍ପୂର୍ଣ୍ଣ ଭୁଲ। କାରଣ  ଆମେ ଆପଣଙ୍କୁ ଏପରି  ଜଣେ ଧୋକା ପାଇଥିବା ପ୍ରେମିକଙ୍କ  ସମ୍ପର୍କରେ କହିବାକୁ ଯାଉଛି ଯାହା ଆପଣ ଶୁଣିଲେ ବଲିଉଡ  ଫିଲ୍ମ  ସାଦି ମୈ ଜରୁର ଆନାର ଚର୍ଚ୍ଚିତ ଗୀତ ଠୁକରା କର ମେରା ପ୍ୟାର ନିଶ୍ଚୟ ମନ ପଡିଯିବ । ଫିଲ୍ମରେ ରାଜକୁମାର ରାଓ  ଗର୍ଲଫ୍ରେଣ୍ଡ ଠାରୁ ଧୋକା ଖାଇବା ପରେ  ଆଇଏଏସ ହୋଇଥିଲେ।  କିନ୍ତୁ ଏହା ତ ଥିଲା ଫିଲ୍ମ ହେଲେ ବାସ୍ତବ ଜୀବନରେ ଏପରି  ରୋଚକ ଘଟଣା ସାମ୍ନାକୁ  ଆସିଛି ।

IAS love

ପାଟନାର  ଏପରି ଜଣେ ଯୁବକ  ପ୍ରେମରେ ଧୋକା ଖାଇବା ପରେ  ନିଜ ଭାଗ୍ୟ ବଦଳାଇବା ପାଇଁ ଦୃଢ ନିଷ୍ପତ୍ତି ନେଇଥିଲେ । ଧୋକେବାଜ  ପ୍ରେମିକାକୁ ଭଲିବାକୁ ଶତପ୍ରତିଶତ ଚେଷ୍ଟା କରିବାରେ ଲାଗିପଡିଲେ। ଆଉ ମନରେ ସଂକଳ୍ପ ନେଲେ ଆଇଏଏସ ହେବି.. ଆଉ ଦେଖାଇଦେବି ଯେ  ପ୍ରତରଣା, ଛଳନା ଜୀବନ ଛାରଖାର କରେନା ବରଂ ମଣିଷକୁ  ଆଗକୁ  ବଢିବାରେ ଖୁବ୍‌ ସହାୟକ ହୋଇଥାଏ । ନିଜ ଭିତରେ ଏକ ଅଦ୍ଭୁତପୂର୍ବକ  ଜୋଶ୍‌ ଆସିଥାଏ କିଛି  କରିବାର । ଯାହାର ସଦ୍ୟତମ ଉଦାହରଣ ହେଉଛନ୍ତି ଆଇଏଏସ ଅଫିସର  ଆଦିତ୍ୟ  ପାଣ୍ଡେ ।   

ଆସନ୍ତୁ ଜାଣିବା ଆଇଏଏସ ଆଦିତ୍ୟଙ୍କ ପ୍ରେମ କାହାଣୀ..


ଇଞ୍ଜିନିୟରିଙ୍ଗ କରୁଥିବାବେଳେ ହୃଦୟ ଦେଇଦେଇଥିଲେ  ପ୍ରେମିକାକୁ.. ଖାଲି ହୃଦୟ ନୁହେଁ  ପ୍ରେମିକା ପ୍ରତି ଥିଲେ ସମ୍ପୁର୍ଣ୍ଣ  ସମର୍ପିତ।   କିନ୍ତୁ ପ୍ରେମିକା ଠାରୁ ଧୋକା ପାଇବା ପରେ  କିଛି  ସମୟ ପାଇଁ ହେଉ   ଅଥବା  କିଛି ଦିନ ପାଇଁ ଭାଙ୍ଗିପଡିଥିଲେ  ଆଦିତ୍ୟ  ପାଣ୍ଡେ।  ହେଲେ ପରମୂହୂର୍ତ୍ତରେ  ଦୃଢ ଏକାଗ୍ରତା, ଇଛାଶକ୍ତି ଆଉ ସଂକଳ୍ପ  ଆଦିତ୍ୟଙ୍କୁ ଆଇଏଏସ ହେବା ପାଇଁ ଦେଇଥିଲା ପ୍ରେରଣା।  ୨୦୨୨ ରେ ୟୁପିଏସି  ପରୀକ୍ଷାରେ ଅଲ ଇଣ୍ଡିଆ ରାଙ୍କ  ୪୮ ରଖିଥିଲେ । ଯାହାର  ରେଜଲଟ ୨୦୨୩ରେ  ପ୍ରକାଶ  ପାଇଥିଲା । ଆଉ ତାପରେ ଆଇଏଏସ ହୋଇଥିଲେ ଆଦିତ୍ୟ ପାଣ୍ଡେ ।   ବର୍ତ୍ତମାନ   ଝାଡଖଣ୍ଡ  ବୁଣ୍ଡୁରେ କାର୍ଯ୍ୟରତ ଅଛନ୍ତି ଆଇଏଏସ ଆଦିତ୍ୟ । 

girl-love

ଏକ ଭିଡିଓ ରେ  ଆଦିତ୍ୟ କହିଥିଲେ ମୋର  ଦୁଇ  ତିନିଥର ବ୍ରେକଅପ ହୋଇଛି। ବେକ୍ରଅପ  କିଛି କ୍ଷଣ ପାଇଁ ପ୍ରେରଣା ଦେଇପାରେ ଯେ ହଁ ମୁଁ ଏମିତି ହୋଇ ଦେଖାଇଦେବି, ମୁଁ ସେମିତି ହୋଇଦେଖାଇଦେବି ..  କିନ୍ତୁ ଏହି ଜୋଶ  ଲମ୍ବା ସମୟ ପର୍ଯ୍ୟନ୍ତ ରହିନଥାଏ ।  ହେଲେ ଆଇଏଏସ ହେବା ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ  ମନୋବଳ ଦୃଢ  ରହିବା ଦରକାର । ଏହା ସେତେବେଳେ ଘଟିବ ଯେତେବେଳେ ଆପଣଙ୍କର ଅନ୍ତରଆତ୍ମାରୁ IAS ହେବାର ଇଚ୍ଛା ଆସିବ। ସେ ଏହାର ଭିଡିଓ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଥିଲେ।  ପ୍ରେମରେ ଧୋକା ପାଇବା ଏକ ସାଧାରଣ କଥା । ହେଲେ ଏଥିରୁ ବାହାରି କିଛି ଅଲଗା ହାସିଲ କରିବା ଦୁନିଆରେ ପରିଚିତ ହେବା ସବୁଠାରୁ ସ୍ସତନ୍ତ୍ର । ଯାହା କରିଦେଖାଇଲେ ଆଦିତ୍ୟ ପାଣ୍ଡେ ।