ପ୍ରୋଫାଇଲ ବଦଳାଇଲେ ହିଟ୍‌ମ୍ୟାନ୍, ବିଶ୍ୱ ବିଜେତା ପରେ ତ୍ରିରଙ୍ଗା ଧରି ଉଠାଇଥିଲେ ଫଟୋ

ନୂଆଦିଲ୍ଲୀ ୦୯/୦୭: ସପ୍ତାହ ପରେ ବଦଳିଛି ଆକାଉଣ୍ଟ ପ୍ରୋଫାଇଲ୍ । Xରେ ତାଙ୍କର ଆକାଉଣ୍ଟ ପ୍ରୋଫାଇଲ୍ ବଦଳାଇଛନ୍ତି । ଆମେ କହୁଛୁ ଟିମ୍ ଇଣ୍ଡିଆର କ୍ୟାପଟେନ୍‌ ରୋହିତ୍ ଶର୍ମାଙ୍କ କଥା । ଆଜ୍ଞା ହଁ ଭାରତର ବିଶ୍ୱକପ ବିଜେତା ଦଳର ଅଧିନାୟକ ରୋହିତ ଶର୍ମା ଆଜି ତାଙ୍କ ଏକ୍ସ ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇଛନ୍ତି । ବାର୍ବାଡସରେ ଭାରତୀୟ ଟିମ ଟି-୨୦ ବିଶ୍ୱକପ ଫାଇନାଲର ଜିତିଥିଲା। ଏହା ସହ ଜଡ଼ିତ ଗୋଟିଏ ଫଟୋ ରୋହିତ ତାଙ୍କ ପ୍ରୋଫାଇଲ ଫଟୋ ଭାବେ ରଖିଛନ୍ତି । କହିବାକୁ ଗଲେ ବିଶ୍ୱକପ୍ ବିଜୟୀ ପରେ ବେଶ୍ ଭାବୁକ  ହୋଇପଡିଥିଲେ ରୋହିତ୍ ଶର୍ମା । ଏମିତିକି ମୈଦାନରେ ବହୁତ କାନ୍ଦିପଡିଥିଲେ । #NewProfilePic pic.twitter.com/aDJFxW8783— Rohit Sharma (@ImRo45) July 8, 2024ପରେ ନିଜର ଇମସନ କଣ୍ଟ୍ରୋଲ କରି ବିଦେଶ ଗ୍ରାଉଣ୍ଡରେ ତ୍ରିରଙ୍ଗା ପୋତିଥିଲେ । ସେହି ସମୟରେ କ୍ୟାମେରାରେ କଏଦ ହୋଇଥିଲା ଏହି ଦୃଶ୍ୟ । ସେହି ଫଟୋକୁ ରୋହିତ ତାଙ୍କ ପ୍ରୋଫାଇଲ ଭାବେ ୟୁଜ୍ କରିଛନ୍ତି । ବାର୍ବାଡସରେ ମ୍ୟାଚ ଜିତିବା ପରେ ବିସିସିଆଇ ସମ୍ପାଦକ ଜୟ ଶାହ ଓ ଟିମ ଇଣ୍ଡିଆର ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରୋହିତ ବାର୍ବାଡସ ଆକାଶରେ ଉଡ଼ୁଥିବା ତ୍ରିରଙ୍ଗା ତଳେ ଛିଡ଼ା ହୋଇ ଫଟୋ ଉଠାଇଥିଲେ । ଏହାବାଦ ୧୧ ବର୍ଷ ପରେ ଭାରତ ପାଇଁ କୌଣସି ଆଇସିସି ଟ୍ରଫି ଜିତିଥିବା ରୋହିତ ଶର୍ମା ବାର୍ବାଡସ ପିଚ୍‌ରୁ ମାଟି ଉଠାଇ ଖାଇଥିଲେ । ଖା

ପ୍ରୋଫାଇଲ ବଦଳାଇଲେ ହିଟ୍‌ମ୍ୟାନ୍, ବିଶ୍ୱ ବିଜେତା ପରେ ତ୍ରିରଙ୍ଗା ଧରି ଉଠାଇଥିଲେ ଫଟୋ

ନୂଆଦିଲ୍ଲୀ ୦୯/୦୭: ସପ୍ତାହ ପରେ ବଦଳିଛି ଆକାଉଣ୍ଟ ପ୍ରୋଫାଇଲ୍ । Xରେ ତାଙ୍କର ଆକାଉଣ୍ଟ ପ୍ରୋଫାଇଲ୍ ବଦଳାଇଛନ୍ତି । ଆମେ କହୁଛୁ ଟିମ୍ ଇଣ୍ଡିଆର କ୍ୟାପଟେନ୍‌ ରୋହିତ୍ ଶର୍ମାଙ୍କ କଥା । ଆଜ୍ଞା ହଁ ଭାରତର ବିଶ୍ୱକପ ବିଜେତା ଦଳର ଅଧିନାୟକ ରୋହିତ ଶର୍ମା ଆଜି ତାଙ୍କ ଏକ୍ସ ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇଛନ୍ତି । 

ବାର୍ବାଡସରେ ଭାରତୀୟ ଟିମ ଟି-୨୦ ବିଶ୍ୱକପ ଫାଇନାଲର ଜିତିଥିଲା। ଏହା ସହ ଜଡ଼ିତ ଗୋଟିଏ ଫଟୋ ରୋହିତ ତାଙ୍କ ପ୍ରୋଫାଇଲ ଫଟୋ ଭାବେ ରଖିଛନ୍ତି । କହିବାକୁ ଗଲେ ବିଶ୍ୱକପ୍ ବିଜୟୀ ପରେ ବେଶ୍ ଭାବୁକ  ହୋଇପଡିଥିଲେ ରୋହିତ୍ ଶର୍ମା । ଏମିତିକି ମୈଦାନରେ ବହୁତ କାନ୍ଦିପଡିଥିଲେ । 

ପରେ ନିଜର ଇମସନ କଣ୍ଟ୍ରୋଲ କରି ବିଦେଶ ଗ୍ରାଉଣ୍ଡରେ ତ୍ରିରଙ୍ଗା ପୋତିଥିଲେ । ସେହି ସମୟରେ କ୍ୟାମେରାରେ କଏଦ ହୋଇଥିଲା ଏହି ଦୃଶ୍ୟ । ସେହି ଫଟୋକୁ ରୋହିତ ତାଙ୍କ ପ୍ରୋଫାଇଲ ଭାବେ ୟୁଜ୍ କରିଛନ୍ତି । ବାର୍ବାଡସରେ ମ୍ୟାଚ ଜିତିବା ପରେ ବିସିସିଆଇ ସମ୍ପାଦକ ଜୟ ଶାହ ଓ ଟିମ ଇଣ୍ଡିଆର ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରୋହିତ ବାର୍ବାଡସ ଆକାଶରେ ଉଡ଼ୁଥିବା ତ୍ରିରଙ୍ଗା ତଳେ ଛିଡ଼ା ହୋଇ ଫଟୋ ଉଠାଇଥିଲେ । 

ଏହାବାଦ ୧୧ ବର୍ଷ ପରେ ଭାରତ ପାଇଁ କୌଣସି ଆଇସିସି ଟ୍ରଫି ଜିତିଥିବା ରୋହିତ ଶର୍ମା ବାର୍ବାଡସ ପିଚ୍‌ରୁ ମାଟି ଉଠାଇ ଖାଇଥିଲେ । ଖାସ୍ କରି ବିଜୟକୁ ଅଧିକ ସ୍ମରଣୀୟ କରିବା ପାଇଁ ରୋହିତ ଏପରି କରିଥିଲେ ।