ପ୍ଲାଷ୍ଟିକ ଜିନିଷ ବିକ୍ରି ଆଳରେ ପିଲା ଚୋରି, ୨ଜଣଙ୍କୁ ବାନ୍ଧି ପିଟିବା ସହ ପୋଲିସ ଜିମା ଦେଲେ ଲୋକେ

ପଟ୍ଟାମୁଣ୍ଡାଇ୧୧/୧୧ : ପ୍ଲାଷ୍ଟିକ ଡବା ବିକ୍ରି ଆଳରେ କରୁଥିଲେ ପିଲା ଚୋରି । ୨ଚୋରଙ୍କୁ ନିର୍ଦ୍ଧୁମ ଛେଚି କାବୁ କଲେ ଗାଁ ଲୋକ । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ଛକରେ ଜଣେ ମହିଳା ଓ ପୁରୁଷ ଅଟକ । ଉଭୟ ନିମପୁର ଶାସନ ଗାଁକୁ ପ୍ଲାଷ୍ଟିକ ଡବା ବିକ୍ରି କରିବାକୁ ଆସିଥିଲେ । ସେଠାରେ ନିଛାଟିଆର ସୁଯୋଗ ନେଇ ଗାଁର ଅରୁଣ ମଳିକଙ୍କ ୬ ବର୍ଷର ପୁଅ ସାଇକୁ ଉଠାଇ ନେବାର ପ୍ଲାନ କରିଥିଲେ । ଗୋଟିଏ ବଡ ପ୍ଲାଷ୍ଟିକ ଡ୍ରମରେ ସାଇକୁ ପୁରାଇ ନେବାକୁ ଚେଷ୍ଟା କରୁଥିଲେ । ସେଠାରେ ଆଉ ଜଣେ ପିଲା ଦେଖି ପାଟି କରି ଗାଁ ଲୋକଙ୍କୁ ଡାକି ଦେଇଥିଲା । ସବୁ ଲୋକ ଏକାଠି ହୋଇ ୨ ପିଲା ଚୋରଙ୍କୁ ଧରି ନିର୍ଧୁମ ପିଟିବା ସହ ପଞ୍ଚାୟତ ଗୃହରେ ଅଟକ  ରଖିଥିଲେ ।  ପିଲାଟିକୁ ଡ୍ରମରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ୨ ପିଲା ଚୋରକୁ ହେପାଜକୁ ନେଇଥିଲା । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତକୁ ଆକ୍ରମଣ କରିବା ସହ ପୋଲିସ ଗାଡିକୁ ବାଡେଇ ବିରୋଧ କରିଥିଲେ । ଅଭିଯୁକ୍ତଙ୍କୁ ଧରି ପଚରାଉଚରା ପରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛି ପୋଲିସ ।   

ପ୍ଲାଷ୍ଟିକ ଜିନିଷ ବିକ୍ରି ଆଳରେ ପିଲା ଚୋରି, ୨ଜଣଙ୍କୁ ବାନ୍ଧି ପିଟିବା ସହ ପୋଲିସ ଜିମା ଦେଲେ ଲୋକେ

ପଟ୍ଟାମୁଣ୍ଡାଇ୧୧/୧୧ ପ୍ଲାଷ୍ଟିକ ଡବା ବିକ୍ରି ଆଳରେ କରୁଥିଲେ ପିଲା ଚୋରି । ୨ଚୋରଙ୍କୁ ନିର୍ଦ୍ଧୁମ ଛେଚି କାବୁ କଲେ ଗାଁ ଲୋକ । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ଛକରେ ଜଣେ ମହିଳା ଓ ପୁରୁଷ ଅଟକ । ଉଭୟ ନିମପୁର ଶାସନ ଗାଁକୁ ପ୍ଲାଷ୍ଟିକ ଡବା ବିକ୍ରି କରିବାକୁ ଆସିଥିଲେ । ସେଠାରେ ନିଛାଟିଆର ସୁଯୋଗ ନେଇ ଗାଁର ଅରୁଣ ମଳିକଙ୍କ ୬ ବର୍ଷର ପୁଅ ସାଇକୁ ଉଠାଇ ନେବାର ପ୍ଲାନ କରିଥିଲେ । ଗୋଟିଏ ବଡ ପ୍ଲାଷ୍ଟିକ ଡ୍ରମରେ ସାଇକୁ ପୁରାଇ ନେବାକୁ ଚେଷ୍ଟା କରୁଥିଲେ । 


ସେଠାରେ ଆଉ ଜଣେ ପିଲା ଦେଖି ପାଟି କରି ଗାଁ ଲୋକଙ୍କୁ ଡାକି ଦେଇଥିଲା । ସବୁ ଲୋକ ଏକାଠି ହୋଇ ୨ ପିଲା ଚୋରଙ୍କୁ ଧରି ନିର୍ଧୁମ ପିଟିବା ସହ ପଞ୍ଚାୟତ ଗୃହରେ ଅଟକ  ରଖିଥିଲେ ।  ପିଲାଟିକୁ ଡ୍ରମରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ୨ ପିଲା ଚୋରକୁ ହେପାଜକୁ ନେଇଥିଲା । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତକୁ ଆକ୍ରମଣ କରିବା ସହ ପୋଲିସ ଗାଡିକୁ ବାଡେଇ ବିରୋଧ କରିଥିଲେ । ଅଭିଯୁକ୍ତଙ୍କୁ ଧରି ପଚରାଉଚରା ପରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛି ପୋଲିସ ।