ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଲା ଆରସିବି
ବେଙ୍ଗାଲୁରୁ,୧୨ା୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)ରେ ଦିଲ୍ଳୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍କୁ ୪୭ ରନରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟରେ ୧୮୭ ରନ୍ କରିଥିଲା ଜବାବରେ ଦିଲ୍ଲୀ ୧୯.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୪୦ ରନ୍ କରିଥିଲା। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିଥିଲା। ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସି ମାତ୍ର ୬ ରନ୍ କରି […] The post ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଲା ଆରସିବି appeared first on Dharitri Odia News.
ବେଙ୍ଗାଲୁରୁ,୧୨ା୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)ରେ ଦିଲ୍ଳୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍କୁ ୪୭ ରନରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟରେ ୧୮୭ ରନ୍ କରିଥିଲା ଜବାବରେ ଦିଲ୍ଲୀ ୧୯.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୪୦ ରନ୍ କରିଥିଲା। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିଥିଲା।
ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସି ମାତ୍ର ୬ ରନ୍ କରି ଦ୍ୱିତୀୟ ଓଭରରେ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଷ୍ଟାର ବ୍ୟାଟର ବିରାଟ କୋହଲି ମାତ୍ର ୧୩ ବଲ୍ ଖେଳି ୧ ଚୌକା ଓ ୩ ଛକା ସହ ୨୭ ରନ୍ କରିଥିଲେ। କୋହଲି ଆଉଟ ହେବା ପରେ ଓ୍ବିଲ ଜ୍ୟାକ୍ସ(୪୧)ଙ୍କ ସହ ଯୋଗ ଦେଇ ରଜତ ପଟିଦାର ତୃତୀୟ ଉଇକେଟରେ ୮୮ ରନ୍ ଯୋଡିଥିଲେ। ପଟିଦାର ୩୨ ବଲ୍ ଖେଳି ୩ଟି ଲେଖାଏ ଛକା ଓ ଚୌକା ମାରି ୫୨ ରନ୍ କରିଥିଲେ। ଅନ୍ୟ ପକ୍ଷରେ ଓ୍ବିଲ୍ ଜ୍ୟାକ୍ସ ୨୯ ବଲ୍ ଖେଳି ୩ ଚୌକା ଓ ୨ ଛକା ମାରିଥିଲେ। ମଧ୍ୟକ୍ରମରେ ମହିପାଲ ଲୋମରୋର ୧୩, ଦୀନେଶ କାର୍ତ୍ତିକ ୦ ଓ ସ୍ବପ୍ନିଳ ସିଂ ୦ ନିରାଶ କରିଥିଲେ।
କାମେରନ୍ ଗ୍ରୀନ୍ ୨୪ ବଲ୍ ଖେଳି ୧ ଚୌକା ଓ ୨ ଛକା ସହ ୩୨ ରନ୍ କରି ଶେଷ ଯାଏ ଅପରାଜିତ ରହିଥିଲେ। କ୍ୟାପିଟାଲ୍ସ ପକ୍ଷରୁ ଖଲିଲ ଅହମଦ ଓ ରଶିଖ୍ ଦର ସଲାମ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୮୮ ରନ୍ର ଲକ୍ଷ୍ୟ ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ସହଜ ହେବ ବୋଲି ଆଶା କରାଯାଉଥିଲା। ତେବେ ଆରସିବି ବୋଲର ସଠିକ୍ ଲାଇନ ଲେନ୍ଥରେ ବୋଲିଂ କରି ମ୍ୟାଚକୁ ଜିତି ନେଇଥିଲେ। ଦିଲ୍ଳୀ ପକ୍ଷରୁ ଅଧିନାୟକ ଅକ୍ଷର ପଟେଲ ସର୍ବାଧିକ ୫୭ ରନ୍ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶାଇ ହୋପ୍ ୨୯ ଓ ଜେକ୍ ଫ୍ରେଜର ମ୍ୟାକ୍ଗ୍ରୁକ ୨୧ରନ୍ କରିଥିଲେ। ଅକ୍ଷର ୩୯ ବଲ୍ ଖେଳି ୫ ଚୌକା ଓ ୩ ଛକା ମାରିଥିଲେ। ଆରସିବି ପକ୍ଷରୁ ୟଶ ଦୟାଲ ୩, ଲୋକି ଫର୍ଗୁସନ ୨, ସ୍ବପ୍ନିଳ ସିଂ, ମହମ୍ମଦ ସିରାଜ ଓ କାମେରନ୍ ଗ୍ରୀନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଉଭୟ ଦଳ ସମାନ ୧୨ ପଏଣ୍ଟ ଲେଖାଏ ପାଇଥିବା ବେଳେ ଅନ୍ତିମ ମ୍ୟାଚ୍ରେ ବଡ ବ୍ୟବଧାନରେ ବିଜୟ ହାସଲ କଲେ ପ୍ଲେ ଅଫ୍ ଯିବାର ସମ୍ଭାବନା ରହିବ।
The post ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଲା ଆରସିବି appeared first on Dharitri Odia News.