ପ୍ଲେଅଫ୍ସରେ ଖେଳିବେ ନାହିଁ ବଟଲର

ନୂଆଦିଲ୍ଲୀ,୧୫ା୫: ଇଂଲଣ୍ଡର ବିସ୍ଫୋରକ ଉଇକେଟକିପର ବ୍ୟାଟର ଜସ ବଟଲର ଗୁଜରାଟ ଟାଇଟନ୍ସ (ଜିଟି) ଲାଗି ଅନ୍ତିମ ୩ ଲିଗ୍‌ ମ୍ୟାଚ୍‌ରେ ଖେଳିବେ। ହେଲେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଟି୨୦ ସିରିଜ୍‌ ଖେଳିବାକୁ ଥିବାରୁ ସେ ପ୍ଲେଅଫ୍ସ ମ୍ୟାଚ୍‌ ଲାଗି ଉପଲବ୍ଧ ରହିବେ ନାହିଁ। ଗୁଜରାଟ ୧୧ ମ୍ୟାଚ୍‌ରେ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଗୁଜରାଟ ତା’ର ବଳକା ୩ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ମେ’ ୧୮), ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (୨୨) ଓ […] The post ପ୍ଲେଅଫ୍ସରେ ଖେଳିବେ ନାହିଁ ବଟଲର appeared first on Dharitri Odia News.

ପ୍ଲେଅଫ୍ସରେ ଖେଳିବେ ନାହିଁ ବଟଲର

ନୂଆଦିଲ୍ଲୀ,୧୫ା୫: ଇଂଲଣ୍ଡର ବିସ୍ଫୋରକ ଉଇକେଟକିପର ବ୍ୟାଟର ଜସ ବଟଲର ଗୁଜରାଟ ଟାଇଟନ୍ସ (ଜିଟି) ଲାଗି ଅନ୍ତିମ ୩ ଲିଗ୍‌ ମ୍ୟାଚ୍‌ରେ ଖେଳିବେ। ହେଲେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଟି୨୦ ସିରିଜ୍‌ ଖେଳିବାକୁ ଥିବାରୁ ସେ ପ୍ଲେଅଫ୍ସ ମ୍ୟାଚ୍‌ ଲାଗି ଉପଲବ୍ଧ ରହିବେ ନାହିଁ।

ଗୁଜରାଟ ୧୧ ମ୍ୟାଚ୍‌ରେ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଗୁଜରାଟ ତା’ର ବଳକା ୩ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ମେ’ ୧୮), ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (୨୨) ଓ ଚେନ୍ନାଇ ସୁପର କିଙ୍ଗ୍ସ (୨୫)କୁ ଭେଟିବ। ଏକ ରିପୋର୍ଟ ମୁତାବକ, ପ୍ଲେଅଫ୍ସ ପର୍ଯ୍ୟାୟରେ ବଟଲରଙ୍କ ସ୍ଥାନରେ ଶ୍ରୀଲଙ୍କାର ବାମହାତୀ ବ୍ୟାଟର କୁଶାଲ ମେଣ୍ଡିସ ଖେଳିବେ। ଅନ୍ୟ ଇଂଲିଶ ଖେଳାଳିଙ୍କ ମଧ୍ୟରେ ମୋଇନ ଅଲୀ(କେକେଆର୍‌), ଜୋଫ୍ରା ଆର୍ଚ୍ଚର (ରାଜସ୍ଥାନ), ସାମ କୁରାନ ଓ ଜେମି ଓଭରଟନ (ସିଏସ୍‌କେ) ଭାରତ ଫେରିବାକୁ ମନା କରିଛନ୍ତି।

”ରବମାନ ପାଓ୍ବେଲ ଓ ଅଲୀଙ୍କ ଛଡ଼ା କେକେଆର୍‌ର ଅନ୍ୟ ସମସ୍ତ ଖେଳାଳି ଓ ସପୋର୍ଟ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଉଭୟ ପାଓ୍ବେଲ ଓ ଅଲୀ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଆସିପାରିବେ ନାହିଁ। ଆମେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ“ ବୋଲି କେକେଆର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଇଂଲଣ୍ଡର ଅଲରାଉଣ୍ଡର ଲିଆମ ଲିଭିଂଷ୍ଟୋନ ଓ ଅଷ୍ଟ୍ରେଲିଆର ଟିମ୍‌ ଡେଭିଡ ଆର୍‌ସିବି ଦଳରେ ଯୋଗଦେଇଛନ୍ତି।

The post ପ୍ଲେଅଫ୍ସରେ ଖେଳିବେ ନାହିଁ ବଟଲର appeared first on Dharitri Odia News.