ପ୍ୟାରିସ ଅଲମ୍ପିକ୍ସ ବେଳେ ହଙ୍ଗାମା; ଆଥଲେଟଙ୍କୁ ରୋମାନ୍ସ କରିବା ପଡିଲା ମହଙ୍ଗା, ଅଲମ୍ପିକ୍ସରୁ ହେଲେ ବିଦା
ନୂଆଦିଲ୍ଲୀ ୦୪।୦୮: ପ୍ୟାରିସ ଅଲମ୍ପିକ୍ସ ୨୦୨୪ । ଶେଷ ହେବାକୁ ଆଉ ମାତ୍ର କିଛି ଦିନ । ଅଲମ୍ପିକ୍ସରେ ପ୍ରତି ଦେଶର ଆଥଲେଟ୍ ନିଜ ଦେଶ ପାଇଁ ପଦକ ଜିତିବା ପାଇଁ କରୁଛନ୍ତି ଜୋରଦାର ପ୍ରୟାସ । କିନ୍ତୁ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଭିନ୍ନ ମାମଲା । ବ୍ରାଜିଲର ଜଣେ ସନ୍ତରଣକାରୀ ଆଥଲେଟଙ୍କୁ ଅଲମ୍ପିକ୍ସରୁ କରାଯାଇଛି ବାହାର । ଅର୍ଥାତ୍ ତାଙ୍କୁ ମିଳିଛି ଦଣ୍ଡ । ଏହାର କାରଣ ମଧ୍ୟ ଖୁବ୍ ରୋଚକ । ଏହି ଆଥଲେଟ୍ ଜଣକ ହେଉଛନ୍ତି ବ୍ରାଜିଲ୍ର ସନ୍ତରଣକାରୀ ଆନା କ୍ୟାରୋଲିନା ଭିଏରା । ତାଙ୍କୁ ପ୍ୟାରିସ୍ର ସଡକରେ ନିଜ ବଏଫ୍ରେଣ୍ଡ ସହ ନାଇଟ୍ ଆଉଟ୍ କରିବାର ମିଳିଛି ଦଣ୍ଡ ।୨୨ ବର୍ଷୀୟ ବ୍ରାଜିଲ୍ ସନ୍ତରଣକାରୀ ଆନା କ୍ୟାରୋଲିନା ବିନା ଅନୁମତିରେ ଅଲିମ୍ପିକ୍ ଭିଲେଜ୍ ଛାଡିବାର ଭୁଲ୍ କରିଥିଲେ । ସେ ତାଙ୍କ ପ୍ରେମିକ ଏବଂ ସାଥୀ ସନ୍ତରଣକାରୀ ଗାବ୍ରିଏଲ୍ ସାଣ୍ଟୋସଙ୍କ ସହ ନାଇଟ୍ ଆଉଟ୍ ପାଇଁ ବାହାରକୁ ଯାଇଥିଲେ । ଗାବ୍ରିଏଲ୍ ମଧ୍ୟ ଜଣେ ବ୍ରାଜିଲ୍ ସନ୍ତରଣକାରୀ । ପରଦିନ ଭିଏରା ମହିଳା ୪x୧୦୦ ମିଟର ଫ୍ରିଷ୍ଟାଇଲ୍ ରିଲେରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯେଉଁଥିରେ ବ୍ରାଜିଲ ସପ୍ତମ ସ୍ଥାନ ଅଧିକାର କରିଥିଲା । କିନ୍ତୁ ରାତିରେ ସେ କାହାକୁ ନ ଜଣାଇ ଅଲିମ୍ପିକ୍ ଭିଲେଜ ଛାଡିଥିଲେ । ଏହାର ଖବର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ସାମ୍ନାକୁ ଆସିଥିଲା । ଏହାପରେ ବ୍ରାଜିଲର ଅଲିମ୍ପିକ୍ କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ
ନୂଆଦିଲ୍ଲୀ ୦୪।୦୮: ପ୍ୟାରିସ ଅଲମ୍ପିକ୍ସ ୨୦୨୪ । ଶେଷ ହେବାକୁ ଆଉ ମାତ୍ର କିଛି ଦିନ । ଅଲମ୍ପିକ୍ସରେ ପ୍ରତି ଦେଶର ଆଥଲେଟ୍ ନିଜ ଦେଶ ପାଇଁ ପଦକ ଜିତିବା ପାଇଁ କରୁଛନ୍ତି ଜୋରଦାର ପ୍ରୟାସ । କିନ୍ତୁ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଭିନ୍ନ ମାମଲା ।
ବ୍ରାଜିଲର ଜଣେ ସନ୍ତରଣକାରୀ ଆଥଲେଟଙ୍କୁ ଅଲମ୍ପିକ୍ସରୁ କରାଯାଇଛି ବାହାର । ଅର୍ଥାତ୍ ତାଙ୍କୁ ମିଳିଛି ଦଣ୍ଡ । ଏହାର କାରଣ ମଧ୍ୟ ଖୁବ୍ ରୋଚକ । ଏହି ଆଥଲେଟ୍ ଜଣକ ହେଉଛନ୍ତି ବ୍ରାଜିଲ୍ର ସନ୍ତରଣକାରୀ ଆନା କ୍ୟାରୋଲିନା ଭିଏରା । ତାଙ୍କୁ ପ୍ୟାରିସ୍ର ସଡକରେ ନିଜ ବଏଫ୍ରେଣ୍ଡ ସହ ନାଇଟ୍ ଆଉଟ୍ କରିବାର ମିଳିଛି ଦଣ୍ଡ ।
୨୨ ବର୍ଷୀୟ ବ୍ରାଜିଲ୍ ସନ୍ତରଣକାରୀ ଆନା କ୍ୟାରୋଲିନା ବିନା ଅନୁମତିରେ ଅଲିମ୍ପିକ୍ ଭିଲେଜ୍ ଛାଡିବାର ଭୁଲ୍ କରିଥିଲେ । ସେ ତାଙ୍କ ପ୍ରେମିକ ଏବଂ ସାଥୀ ସନ୍ତରଣକାରୀ ଗାବ୍ରିଏଲ୍ ସାଣ୍ଟୋସଙ୍କ ସହ ନାଇଟ୍ ଆଉଟ୍ ପାଇଁ ବାହାରକୁ ଯାଇଥିଲେ । ଗାବ୍ରିଏଲ୍ ମଧ୍ୟ ଜଣେ ବ୍ରାଜିଲ୍ ସନ୍ତରଣକାରୀ । ପରଦିନ ଭିଏରା ମହିଳା ୪x୧୦୦ ମିଟର ଫ୍ରିଷ୍ଟାଇଲ୍ ରିଲେରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ଯେଉଁଥିରେ ବ୍ରାଜିଲ ସପ୍ତମ ସ୍ଥାନ ଅଧିକାର କରିଥିଲା । କିନ୍ତୁ ରାତିରେ ସେ କାହାକୁ ନ ଜଣାଇ ଅଲିମ୍ପିକ୍ ଭିଲେଜ ଛାଡିଥିଲେ । ଏହାର ଖବର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ସାମ୍ନାକୁ ଆସିଥିଲା । ଏହାପରେ ବ୍ରାଜିଲର ଅଲିମ୍ପିକ୍ କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବ୍ରାଜିଲର ସନ୍ତରଣ ଟିମ୍ର ମୁଖ୍ୟ ଗୁସ୍ତାଭୋ ଓଟସୁକା ଏନେଇ COBକୁ ଜଣାଇଥିଲେ । ସେ କହିଛନ୍ତି ଯେ ଭିଏରା ଟିମ୍ର ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ତାଙ୍କ ପ୍ରେମିକଙ୍କୁ କେବଳ ଚେତାବନୀ ଦିଆଯାଇଥିଲା।
COB କହିଛନ୍ତି, "ଆନା କରୋଲିନା ଟିମ୍ର ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି ଏବଂ ବ୍ୟବହାର ଠିକ୍ ରଖିନାହାନ୍ତି । ତେଣୁ ଗାବ୍ରିଏଲ୍ ସାଣ୍ଟୋସଙ୍କୁ ଚେତାବନୀ ଦିଆଯାଇଛି ଏବଂ ଆନା କ୍ୟାରୋଲିନାଙ୍କୁ ଟିମ୍ରୁ ବାହାର କରାଯାଇଛି । ସେ ତୁରନ୍ତ ବ୍ରାଜିଲକୁ ଫେରିବେ।
ଓଟସୁକା କହିଛନ୍ତି, "ଆମେ ଏଠାରେ ଖେଳିବା କିମ୍ବା ଛୁଟି କାଟିବା ପାଇଁ ନାହୁଁ । ଆମେ ବ୍ରାଜିଲ ପାଇଁ କାମ କରୁଛୁ । ଆମେ ଏଠାରେ ଥଟ୍ଟା କରିପାରିବୁ ନାହିଁ । ସେ ନିଜର କଥା ରଖିବା ପାଇଁ ଭୁଲ ଉପାୟ ବ୍ୟବହାର କରିଛନ୍ତି । ତେଣୁ ଆମେ ଅନୁଶାସନ କମିଟି ସହ କଥା ହୋଇ ନିଷ୍ପତ୍ତି ନେଇଛୁ।
ଭିଏରା କହିଛନ୍ତି - "ମୋର ଲଗେଜ୍ ଅଲିମ୍ପିକ୍ ଭିଲେଜ୍ରେ ରହିଛି । ମୁଁ ସର୍ଟ ପିନ୍ଧି ବିମାନବନ୍ଦରକୁ ଯାଇଥିଲି । ବିମାନବନ୍ଦରରେ ମୋର ସୁଟକେସ୍ ଖୋଲିବାକୁ ପଡିଥିଲା। ମୁଁ ବର୍ତ୍ତମାନ ପର୍ତ୍ତୁଗାଲରେ ଅଛି, ତା’ପରେ ମୁଁ ରେସିଫ୍ ଏବଂ ପରେ ସାଓ ପାଉଲୋ ଯିବି ।
ସେ ଆହୁରି କହିଛନ୍ତି- "ମୁଁ ଅସହାୟ, ମୁଁ କିଛି ଅଧିକ କରିପାରିବିନି, ମୁଁ କାହା ସହିତ କଥାବାର୍ତ୍ତା କରିପାରିବିନି । ସେମାନେ ମୋତେ COB ଚ୍ୟାନେଲ ସହିତ ଯୋଗାଯୋଗ କରିବାକୁ କହିଥିଲେ । କିନ୍ତୁ ମୁଁ ସେମାନଙ୍କ ସହିତ କିପରି ଯୋଗାଯୋଗ କରିବି? ଭିଏରା ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଲିଗାଲ୍ ଟିମ୍ ସହ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।