ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି…
ଜୟପୁର,୧୯ା୨: ରାଜସ୍ଥାନର ପୁଷ୍କରରେ ଜଣେ ସାହସୀ ଝିଅ ଅଛନ୍ତି, ଯିଏ ସାପକୁ ଭୟ କରନ୍ତି ନାହିଁ ବରଂ ସାପମାନଙ୍କ ସହ ଆରାମରେ ଖେଳିପାରନ୍ତି। ସାଧାରଣ ଲୋକମାନେ ବିଷାକ୍ତ ସାପ ଦେଖି ଦୌଡ଼ି ପଳାଉଥିବାବେଳେ, ଏହି ଝିଅଟି ସେଗୁଡ଼ିକୁ ହାତରେ ଧରନ୍ତି। ଆମେ ପୁଷ୍କରର ଗୋଓ୍ବାଲିଆ ଗାଁର ବାସିନ୍ଦା ୧୧ ବର୍ଷୀୟା ଜାହ୍ନବୀ ଭଟ୍ଟଙ୍କ କଥା କହୁଛୁ। ଜାହ୍ନବୀ ଏପର୍ଯ୍ୟନ୍ତ ୩୫୦ରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରିଛନ୍ତି। ସେ ସାପ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କୁ ନିଜର ବନ୍ଧୁ […] The post ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି… appeared first on Dharitri Odia News.
ଜୟପୁର,୧୯ା୨: ରାଜସ୍ଥାନର ପୁଷ୍କରରେ ଜଣେ ସାହସୀ ଝିଅ ଅଛନ୍ତି, ଯିଏ ସାପକୁ ଭୟ କରନ୍ତି ନାହିଁ ବରଂ ସାପମାନଙ୍କ ସହ ଆରାମରେ ଖେଳିପାରନ୍ତି। ସାଧାରଣ ଲୋକମାନେ ବିଷାକ୍ତ ସାପ ଦେଖି ଦୌଡ଼ି ପଳାଉଥିବାବେଳେ, ଏହି ଝିଅଟି ସେଗୁଡ଼ିକୁ ହାତରେ ଧରନ୍ତି। ଆମେ ପୁଷ୍କରର ଗୋଓ୍ବାଲିଆ ଗାଁର ବାସିନ୍ଦା ୧୧ ବର୍ଷୀୟା ଜାହ୍ନବୀ ଭଟ୍ଟଙ୍କ କଥା କହୁଛୁ। ଜାହ୍ନବୀ ଏପର୍ଯ୍ୟନ୍ତ ୩୫୦ରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରିଛନ୍ତି। ସେ ସାପ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କୁ ନିଜର ବନ୍ଧୁ ବୋଲି ମାନିଥାଏ। ସାପ ଧରିବା ସମୟରେ, ସେ ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି ଯେ ସେମାନେ ଆଘାତ ନ ପାଆନ୍ତି।
ସାପକୁ ବନ୍ଧୁ ବୋଲି ଭାବନ୍ତି
ଜାହ୍ନବୀ କହିଛନ୍ତି, ସେ ସବୁବେଳେ ହାତରେ ସାପ ଧରିଥାନ୍ତି, କିନ୍ତୁ ବିଷାକ୍ତ ସାପ ଧରିବା ପାଇଁ ସମସ୍ତ ସୁରକ୍ଷା ଉପକରଣ ସାଙ୍ଗରେ ବହନ କରନ୍ତି। ସେ ବନ୍ଦୀ ଅବସ୍ଥାରେ କୌଣସି ପ୍ରାଣୀକୁ ଦେଖି ପାରନ୍ତି ନାହିଁ। ତେଣୁ ସେ ସେମାନଙ୍କୁ ମୁକ୍ତ ଭାବରେ ରହିବା ପାଇଁ ପୁଷ୍କରର ନାଗ ପର୍ବତରେ ଛାଡ଼ି ଦିଅନ୍ତି। ଜାହ୍ନବୀ ଆହୁରି କୁହନ୍ତି ଯେ, ଯେତେବେଳେ ଗାଁର କୌଣସି ସ୍ଥାନରେ ସାପ ଦେଖାଯାଆନ୍ତି ଏବଂ ତାଙ୍କ ବାପା ସେହି ସମୟରେ ସେଠାରେ ଉପସ୍ଥିତ ନଥାନ୍ତି, ଲୋକମାନେ ଜାହ୍ନବୀଙ୍କୁ ଡାକିଥାନ୍ତି। ସେ ନିର୍ଭୀକ ଭାବରେ ସାପକୁ ଧରି ଜଙ୍ଗଲରେ ଛାଡ଼ିଦିଅନ୍ତି। ଜାହ୍ନବୀ କୁହନ୍ତି ଯେ, ଯଦି ତୁମେ ସାପମାନଙ୍କୁ କ୍ଷତି ନ କର, ତେବେ ସେମାନେ ତୁମର କ୍ଷତି କରିବେ ନାହିଁ। ସେମାନେ କେବଳ ନିଜକୁ ସୁରକ୍ଷା ଦିଅନ୍ତି।
ବାପାଙ୍କଠାରୁ ପାଇଛନ୍ତି ପ୍ରେରଣା
ଜାହ୍ନବୀ କହିଛନ୍ତି, ସେ ୪ ବର୍ଷ ଧରି ବିଷାକ୍ତ ସାପ ଧରି ଆସୁଛନ୍ତି। ସେ ତାଙ୍କ ବାପାଙ୍କଠାରୁ ସାପ ଧରିବାର କଳା ଶିଖିଥିଲେ। ତାଙ୍କ ବାପା ସୁଖଦେବ ଭଟ୍ଟ ଦୀର୍ଘ ସମୟ ଧରି ବିଷାକ୍ତ ସାପ ଧରି ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ କାମ କରୁଛନ୍ତି। ସେ ଆହୁରି କହିଛନ୍ତି ଯେ, ସେ ତାଙ୍କ ପାଠପଢ଼ା ସହିତ ଏହି କାମ ଜାରି ରଖିବାକୁ ଚାହାନ୍ତି। ତାଙ୍କର ପଶୁମାନଙ୍କ ପ୍ରତି ବହୁତ ପ୍ରେମ। ଏପର୍ଯ୍ୟନ୍ତ ସେ ୩୫୦ରୁ ଅଧିକ ବିଷାକ୍ତ ସାପ ଧରି ସାରିଲେଣି। ଜାହ୍ନବୀଙ୍କ ଏପରି ସାହସ ଦେଖି ଲୋକେ ଅଞ୍ଚଳର ଲୋକେ ତାଙ୍କୁ ନାଗିନ୍ ଗର୍ଲ ବୋଲି ଡାକୁଛନ୍ତି।
The post ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି… appeared first on Dharitri Odia News.