ବହୁ ସଂଘର୍ଷ କରିଛନ୍ତି ଭାରତୀ
ମୁମ୍ବାଇ: ଭାରତରେ ହାସ୍ୟ ଅଭିନୟ କ୍ଷେତ୍ରରେ ସଫଳତା ହାସଲ କରିଥିବା କେଇଜଣ ମହିଳାଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ଅତୀତରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବୋଲି ଭାରତୀ ଏକ ସାକ୍ଷାତ୍କାରରେ କହିଛନ୍ତି। ଭାରତୀଙ୍କୁ ମାତ୍ର ୨ ବଷ ହୋଇଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ସେଥିପାଇଁ ତାଙ୍କ ଭଉଣୀ ଓ ଭାଇମାନଙ୍କୁ ଖୁବ୍ କମ୍ ବୟସରୁ କାରଖାନାରେ କାମ କରିବାକୁ ପଡ଼ିଥିବା ଭାରତୀ କହିଛନ୍ତି। ପିଲାଦିନେ ତାଙ୍କ ମା’ ଅନ୍ୟ ଲୋକଙ୍କ ଘରକୁ ଯାଇ […] The post ବହୁ ସଂଘର୍ଷ କରିଛନ୍ତି ଭାରତୀ appeared first on Dharitri Odia News.
ମୁମ୍ବାଇ: ଭାରତରେ ହାସ୍ୟ ଅଭିନୟ କ୍ଷେତ୍ରରେ ସଫଳତା ହାସଲ କରିଥିବା କେଇଜଣ ମହିଳାଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ଅତୀତରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବୋଲି ଭାରତୀ ଏକ ସାକ୍ଷାତ୍କାରରେ କହିଛନ୍ତି।
ଭାରତୀଙ୍କୁ ମାତ୍ର ୨ ବଷ ହୋଇଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ସେଥିପାଇଁ ତାଙ୍କ ଭଉଣୀ ଓ ଭାଇମାନଙ୍କୁ ଖୁବ୍ କମ୍ ବୟସରୁ କାରଖାନାରେ କାମ କରିବାକୁ ପଡ଼ିଥିବା ଭାରତୀ କହିଛନ୍ତି। ପିଲାଦିନେ ତାଙ୍କ ମା’ ଅନ୍ୟ ଲୋକଙ୍କ ଘରକୁ ଯାଇ କାମ କରି ପରିବାର ପୋଷୁଥିଲେ। ତାଙ୍କ ମା’ ଯେଉଁମାନଙ୍କ ଘରେ କାମ କରୁଥିଲେ, ସେମାନେ ତାଙ୍କୁ ବଳିଯାଉଥିବା ଖାଦ୍ୟ ଖାଇବାକୁ ଦେଉଥିଲେ। ସେ ଓ ତାଙ୍କ ଭଉଣୀ ଏବଂ ଭାଇମାନେ ମିଶି ସେହି ଖାଦ୍ୟକୁ ଖାଉଥିଲେ। ପିଲାଦିନେ ତାଙ୍କ ପରିବାର ଦାରିଦ୍ର୍ୟର ଚରମ ସୀମାରେ ଥିବାରୁ ଭୋକରେ ଥିବା ସମୟରେ ସେ ଅଳିଆ ଗଦାରେ ପଡ଼ିଥିବା ଖାଦ୍ୟ ଖାଇବାକୁ ମଧ୍ୟ ପ୍ରସ୍ତୁତ ଥିଲେ ବୋଲି ସାକ୍ଷାତ୍କାରରେ ଭାରତୀ ଖୁଲାସା କରିଛନ୍ତି।
ଏହାପରେ ସେ ଅନେକ ସଂଘର୍ଷ କରି ସଫଳତା ହାସଲ କରିଥିଲେ। ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ’ରେ ଦ୍ୱିତୀୟ ରନର୍ସ ଅପ୍ ହୋଇ ହାସ୍ୟ ଜଗତରେ ସେ ନିଜ ପରିଚୟ ସୃଷ୍ଟି କରିପାରିଥିଲେ। ଏବେ ସେ ଗୋଟିଏ ଏପିସୋଡ୍ ପାଇଁ ୧୦ରୁ ୧୨ ଲକ୍ଷ ଟଙ୍କା ପାରିଶ୍ରମିକ ନେଉଥିବା ବିଭିନ୍ନ ରିପୋର୍ଟରୁ ପ୍ରକାଶ ପାଇଛି।
ସ୍କ୍ରିନ ରାଇଟର ହର୍ଷ ଲିମ୍ବାଚିୟାଙ୍କୁ ଭାରତୀ ବିବାହ କରିଛନ୍ତି। ଏହି ଦମ୍ପତିଙ୍କର ଗୋଟିଏ ପୁଅ ମଧ୍ୟ ଅଛନ୍ତି। ଉଭୟ ଭାରତୀ ଓ ହର୍ଷ ଏକାଠି ମିଶି ପୂର୍ବରୁ ଅନେକ ଶୋ’ ମଧ୍ୟ ହୋଷ୍ଟ କରିଛନ୍ତି। ପୂର୍ବରୁ ଦୁହେଁ ବିଗ୍ବସ୍ରେ ମଧ୍ୟ ନଜର ଆସିଥିଲେ। ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ଭାରତୀ ୟୁଟ୍ୟୁବ୍ରେ ବ୍ଲଗ୍ କରି ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇଥାନ୍ତି।
The post ବହୁ ସଂଘର୍ଷ କରିଛନ୍ତି ଭାରତୀ appeared first on Dharitri Odia News.