ପ୍ୟାରିସ ପାରାଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ପାରା ଅଲିମ୍ପିକ୍ସରେ ଭାରତୀୟ ଖେଳାଳି କମାଲ୍‌ କରୁଛନ୍ତି । ଭାରତୀୟ ଆଥଲେଟ ଏପର୍ଯ୍ୟନ୍ତ ୧୫ରୁ ଅଧିକ ମେଡାଲ ଜିତିସାରିଛନ୍ତି । ଏଥିରେ ୩ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସାମିଲ ରହିଛି । ୧୫ ମଧ୍ୟରୁ ୮ ମେଡାଲ କେବଳ ୫ମ ଦିନରେ ମିଳିଛି । ୫ମ ଦିନରେ ଭାରତୀୟ ଆଥଲେଟ କମାଲ କରିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୁଷ ଜାଭେଲିନ ଏଫ୬୪ରେ ସ୍ବର୍ଣ୍ଣ […] The post ପ୍ୟାରିସ ପାରାଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି appeared first on KNews Odisha.

ପ୍ୟାରିସ ପାରାଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
para athlet

ପାରା ଅଲିମ୍ପିକ୍ସରେ ଭାରତୀୟ ଖେଳାଳି କମାଲ୍‌ କରୁଛନ୍ତି । ଭାରତୀୟ ଆଥଲେଟ ଏପର୍ଯ୍ୟନ୍ତ ୧୫ରୁ ଅଧିକ ମେଡାଲ ଜିତିସାରିଛନ୍ତି । ଏଥିରେ ୩ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସାମିଲ ରହିଛି । ୧୫ ମଧ୍ୟରୁ ୮ ମେଡାଲ କେବଳ ୫ମ ଦିନରେ ମିଳିଛି । ୫ମ ଦିନରେ ଭାରତୀୟ ଆଥଲେଟ କମାଲ କରିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁରୁଷ ଜାଭେଲିନ ଏଫ୬୪ରେ ସ୍ବର୍ଣ୍ଣ ଜିତିଥିବା ସୁମିତଙ୍କୁ ମୋଦି ଶୁଭେଚ୍ଛା ଜଣାଇ X ରେ ଲେଖିଛନ୍ତି, ସୁମିତଙ୍କ ଅସାଧାରଣ ପ୍ରଦର୍ଶନ । ପୁରୁଷ ଜାଭେଲିନ ଏଫ୬୪ରେ ସ୍ବର୍ଣ୍ଣ ଜିତିବା ପାଇଁ ବହୁତ ବହୁତ ଶୁଭେଚ୍ଛା । ତାଙ୍କ ଆଗାମୀ ଚେଷ୍ଟା ପାଇଁ ଶୁଭକାମନା ।

ସେହିପରି ତୀରନ୍ଦାଜୀରେ ଶୀତଲ ଦେବୀ ଏବଂ ରାକେଶ କୁମାରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବ୍ୟାଡମିଣ୍ଟନରେ ରୌପ୍ୟ ଜିତିବା ପରେ ସୁହାସ ୟଥିରାଜଙ୍କ ପାଇଁ ମୋଦି ଲେଖିଛନ୍ତି, ପାରା ଅଲିମ୍ପିକ୍ସରେ ୨୦୨୪ ପୁରୁଷ ସିଙ୍ଗଲ ଏସଏଲ୪ ବ୍ୟାଡମିଣ୍ଟନ ଇଭେଣ୍ଟରେ ସୁହାସ ରୌପ୍ୟ ପଦକ ଜିତି ଭଲ ଉପଲବ୍ଧି ହାସଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମେଡାଲ ଜିତିଥିବା ସମସ୍ତ ଆଥଲେଟ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

The post ପ୍ୟାରିସ ପାରାଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି appeared first on KNews Odisha.