ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକରଙ୍କ ରେକର୍ଡ; ଦ୍ବିତୀୟ ପଦକ ଜିତିବାରେ ପ୍ରଥମ କ୍ରୀଡାବିତ୍
ନୂଆଦିଲ୍ଲୀ: ମନୁ ଭାକର ଏବଂ ସରବଜୋତ୍ ସିଂହଙ୍କ ଧମାକା । ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ଦୁଇ କ୍ରୀଡ଼ାବିତ୍ । ମନୁ ଭାକର ଏବଂ ସରବଜୋତ୍ ସିଂହ ୧୦ ମିଟର ଏୟାର ରାଇଫଲ ସୁଟିଂ ମିକ୍ସ ଡବଲ୍ସ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଓହ ୟେ ଜେନ ଏବଂ ଲି ଓ୍ବନହୋଙ୍କୁ ପରାଜିତ କରି ଏହି ମେଡାଲ ଜିତିବାରେ ସଫଳ ହୋଇଛନ୍ତି ଦୁଇ ଭାରତୀୟ । ଏକ ଜୋରଦାର ଟକ୍କର ମୁକାବିଲାରେ ୧୬-୧୦ ପଏଣ୍ଟରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ମନୁ ଭାକର ପ୍ରଥମ କ୍ରୀଡ଼ାବିତ୍ ଯିଏ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ସଫଳତା ପାଇଛନ୍ତି । ପ୍ୟାରିସ୍ ଅଲିମ୍ପିତକ୍ସ ୨୦୨୪ର ଚତୁର୍ଥ ଦିନରେ ଫ୍ୟାନ୍ସ ମାନଙ୍କର ନଜର ମନୁ ଭାକରଙ୍କ ଉପରେ ରହିଥିଲା । ୧୦ ମିଟର ଏୟାର ରାଇଫଲ ସୁଟିଂ ମିକ୍ସ ଡବଲ୍ସ ଇଭେଣ୍ଟ ମନୁ ଭାକର ଏବଂ ସରବଜୋତ୍ ସିଂହ ବ୍ରୋଞ୍ଜ୍ ଲଢ଼େଇ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ଏହା ପୂର୍ବରୁ ମନୁ ପ୍ୟାରିସ୍ ଅଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ ସୁଟିଂ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ । ଡବଲ୍ସରେ ପୁଣି ଥରେ ବ୍ରୋଞ୍ଜ ମେଡାଲ ଜିତି ସେ ଇତିହାସ ରଚିଛନ୍ତି । ଭାରତ ଖାତା ଦ୍ବିତୀୟ ମେଡାଲ ଯୋଡ଼ିବା ସହିତ ଅଲିମ୍ପିକ୍ସରେ ନିଜ ନାଁରେ ଦ୍ବିତୀୟ ପଦକ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ମନୁ ଫାଇନାଲ୍ ମୁକାବିଲାରେ ମୋଟ୍ ୨୨୧.୭ ଅଙ୍କ ଯୋଡ଼ିଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରଥମ ମେଡାଲ ମନୁ ଭାକରଙ୍କ
ନୂଆଦିଲ୍ଲୀ: ମନୁ ଭାକର ଏବଂ ସରବଜୋତ୍ ସିଂହଙ୍କ ଧମାକା । ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ଦୁଇ କ୍ରୀଡ଼ାବିତ୍ । ମନୁ ଭାକର ଏବଂ ସରବଜୋତ୍ ସିଂହ ୧୦ ମିଟର ଏୟାର ରାଇଫଲ ସୁଟିଂ ମିକ୍ସ ଡବଲ୍ସ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଓହ ୟେ ଜେନ ଏବଂ ଲି ଓ୍ବନହୋଙ୍କୁ ପରାଜିତ କରି ଏହି ମେଡାଲ ଜିତିବାରେ ସଫଳ ହୋଇଛନ୍ତି ଦୁଇ ଭାରତୀୟ । ଏକ ଜୋରଦାର ଟକ୍କର ମୁକାବିଲାରେ ୧୬-୧୦ ପଏଣ୍ଟରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ମନୁ ଭାକର ପ୍ରଥମ କ୍ରୀଡ଼ାବିତ୍ ଯିଏ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ସଫଳତା ପାଇଛନ୍ତି ।
ପ୍ୟାରିସ୍ ଅଲିମ୍ପିତକ୍ସ ୨୦୨୪ର ଚତୁର୍ଥ ଦିନରେ ଫ୍ୟାନ୍ସ ମାନଙ୍କର ନଜର ମନୁ ଭାକରଙ୍କ ଉପରେ ରହିଥିଲା । ୧୦ ମିଟର ଏୟାର ରାଇଫଲ ସୁଟିଂ ମିକ୍ସ ଡବଲ୍ସ ଇଭେଣ୍ଟ ମନୁ ଭାକର ଏବଂ ସରବଜୋତ୍ ସିଂହ ବ୍ରୋଞ୍ଜ୍ ଲଢ଼େଇ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ଏହା ପୂର୍ବରୁ ମନୁ ପ୍ୟାରିସ୍ ଅଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ ସୁଟିଂ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ । ଡବଲ୍ସରେ ପୁଣି ଥରେ ବ୍ରୋଞ୍ଜ ମେଡାଲ ଜିତି ସେ ଇତିହାସ ରଚିଛନ୍ତି । ଭାରତ ଖାତା ଦ୍ବିତୀୟ ମେଡାଲ ଯୋଡ଼ିବା ସହିତ ଅଲିମ୍ପିକ୍ସରେ ନିଜ ନାଁରେ ଦ୍ବିତୀୟ ପଦକ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି ।
ମନୁ ଫାଇନାଲ୍ ମୁକାବିଲାରେ ମୋଟ୍ ୨୨୧.୭ ଅଙ୍କ ଯୋଡ଼ିଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରଥମ ମେଡାଲ ମନୁ ଭାକରଙ୍କ ନାଁରେ ରହିଛି । ପୂର୍ବରୁ ଅଲିମ୍ପିକ୍ସ ଇତିହାସରେ ସୁଟିଂ ଇଭେଣ୍ଟରେ ଭାରତକୁ ୫ଟି ପଦକ ଥିଲା । ଏହାକୁ ମିଶାଇ ଷଷ୍ଠ ମେଡାଲ ହୋଇଛି । ମନୁ ଭାକରଙ୍କ ପୂର୍ବରୁ ୨୦୦୪ ଏନ୍ଥେସ ଅଲିମ୍ପିକ୍ସରେ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଭାରତ ପାଇଁ ସୁଟିଂରେ ରୌପ୍ୟ ପଦକ ଜିତିଥିଲେ । ୨୦୦୮ରେ ଅଭିନବ ବିନ୍ଦ୍ରା ବେଜିଂ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଗଗାନ ନାରଙ୍ଗ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲେ । ସେହିପରି ୨୦୧୨ରେ ବିଜୟ କୁମାର ରୌପ୍ୟ ପଦକ ଜିତିଥିଲେ ।....