ଶନିବାର ୱାୟନାଡ ଗସ୍ତ କରିବେ ପିଏମ୍ ମୋଦୀ, ପୀଡିତଙ୍କୁ ଭେଟିବେ, ସ୍ଥିତିର ସମୀକ୍ଷା କରିବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଅଗଷ୍ଟ ୧୦) ୱାୟନାଡ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ଏହି ଅବସରରେ ସେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟର ସମୀକ୍ଷା କରିବେ । କେରଳର ପର୍ବତୀୟ ଜିଲ୍ଲା ୱାୟନାଡରେ ଗତ ଜୁଲାଇ ୩୦ରେ ହୋଇଥିବା ପ୍ରଳୟଙ୍କାରୀ ଭୂସ୍ଖଳନ ଘଟଣାରେ ସରକାରୀ ଭାବେ ମୃତକଙ୍କ ସଂଖ୍ୟା ୨୨୬ ହୋଇଛି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଏବେ ବି ଉଦ୍ଧାର ଅଭିଯାନ ଜାରି ରହିଛି । ସନ୍ଧାନୀ କୁକୁର ସାହାଯ୍ୟରେ ପ୍ରଭାବିତ ଅଞ୍ଚଳରେ ମାଟି ତଳେ ଦବି ଥିବା ମୃତ ଦେହର ଅବଶେଷକୁ ଉଦ୍ଧାର କରାଯାଉଛି ।ପିଏମଓ ଅନୁସାରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୦ ସକାଳ ପ୍ରାୟ ୧୧ଟାରେ କନ୍ନୁର ପହଞ୍ଚିବେ । ସେଠାରୁ ସେ ୱାୟନାଡରେ ଭୂସ୍ଖଳନ ପ୍ରଭାବିତ କ୍ଷେତ୍ରକୁ ଆକାଶମାର୍ଗରୁ ବୁଲି ଦେଖିବେ । ପିଏମ୍ ପ୍ରାୟ ୧୨.୧୫ ଯାଏ ପ୍ରଭାବିତ ଅଞ୍ଚଳରେ ରହିବେ, ଏହାପରେ ଉଦ୍ଧାରକାରୀ ଟିମ୍ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥା ବାବଦରେ ବିସ୍ତୃତରେ କୁହାଯିବ ।ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଆଶ୍ରୟ ଶିବିର ଏବଂ ହସ୍ପିଟାଲ ଗସ୍ତ କରି ପୀଡିତଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକର ମଧ୍ୟ ଅଧ୍ୟକ୍ଷତା କରିବେ, ଯେଉଁଠି ତାଙ୍କୁ ଘଟଣା ଏବଂ ଚାଲିଥିବା ଉଦ୍ଧାରକାର୍ଯ୍ୟ ବିଷୟରେ ବିସ୍ତାରରେ ସୂଚନା ଦିଆଯିବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗୁରୁବାର କହିଥିଲେ ଯେ ପିଏମ୍ଙ୍କ ଗସ୍ତରୁ ପୀଡ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଅଗଷ୍ଟ ୧୦) ୱାୟନାଡ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ଏହି ଅବସରରେ ସେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟର ସମୀକ୍ଷା କରିବେ । କେରଳର ପର୍ବତୀୟ ଜିଲ୍ଲା ୱାୟନାଡରେ ଗତ ଜୁଲାଇ ୩୦ରେ ହୋଇଥିବା ପ୍ରଳୟଙ୍କାରୀ ଭୂସ୍ଖଳନ ଘଟଣାରେ ସରକାରୀ ଭାବେ ମୃତକଙ୍କ ସଂଖ୍ୟା ୨୨୬ ହୋଇଛି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଏବେ ବି ଉଦ୍ଧାର ଅଭିଯାନ ଜାରି ରହିଛି । ସନ୍ଧାନୀ କୁକୁର ସାହାଯ୍ୟରେ ପ୍ରଭାବିତ ଅଞ୍ଚଳରେ ମାଟି ତଳେ ଦବି ଥିବା ମୃତ ଦେହର ଅବଶେଷକୁ ଉଦ୍ଧାର କରାଯାଉଛି ।
ପିଏମଓ ଅନୁସାରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୦ ସକାଳ ପ୍ରାୟ ୧୧ଟାରେ କନ୍ନୁର ପହଞ୍ଚିବେ । ସେଠାରୁ ସେ ୱାୟନାଡରେ ଭୂସ୍ଖଳନ ପ୍ରଭାବିତ କ୍ଷେତ୍ରକୁ ଆକାଶମାର୍ଗରୁ ବୁଲି ଦେଖିବେ । ପିଏମ୍ ପ୍ରାୟ ୧୨.୧୫ ଯାଏ ପ୍ରଭାବିତ ଅଞ୍ଚଳରେ ରହିବେ, ଏହାପରେ ଉଦ୍ଧାରକାରୀ ଟିମ୍ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥା ବାବଦରେ ବିସ୍ତୃତରେ କୁହାଯିବ ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଆଶ୍ରୟ ଶିବିର ଏବଂ ହସ୍ପିଟାଲ ଗସ୍ତ କରି ପୀଡିତଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକର ମଧ୍ୟ ଅଧ୍ୟକ୍ଷତା କରିବେ, ଯେଉଁଠି ତାଙ୍କୁ ଘଟଣା ଏବଂ ଚାଲିଥିବା ଉଦ୍ଧାରକାର୍ଯ୍ୟ ବିଷୟରେ ବିସ୍ତାରରେ ସୂଚନା ଦିଆଯିବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗୁରୁବାର କହିଥିଲେ ଯେ ପିଏମ୍ଙ୍କ ଗସ୍ତରୁ ପୀଡିତଙ୍କ ଥଇଥାନ ପାଇଁ କେନ୍ଦ୍ରୀୟ ସହାୟତା ବାବଦରେ ସକାରାତ୍ମକ ଅଭିମୁଖ୍ୟ ଆଶା କରାଯାଉଛି ।