CSK vs RCB ମ୍ୟାଚ୍ ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଜାଣନ୍ତୁ କେମିତି ରହିଛି ବେଙ୍ଗାଲୁରୁର ପାଗ
ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଜି ଆଇପିଏଲ୍ରେ ଖେଳାଯିବ ଗୁରୁତ୍ଵପୂର୍ଣ୍ଣ ମୁକାବିଲା। ଏହି ମ୍ୟାଚ୍ ଦୁଇ ଦଳ ପାଇଁ ନିର୍ଣ୍ଣାୟକ। ଚେନ୍ନାଇ ଜିତିଲେ ଆଇପିଏଲ୍ର ପ୍ଲେ ଅଫ୍ରେ ପ୍ରବେଶ କରିବ। ସେପଟେ ଟପ୍-୪ରେ ପହଞ୍ଚିବାକୁ ହେଲେ ଆରସିବିକୁ ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତିବାକୁ ପଡିବ। ତେବେ ମ୍ୟାଚ୍ରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ବେଙ୍ଗାଲୁରୁରୁ ଆସିଛି ଭଲ ଖବର।ବର୍ତ୍ତମାନ ବେଙ୍ଗାଲୁରୁର ପାଗ ସଫା ରହିବା ସହ ସୂର୍ଯ୍ୟକିରଣ ପଡୁଛି। ଯଦି ପାଗ ଏମିତି ରହେ ତେବେ ମ୍ୟାଚ୍ ନିର୍ଦ୍ଧାରିତ ସମୟ ୭ଟା ୩୦ରେ ଆରମ୍ଭ ହେବ। ପାଣିପାଗ ବିଭାଗ ଅନୁଯାୟୀ, ଆଜି ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଚଳିତ ସିଜିନରେ କିଛି ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ????The weather near Chinnaswamy Stadium????-Things are going great so far, fingers crossed!????#IPL2024 #RCBvsCSK #VIRATKOHLI @RCBTweets @imVkohli pic.twitter.com/gKMNIlsRc1— Ashif Alam (@assh17aftab) May 18, 2024ଯଦି ବେଙ୍ଗାଲୁରୁ ଓ ଚେନ୍ନାଇ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୁଏ ତେବେ ଏହାର ଫାଇଦା ସିଏସକେକୁ ମିଳିବ। ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଏମିତି ସ୍ଥିତିରେ ସିଏସକେର ୧୫
ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଜି ଆଇପିଏଲ୍ରେ ଖେଳାଯିବ ଗୁରୁତ୍ଵପୂର୍ଣ୍ଣ ମୁକାବିଲା। ଏହି ମ୍ୟାଚ୍ ଦୁଇ ଦଳ ପାଇଁ ନିର୍ଣ୍ଣାୟକ। ଚେନ୍ନାଇ ଜିତିଲେ ଆଇପିଏଲ୍ର ପ୍ଲେ ଅଫ୍ରେ ପ୍ରବେଶ କରିବ। ସେପଟେ ଟପ୍-୪ରେ ପହଞ୍ଚିବାକୁ ହେଲେ ଆରସିବିକୁ ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତିବାକୁ ପଡିବ। ତେବେ ମ୍ୟାଚ୍ରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ବେଙ୍ଗାଲୁରୁରୁ ଆସିଛି ଭଲ ଖବର।
ବର୍ତ୍ତମାନ ବେଙ୍ଗାଲୁରୁର ପାଗ ସଫା ରହିବା ସହ ସୂର୍ଯ୍ୟକିରଣ ପଡୁଛି। ଯଦି ପାଗ ଏମିତି ରହେ ତେବେ ମ୍ୟାଚ୍ ନିର୍ଦ୍ଧାରିତ ସମୟ ୭ଟା ୩୦ରେ ଆରମ୍ଭ ହେବ। ପାଣିପାଗ ବିଭାଗ ଅନୁଯାୟୀ, ଆଜି ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଚଳିତ ସିଜିନରେ କିଛି ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି।
????The weather near Chinnaswamy Stadium????
-Things are going great so far, fingers crossed!????#IPL2024 #RCBvsCSK #VIRATKOHLI @RCBTweets @imVkohli pic.twitter.com/gKMNIlsRc1— Ashif Alam (@assh17aftab) May 18, 2024
ଯଦି ବେଙ୍ଗାଲୁରୁ ଓ ଚେନ୍ନାଇ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୁଏ ତେବେ ଏହାର ଫାଇଦା ସିଏସକେକୁ ମିଳିବ। ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଏମିତି ସ୍ଥିତିରେ ସିଏସକେର ୧୫ ପଏଣ୍ଟ ହେବ ଏବଂ ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ। ସେପଟେ ଆରସିବି ମୋଟ୍ ୧୩ ପଏଣ୍ଟ ପାଇ ଆଇପିଏଲ୍ରୁ ବାଦ୍ ପଡ଼ିବ।
ବର୍ତ୍ତମାନ ବର୍ଷା ହେଉ ନ ଥିବାରୁ ଷ୍ଟାଡିୟମ ଅଭିମୁଖେ ଦର୍ଶକଙ୍କ ସୂଅ ଛୁଟିବାରେ ଲାଗିଛି। ଦର୍ଶକ ଷ୍ଟାଡିୟମ ଭିତରକୁ ଯିବାକୁ ଅପେକ୍ଷା କରି ରହିଛନ୍ତି। ଯଦି ପୂରା ମ୍ୟାଚ୍ ଖେଳ ହୁଏ ତେବେ ବହୁତ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ।ଉଭୟ ଦଳରେ ଅନେକ ଷ୍ଟାର ଖେଳାଳି ରହିଛନ୍ତି। ତେବେ ସଭିଙ୍କ ନଜର ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ରହିବ।