ପ୍ୟାରିସ୍ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି
ପ୍ୟାରିସ୍,୧ା୯: ପ୍ୟାରିସ୍ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍ଏଲ୍ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା ସହ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିନ୍ତ କରିଛନ୍ତି ନୀତେଶ କୁମାର। ନୀତେଶ ଜାପାନର ଫୁଜିହାରା ଡାଇସୁକେଙ୍କୁ ୨୧-୧୬ ଓ ୨୧-୧୨ ସେଟରେ ପରାସ୍ତ କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲ ମ୍ୟାଚ୍ଟି ମାତ୍ର ୪୮ ମିନିଟ ଧରି ଚାଲିଥିଲା। ସୋମବାର ଖେଳାଯିବାକୁ ଥିବା ଫାଇନାଲରେ ବ୍ରିଟେନର ଡାନିଏଲ […] The post ପ୍ୟାରିସ୍ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି appeared first on Dharitri Odia News.
ପ୍ୟାରିସ୍,୧ା୯: ପ୍ୟାରିସ୍ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍ଏଲ୍ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା ସହ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିନ୍ତ କରିଛନ୍ତି ନୀତେଶ କୁମାର। ନୀତେଶ ଜାପାନର ଫୁଜିହାରା ଡାଇସୁକେଙ୍କୁ ୨୧-୧୬ ଓ ୨୧-୧୨ ସେଟରେ ପରାସ୍ତ କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲ ମ୍ୟାଚ୍ଟି ମାତ୍ର ୪୮ ମିନିଟ ଧରି ଚାଲିଥିଲା।
ସୋମବାର ଖେଳାଯିବାକୁ ଥିବା ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ଭେଟିବେ ନୀତେଶ। ଅନ୍ୟ ପକ୍ଷରେ ଏସ୍ୟୁ ୫ ବର୍ଗରେ ଭାରତର ମନୀଷା ରାମଦାସ ଓ ତୁଳସୀମତି ମୁରୁଗାସେନ୍ ସେମି ଫାଇନାଲରେ ପ୍ରବେଶ କରିବା ସହ ଭାରତ ପାଇଁ ବ୍ୟାଡମିଣ୍ଟନରୁ ଦ୍ୱିତୀୟ ପଦକ ସୁନିଶ୍ଚିତ କରିଛନ୍ତି। ୧୯ ବର୍ଷୀୟ ମନୀଷା ଜନ୍ମରୁ ଇଆରବିସ ପାଲ୍ସିରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ଡାହାଣ ହାତ ଅଚଳ। କ୍ୱାର୍ଟର ଫାଇନାଲରେ ଜାପାନର ମାମିକୋ ଟୋୟୋଡାଙ୍କୁ ୨୧-୧୩, ୨୧-୧୬ରେ ପରାସ୍ତ କରିଥିଲେ ମନୀଷା।
ଦ୍ୱିତୀୟ ସିଡ୍ର ମାନ୍ୟତା ପାଇଥିବା ମନୀଷା ସେମି ଫାଇନାଲରେ ଅନ୍ୟତମ ଭାରତୀୟ ତଥା ଟପ୍ସିଡ୍ ତୁଳସୀମତି ମୁରୁଗାସେନ୍ଙ୍କୁ ଭେଟିବେ। ତୁଳସୀମତି ଶନିବାର ପର୍ତ୍ତୁଗାଲର ବିଟ୍ରିଜ ମଣ୍ଟେରିଓଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚି ଥିଲେ। ପୂର୍ବରୁ ଏସ୍ଏଲ୍-୪ ବର୍ଗରେ ସୁହାସ ୟଥିରାଜ ଓ ସୁକାନ୍ତ କଦମ ସେମି ଫାଇନାଲରେ ପହଞ୍ଚି ଭାରତ ପାଇଁ ପଦକ ପକ୍କା କରିଥିଲେ।
ତେବେ ଏସ୍ଏଲ୍-୩ ମହିଳା ବର୍ଗରେ ମନଦୀପ୍ କୌର ଓ ଏସଏଲ୍-୪ ମହିଳା ବର୍ଗରେ ପଲକ କୋହଲି ପରାଜିତ ହୋଇଛନ୍ତି। ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ନାଇଜେରିଆର ବୋଲାଜି ମରିୟମ ଏନିଓଲାଙ୍କ ନିକଟରୁ ମାତ୍ର ୨୩ ମିନଟ ସମୟରେ ୮-୨୧ ଓ ୯-୨୧ରେ ପରାଜିତ ହୋଇଥିଲେ ମନଦୀପ। ଅନ୍ୟ ପକ୍ଷରେ ପଲକ ୨୧-୧୯ ଓ ୨୧-୧୫ ସେଟରେ ଇଣ୍ଡୋନେସିଆର ଖଲିମାତୁସ ସାଦିୟାଙ୍କୁ ନିକଟରୁ ହାରି ଯାଇଥିଲେ । ଏହି ମ୍ୟାଚଟି ମାତ୍ର ୨୮ ମିନିଟ ଧରି ଚାଲିଥିଲା।
The post ପ୍ୟାରିସ୍ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି appeared first on Dharitri Odia News.