ପଡ଼ୋଶୀଙ୍କ ପ୍ରେମରେ ପାଗଳ ୩ ପିଲାଙ୍କ ମା, ପ୍ରେମିକ ପାଇଁ ବିଜୁଳି ଖୁଣ୍ଟରେ ବସିଲା
ଉତ୍ତରପ୍ରଦେଶ : ପଡ଼ୋଶୀ ପ୍ରେମରେ ବାଇଆ ହେଲେ ମହିଳା । ନିଜ ଘରେ ପ୍ରେମିକକୁ ରଖିବା ପାଇଁ ସ୍ୱାମୀ ସହ କଲେ ଜିଦ୍ । ଆଉ ନିଜର ଜିଦ୍ ପୂରଣ ପାଇଁ ଶେଷରେ କରିବସିଲେ ଏପରି କାଣ୍ଡ । ଯାହାକୁ ଆପଣ ବିଶ୍ୱାସ ବି କରି ପାରିବେନି । ଯେଉଁ ଦୃଶ୍ୟ ଦେଖିଲେ ଆପଣ ତାଜୁବ ହୋଇଯିବେ । ଆପଣ ବି କହିବେ ଜଣେ ୩ଟା ଛୁଆର ମା କଣ ଏମିତି କରିପାରେ ? ପ୍ରେମ ମାନେନା […] The post ପଡ଼ୋଶୀଙ୍କ ପ୍ରେମରେ ପାଗଳ ୩ ପିଲାଙ୍କ ମା, ପ୍ରେମିକ ପାଇଁ ବିଜୁଳି ଖୁଣ୍ଟରେ ବସିଲା appeared first on KNews Odisha.

ଉତ୍ତରପ୍ରଦେଶ : ପଡ଼ୋଶୀ ପ୍ରେମରେ ବାଇଆ ହେଲେ ମହିଳା । ନିଜ ଘରେ ପ୍ରେମିକକୁ ରଖିବା ପାଇଁ ସ୍ୱାମୀ ସହ କଲେ ଜିଦ୍ । ଆଉ ନିଜର ଜିଦ୍ ପୂରଣ ପାଇଁ ଶେଷରେ କରିବସିଲେ ଏପରି କାଣ୍ଡ । ଯାହାକୁ ଆପଣ ବିଶ୍ୱାସ ବି କରି ପାରିବେନି । ଯେଉଁ ଦୃଶ୍ୟ ଦେଖିଲେ ଆପଣ ତାଜୁବ ହୋଇଯିବେ । ଆପଣ ବି କହିବେ ଜଣେ ୩ଟା ଛୁଆର ମା କଣ ଏମିତି କରିପାରେ ?
ପ୍ରେମ ମାନେନା ବନ୍ଧ ବାଡ଼ କି କୌଣସି ବାଧା ବିଘ୍ନ । ବୟସର ବନ୍ଧନ ବି ପ୍ରେମରେ ନଥାଏ । କିନ୍ତୁ ଏହି ପ୍ରେମ ପାଇଁ କିଏ ଅନ୍ୟର ଜୀବନ ନେଇପାରୁଛି ତ କିଏ ପ୍ରେମ ପାଇଁ ଜୀବନ ଦେଇ ଦେଉଛି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ହତଚକିତ କରିଛି । ପଡ଼ୋଶୀଙ୍କ ପ୍ରେମରେ ପାଗଳ ହୋଇ ହାଇଭୋଲଟେଜ୍ ଡ୍ରାମା କରିଛନ୍ତି ଜଣେ ମହିଳା ।
ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ପଡ଼ୋଶୀ ସହିତ ଜଣେ ମହିଳା ଅନୈତିକ ସମ୍ପର୍କ ରଖିଥିଲେ । ଏକଥା ଜଣାପଡ଼ିବା ପରେ ମହିଳା ଜଣକ ଖୁଣ୍ଟ ଉପରକୁ ଚଢ଼ିଗଲେ। ମହିଳାଙ୍କର ବୟସ ୩୪ ବର୍ଷ । ତାଙ୍କର ତିନିଟି ପିଲା ବି ଅଛନ୍ତି । ହେଲେ ତାଙ୍କର ଗତ ସାତ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ସ୍ୱାମୀ ଯେତେବେଳେ ସ୍ତ୍ରୀର ଅନୈତିକ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ ସେ ବିରୋଧ କରିଲେ। ଏହା ପରେ ମହିଳା ଜୀବନ ହାରିବାକୁ ଧମକ ଦେବା ଆରମ୍ଭ କରିଦେଲେ। ଆଉ ତାଙ୍କ ପ୍ରେମିକକୁ ଘରର ଦେଖାରଖା ପାଇଁ ପାଖରେ ରଖିବାକୁ ଚାହିଁଥିଲେ । ଯାହାକୁ ତାଙ୍କ ସ୍ୱାମୀ ବାରଣ କରିଥିଲେ। ତେଣୁ ମହିଳା ଜଣକ ଅନେକ ଥର ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲେ। ମାସେ ପୂର୍ବରୁ ସେ ଗୋଟିଏ କୋଠାର ଉପର ମହଲାରୁ ଡେଇଁବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ମହିଳା ଜଣକ ଟ୍ରେନ୍ ଆଗରେ ଡେଇଁବାକୁ ମଧ୍ୟ ଉଦ୍ୟମ କରିଥିଲେ।
ଏହି ଘଟଣା ପରେ ପରେ ଏବେ ପୁଣି ତାଙ୍କର ସାଂଘାତିକ ଡ୍ରାମା ଦେଖିବାକୁ ମିଳିଛି । ଉଚ୍ଚ ଶକ୍ତିଶାଳୀ ବିଜୁଳି ଖୁଣ୍ଟ ଉପରକୁ ଚଢ଼ିଥିବାର ଦେଖିବାକୁ ମିଳିଛି । ଯେଉଁଠି ଉପସ୍ଥିତ ଥିବା ଲୋକମାନେ ମହିଳାଙ୍କର ଭିଡିଓ ଉତ୍ତୋଳନ କରିଥିଲେ । ଯେଉଁ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ବିଦ୍ୟୁତ୍ ଖୁଣ୍ଟରୁ ଓହ୍ଲାଇବାକୁ ମନା କରୁଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ମନାଇବା ସହ ତଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି।
ମହିଳା ଜଣକ ବାରମ୍ବାର ଏଭଳି ବ୍ଲାକମେଲ କରୁଥିବା ତାଙ୍କ ସ୍ୱାମୀ ପୋଲିସ୍ ଆଗରେ କହିଛନ୍ତି । ପତ୍ନୀଙ୍କ ପ୍ରେମିକ ତାଙ୍କ ଘରେ ରହିବାକୁ ଚାହୁଁଛି । ଏପଟେ ତିନିଟି ସନ୍ତାନ ହେତୁ ସ୍ୱାମୀ ମଧ୍ୟ ପତ୍ନୀକୁ ଛାଡ଼ିବାକୁ ଚାହୁଁ ନାହାନ୍ତି । ଯାହାଫଳରେ ସମସ୍ୟାର ସମାଧାନ ହୋଇ ପାରୁନି ।
ଏ ଘଟଣା ଉତ୍ତର ପ୍ରଦେଶ ଗୋରଖପୁର ଜିଲ୍ଲାର ପିପ୍ରାଇଚ୍ ଅଞ୍ଚଳରେ ଘଟିଛି । ଏଠାକାର କବାଡି ରୋଡରେ ରହୁଥିବା ଏକ ପରିବାରରେ ଟଣା ଓଟରା ଚାଲିଛି ସ୍ୱାମୀ ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକ ମଧ୍ୟରେ । ଯେଉଁଠାରେ ୩ ସନ୍ତାନର ଜଣେ ମା ପଡ଼ୋଶୀ ଯୁବକକୁ ଭଲ ପାଇ ତାକୁ ନିଜ ସହିତ ରଖିବାକୁ ଚାହୁଁଛି । ସ୍ୱାମୀ ବାରଣ କରିବାରୁ ରାଗିଯାଇ ବିଜୁଳି ଖୁଣ୍ଟରେ ଚଢ଼ି ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି । ଏଇ ଖବର ପାଇବା ମାତ୍ରେ ପୋଲିସ ଏବଂ ବିଦ୍ୟୁତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଶାନ୍ତ କରି ଖୁଣ୍ଟରୁ ତଳକୁ ଓହ୍ଲାଇଥିଲେ। ବର୍ତ୍ତମାନ ମହିଳା ଜଣକ ସୁରକ୍ଷିତ ଅଛନ୍ତି ।
The post ପଡ଼ୋଶୀଙ୍କ ପ୍ରେମରେ ପାଗଳ ୩ ପିଲାଙ୍କ ମା, ପ୍ରେମିକ ପାଇଁ ବିଜୁଳି ଖୁଣ୍ଟରେ ବସିଲା appeared first on KNews Odisha.