ଫଟୋଗ୍ରାଫି ପ୍ରତିଯୋଗିତା; ବରଫ ଖଣ୍ଡ ଉପରେ ଶୋଇଥିବା ଧଳା ଭାଲୁର ଫଟୋକୁ ପୁରସ୍କାର

୭୫,୦୦୦ ଭୋଟ୍ ସହ 2023 ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପିପୁଲ୍ସ ଚଏସ୍ ଆୱାର୍ଡ ପାଇଛି ଏହି ଫଟୋ।

ଫଟୋଗ୍ରାଫି ପ୍ରତିଯୋଗିତା; ବରଫ ଖଣ୍ଡ ଉପରେ ଶୋଇଥିବା ଧଳା ଭାଲୁର ଫଟୋକୁ ପୁରସ୍କାର

ଏକ ବରଫ ଖଣ୍ଡ ଉପରେ ଶୋଇଥିବା ଧଳା ଭାଲୁର ଫଟୋକୁ ମିଳିଛି ଆୱାର୍ଡ। ୨୦୨୩ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପିପୁଲ୍ସ ଚଏସ୍ ଆୱାର୍ଡ ପାଇଛି ଏହି ଫଟୋଟି। ଭାଲୁର ଚିତ୍ର ଉତ୍ତୋଳନ କରିଥିବା ନିମା ସରିଖାନିଙ୍କୁ ମିଳିଛି ଏହି ଆୱାର୍ଡ। ଖବର ଅନୁସାରେ, ନିମା ନରୱେ ଦ୍ୱୀପପୁଞ୍ଜରେ ତିନି ଦିନ ଧରି ଧଳା ଭାଲୁକୁ ଖୋଜିବା ପରେ ଏହି ଫଟୋଟିକୁ ଉତ୍ତୋଳନ କରିଥିଲେ।

ପ୍ରାକୃତିକ ଇତିହାସ ସଂଗ୍ରହାଳୟ ( Natural History Museum) ପ୍ରତିବର୍ଷ ଏହି ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜିତ କରିଥାଏ। ଜୀବ-ଜନ୍ତୁଙ୍କ ଆକର୍ଷଣୀୟ ଦୃଶ୍ୟ ସଂଗ୍ରହ ପାଇଁ ଏହି ପୁରସ୍କାର ଦିଆଯାଏ। ନିକଟରେ ପ୍ରତିଯୋଗିତା ଶେଷ ହୋଇଛି, ଯେଉଁଥିରେ ନିମାଙ୍କ ଫଟୋକୁ ବେଷ୍ଟ ଆୱାର୍ଡ ମିଳିଛି।

ଶୋଇଥିବା ଧଳା ଭାଲୁ ଫଟୋ ବିଷୟରେ:-
ନିମାଙ୍କ 'ଆଇସ୍ ବେଡ୍' ନାମକ ଫଟୋକୁ ୭୫,୦୦୦ ଲୋକ ଭୋଟ୍ ଦେଇଥିଲେ। ସେ ଏହି ସଫଳତା ପରେ ଫଟୋଗ୍ରାଫର ସଂଗ୍ରହାଳୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଚଳିତ ବର୍ଷର ସମ୍ମାନଜନକ ବନ୍ୟଜନ୍ତୁ ଫଟୋଗ୍ରାଫି ପ୍ରତିଯୋଗିତା, ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ଅଫ୍ ଦି ଇୟର ଅଫ୍ ପିପୁଲ୍ସ ଚଏସ୍ ଆୱାର୍ଡ ଜିତି ମୁଁ ଖୁବ୍ ଗର୍ବିତ। ଏହି ଫଟୋ ଅନେକ ଲୋକଙ୍କ ମଧ୍ୟରେ ଦୃଢ ଭାବନା ସୃଷ୍ଟି କରିଛି।"

"ଯଦିଓ ଜଳବାୟୁ ପରିବର୍ତ୍ତନ ହେଉଛି ସବୁଠାରୁ ବଡ ଆହ୍ୱାନ, ମୁଁ ଆଶା କରୁଛି ଏହି ଫଟୋ ମଧ୍ୟ ଆଶାକୁ ପ୍ରେରଣା ଯୋଗାଉଛି। ଆମେ ଜଳବାୟୁରେ ଯେଉଁ ପରିବର୍ତ୍ତନ କରିଛନ୍ତି, ତାକୁ ସଜାଡିବା ପାଇଁ ଏବେ ବି ସମୟ ଅଛି ବୋଲି ନିମା କହିଛନ୍ତି। 

ପ୍ରତିଯୋଗିତାରେ ସଂଗୃହିତ ହୋଇଥିବା ଅନ୍ୟାନ୍ୟ ଫଟୋ
ବିଶ୍ୱର କୋଣ ଅନୁକୋଣରୁ ଫଟୋଗ୍ରାଫରମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପିପୁଲ୍ସ ଚଏସ୍ କାର୍ଯ୍ୟକ୍ରମକୁ ସେମାନେ ଉତ୍ତୋଳନ କରିଥିବା ଫଟୋ ପଠାଇଥାନ୍ତି। ଚଳିତ ବର୍ଷ ମଧ୍ୟ ଅନେକ ଫଟୋଗ୍ରାଫର ନିଜ ନିଜ ଫଟୋ ପଠାଇଥିଲେ।ଏଥିରେ କେତେକ ଜଳଚର ପ୍ରାଣୀ ନିଜ ନିଜ ମଧ୍ୟରେ କଥା ହେବାର ଦୃଶ୍ୟ ମଧ୍ୟ ଶେଆର୍ କରାଯାଇଥିଲା।