ଫଡନାଭିସ 3.0; ତୃତୀୟ ଥର ପାଇଁ ମହାରାଷ୍ଟ୍ରର ଶାସନଭାର ସମ୍ଭାଳିବେ ଫଡନାଭିସ

କନକ ବ୍ୟୁରୋ : ସରିଲା ମହାୟୁତି ସସପେନ୍ସ । ନିର୍ବାଚନ ଫଳାଫଳର ୧୧ ଦିନ ପରେମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚିତ୍ର ସ୍ପଷ୍ଟ ହୋଇଛି । ସବୁ ଦ୍ୱନ୍ଦ୍ୱ ଦୂର କରି ବିଧାୟକ ଦଳ ବୈଠକରେ ଦେବେନ୍ଦ୍ର ଫଡନାଭିସ୍‌ ନାଁରେ ମୋହର ମାରିଛି ବିଜେପି । କାଲି ସନ୍ଧ୍ୟା ୫ଟାରେ ଶପଥ ସମାରୋହ କାର୍ଯ୍ୟକ୍ରମ । ୧୧ଦିନର ଦ୍ୱନ୍ଦ୍ୱ, କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ମହାୟୁତି ମେଣ୍ଟ ବାଛିଛି ମୁଖ୍ୟମନ୍ତ୍ରୀ ଚେହେରା । ଦୁଇ ଦୁଇ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ସାରିଥିବା ଦେବେନ୍ଦ୍ର ଫଡନାଭିସ ଉପରେ ଭରଷା ପ୍ରକଟ କରି ଗୁରୁଦାୟିତ୍ୱ ଦିଆଯାଇଛି । ବିଧାନସଭା ନିର୍ବାଚନରେ ସବୁଠୁ ବଡ ଦଳଭାବେ ଉଭା ହୋଇଥିବା ବିଜେପି କୌଣସି ଦ୍ୱିଧା ନରଖି ଫଡନାଭିସଙ୍କୁ ବାଛିଛି । କାଲି ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ଦେବେନ୍ଦ୍ର । ଫଳଫଳା ଘୋଷଣାକୁ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ବି କାହିଁକି ମୁଖ୍ୟମନ୍ତ୍ରୀ ବାଛିବାରେ ମହାୟୁତି ବିଳମ୍ବ କରୁଥିଲା ସେନେଇ ଅନେକ କଳ୍ପନାଜଳ୍ପନା ଦେଖାଦେଇଥିଲା । ଚର୍ଚ୍ଚା ଭିତରେ ଏକନାଥ କୌଣସି ବାଦ,ବିବାଦ, ସର୍ତ୍ତ ନଥିବା କହିଥିଲେ ବି ହଠାତ ମୁମ୍ବାଇ ଛାଡି ଗାଁକୁ ଚାଲିଯାଇଥିଲେ । ୪ଦିନ ପରେ ବୁଧବାର ମୁମ୍ବାଇ ଫେରିଆସିବା ପରେ ଏକଥା ସ୍ପଷ୍ଟ ହୋଇଥିଲା ଯେ ମହାୟୁତିମେଣ୍ଟ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଧିରେ ଧିରେ ଥଣ୍ଡାପଡୁଛି । ଯଦିଓ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯ

ଫଡନାଭିସ 3.0; ତୃତୀୟ ଥର ପାଇଁ ମହାରାଷ୍ଟ୍ରର ଶାସନଭାର ସମ୍ଭାଳିବେ ଫଡନାଭିସ

କନକ ବ୍ୟୁରୋ : ସରିଲା ମହାୟୁତି ସସପେନ୍ସ । ନିର୍ବାଚନ ଫଳାଫଳର ୧୧ ଦିନ ପରେମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚିତ୍ର ସ୍ପଷ୍ଟ ହୋଇଛି । ସବୁ ଦ୍ୱନ୍ଦ୍ୱ ଦୂର କରି ବିଧାୟକ ଦଳ ବୈଠକରେ ଦେବେନ୍ଦ୍ର ଫଡନାଭିସ୍‌ ନାଁରେ ମୋହର ମାରିଛି ବିଜେପି । କାଲି ସନ୍ଧ୍ୟା ୫ଟାରେ ଶପଥ ସମାରୋହ କାର୍ଯ୍ୟକ୍ରମ ।

୧୧ଦିନର ଦ୍ୱନ୍ଦ୍ୱ, କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ମହାୟୁତି ମେଣ୍ଟ ବାଛିଛି ମୁଖ୍ୟମନ୍ତ୍ରୀ ଚେହେରା । ଦୁଇ ଦୁଇ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ସାରିଥିବା ଦେବେନ୍ଦ୍ର ଫଡନାଭିସ ଉପରେ ଭରଷା ପ୍ରକଟ କରି ଗୁରୁଦାୟିତ୍ୱ ଦିଆଯାଇଛି । ବିଧାନସଭା ନିର୍ବାଚନରେ ସବୁଠୁ ବଡ ଦଳଭାବେ ଉଭା ହୋଇଥିବା ବିଜେପି କୌଣସି ଦ୍ୱିଧା ନରଖି ଫଡନାଭିସଙ୍କୁ ବାଛିଛି । କାଲି ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ଦେବେନ୍ଦ୍ର ।

ଫଳଫଳା ଘୋଷଣାକୁ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ବି କାହିଁକି ମୁଖ୍ୟମନ୍ତ୍ରୀ ବାଛିବାରେ ମହାୟୁତି ବିଳମ୍ବ କରୁଥିଲା ସେନେଇ ଅନେକ କଳ୍ପନାଜଳ୍ପନା ଦେଖାଦେଇଥିଲା । ଚର୍ଚ୍ଚା ଭିତରେ ଏକନାଥ କୌଣସି ବାଦ,ବିବାଦ, ସର୍ତ୍ତ ନଥିବା କହିଥିଲେ ବି ହଠାତ ମୁମ୍ବାଇ ଛାଡି ଗାଁକୁ ଚାଲିଯାଇଥିଲେ । ୪ଦିନ ପରେ ବୁଧବାର ମୁମ୍ବାଇ ଫେରିଆସିବା ପରେ ଏକଥା ସ୍ପଷ୍ଟ ହୋଇଥିଲା ଯେ ମହାୟୁତିମେଣ୍ଟ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଧିରେ ଧିରେ ଥଣ୍ଡାପଡୁଛି ।

ଯଦିଓ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି ତଥାପି ମହାୟୁତିରେ ବିଭାଗ ବଣ୍ଟନକୁ ନେଇ ଏବେବି କେଁ ରହିଥିବା କୁହାଯାଉଛି । ନିର୍ବାଚନରେ ସବୁଠୁ ଅଧିକ ଆସନ ଜିତିଥିବା ବିଜେପି ସବୁଠୁ ଅଧିକ ତଥା ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିବାକୁ ଚାହିଁବ । ସିନ୍ଦେ ଶିବସେନା ଓ ଅଜିତଙ୍କ ଏନସିପି ଉପମୁଖ୍ୟମନ୍ତ୍ରୀ ପଦ ପାଇବା ସ୍ଥିର ହୋଇଥିଲେ ବି ଦଳର କେଉଁ ନେତାଙ୍କୁ ମିଳିବ ନା ନିଜେ ଏକନାଥ ଓ ଅଜିତଙ୍କ ହାତକୁ ଯିବ ସେକଥା ଏବେବି ସସପେନ୍ସ ରହିଛି । ସେପଟେ ହାତରୁ ମୁଖ୍ୟମନ୍ତ୍ରୀ ଚୌକି ଯିବା ପରେ  ଗୃହ,ସହରୀବିକାଶ,ଅର୍ଥ ପରି ୯ଟି ବିଭାଗ ଦାବି କରିପାରନ୍ତି ଏକନାଥ ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାଜ୍ୟର ୨୮୮ ଆସନରୁ ବିଜେପି ଏକାକି ୧୩୨ ଆସନରେ ବିଜୟୀ ହୋଇଛି। ଏହାର ସହଯୋଗୀ ଦଳ ଭାବେ ସିନ୍ଦେଙ୍କ ଶିବେସନା ୫୭ ଓ ଅଜିତ ପାୱାରଙ୍କ ଏନସିପି ୪୧ ଆସନ ହାସଲ କରିଛନ୍ତି । ଏହି ମେଣ୍ଟ ବିଧାନସଭାରେ ମୋଟ ୨୩୦ ଆସନ ହାସଲ କରିଛି ।