ଫର୍ମକୁ ଫେରିଲେ ବିରାଟ କୋହଲି
ନୂଆଦିଲ୍ଲୀ : ଫର୍ମକୁ ଫେରିଲେ କିଙ୍ଗ୍ କୋହଲି। ପାକିସ୍ତାନ ବିପକ୍ଷରେ ଶତକ ମାରି ସମସ୍ତଙ୍କୁ ସେ ଚେତାବନୀ ଦେଇଛନ୍ତି। ଏହା... The post ଫର୍ମକୁ ଫେରିଲେ ବିରାଟ କୋହଲି appeared first on .
ନୂଆଦିଲ୍ଲୀ : ଫର୍ମକୁ ଫେରିଲେ କିଙ୍ଗ୍ କୋହଲି। ପାକିସ୍ତାନ ବିପକ୍ଷରେ ଶତକ ମାରି ସମସ୍ତଙ୍କୁ ସେ ଚେତାବନୀ ଦେଇଛନ୍ତି। ଏହା ହେଉଛି ତାଙ୍କର ୫୧ତମ ଶତକ। ଏହା ସହିତ ସେ ତେନ୍ଦୁଲକରଙ୍କ ସହିତ ଯୁଗ୍ମ ଭାବେ ସର୍ବାଧିକ ଦିନିକିଆ ସେଞ୍ଚୁରି କରିବାର ରେକର୍ଡ କରିଛନ୍ତି। ତେନ୍ଦୁଲକର ମଧ୍ୟ ୫୧ଟି ଦିନିକିଆ ସେଞ୍ଚୁରି କରିଛନ୍ତି। ଆଜିର ଇନିଂସ ସହିତ ୧୪ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି କୋହଲି। ତେନ୍ଦୁଲକରଙ୍କ ପରେ ସେ ଦ୍ଵିତୀୟ ଭାରତୀୟ ଭାବେ ସର୍ବାଧିକ ୱାନ ଡେ ରନ୍ କରିଛନ୍ତି। ଆଉ ଏକ କଥା ହେଲା ସବୁଠାରୁ ଦ୍ରୁତତମ ଭାବେ ମାତ୍ର ୨୮୭ ଇନିଂସରେ ୧୪ ହଜାର ରନ୍ ପୂରଣ କରିଛନ୍ତି ବିରାଟ କୋହଲି। କେବଳ ସେତିକି ନୁହେଁ, ୮ ହଜାର ରନ୍ ପୂରଣ କରିବାରେ ବି ସେ ଦ୍ରୁତତମ ବ୍ଯାଟସମ୍ୟାନ। ସେହିପରି ସବୁଠାରୁ କମ୍ ଇନିଂସରେ ସେ ୯ ହଜାର ରନ୍ , ୧୦ ହଜାର ରନ୍ , ୧୧ ହଜାର ରନ୍, ୧୨ ହଜାର ରନ୍ ୧୩ ହଜାର ରନ୍ ପୂରଣ କରିଥିଲେ। ୧୪ ହଜାର ରନ୍ ପୂରଣ କରିବାରେ ମଧ୍ୟ ସେ ସବୁଠୁ କମ୍ ଇନିଂସ ଖେଳିଛନ୍ତି।
The post ଫର୍ମକୁ ଫେରିଲେ ବିରାଟ କୋହଲି appeared first on .