ଫଳ ପଚାଇବାରେ ବ୍ୟବହାର ହେଉଛି ଜହର : ପାଟିକୁ ସୁଆଦିଆ, ପେଟକୁ ମାରାତ୍ମକ ରୋଗ

ଜଟଣୀ : ଆଗକୁ ରହିଛି ଓଡ଼ିଆ ମାନଙ୍କ ପ୍ରମୁଖ ପର୍ବ ସାବିତ୍ରୀ। ବ୍ୟବସାୟିକ ସହର ଜଟଣୀରେ ଲାଗିଛି ବିଭିନ୍ନ କିସମର ଫଳ ଦୋକାନ । ସାବିତ୍ରୀ ବ୍ରତର ପ୍ରଭାବରେ ମୁଖ୍ୟତ ଆମ୍ବ ବ୍ୟବସାୟ ବହୁଳ ପରିମାଣରେ ବ୍ୟବସାୟ ଚାଲିଛି। ସମ୍ପ୍ରତି ଆମ୍ବ ସିଜନ୍ ଚାଲୁଥିବାରୁ ଦର ଯେତେ ଅଧିକ ହେଲେ ମଧ୍ୟ ଗ୍ରାହକ ଆମ୍ବ କିଣୁଛନ୍ତି। ବଜାରରୁ ଫେରିଲା ବେଳେ ବ୍ୟାଗରେ କିଛି ପନିପରିବା ସହ ପ୍ରାୟତଃ ଆମ୍ବ ରହିଥିବା ଦେଖିବାକୁ ମିଳୁଛି। ଅଣାଯାଇଥିବା ଏହି ସୁଆଦିଆ […]

ଫଳ ପଚାଇବାରେ ବ୍ୟବହାର ହେଉଛି ଜହର : ପାଟିକୁ ସୁଆଦିଆ, ପେଟକୁ ମାରାତ୍ମକ ରୋଗ
Poison is used to ripen mangoes

ଜଟଣୀ : ଆଗକୁ ରହିଛି ଓଡ଼ିଆ ମାନଙ୍କ ପ୍ରମୁଖ ପର୍ବ ସାବିତ୍ରୀ। ବ୍ୟବସାୟିକ ସହର ଜଟଣୀରେ ଲାଗିଛି ବିଭିନ୍ନ କିସମର ଫଳ ଦୋକାନ । ସାବିତ୍ରୀ ବ୍ରତର ପ୍ରଭାବରେ ମୁଖ୍ୟତ ଆମ୍ବ ବ୍ୟବସାୟ ବହୁଳ ପରିମାଣରେ ବ୍ୟବସାୟ ଚାଲିଛି। ସମ୍ପ୍ରତି ଆମ୍ବ ସିଜନ୍ ଚାଲୁଥିବାରୁ ଦର ଯେତେ ଅଧିକ ହେଲେ ମଧ୍ୟ ଗ୍ରାହକ ଆମ୍ବ କିଣୁଛନ୍ତି। ବଜାରରୁ ଫେରିଲା ବେଳେ ବ୍ୟାଗରେ କିଛି ପନିପରିବା ସହ ପ୍ରାୟତଃ ଆମ୍ବ ରହିଥିବା ଦେଖିବାକୁ ମିଳୁଛି। ଅଣାଯାଇଥିବା ଏହି ସୁଆଦିଆ ଆମ୍ବ ଶରୀର ପାଇଁ କେତେ ଯେ କ୍ଷତିକାରକ ତାହା ଜାଣିବା ପାଇଁ କାହା ପାଖରେ ସମୟ ନଥାଏ। କାରଣ ଏବେ ବଜାରରେ ମିଳୁଥିବା ଆମ୍ବ କ୍ୟାଲସିୟମ୍ କାର୍ବାଇଟ୍ ଦ୍ବାରା ପଚାଇ ଦିଆଯାଇଛି। ଆମ୍ବ ଓ କଦଳୀ ଭଳି ଫଳ ପଚାଇବା ପାଇଁ କ୍ୟାଲସିୟମ୍ କାର୍ବାଇଟ୍ ବ୍ୟବହାର ଉପରେ ନିଷେଧାଦେଶ ଥିବା ସତ୍ତ୍ଵେ ବ୍ୟବସାୟୀ ମାନେ ଖୁଲୁମ୍ ଖୁଲା ଏହି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି। ସାଧାରଣ ଲୋକଟି ଠିକ୍ ଦାମ ଦେଇ ବଜାରରୁ ଜହର କିଣୁଥିବା ଜଣାପଡ଼ିଛି। ଖାଦ୍ୟ ସୁରକ୍ଷା ବିଭାଗ ନିୟମିତ ଯାଞ୍ଚ କରିବା ନିୟମ ଥିଲେ ମଧ୍ୟ ଫଳ ଦୋକାନୀ ମାନଙ୍କ ଏଭଳି କାର୍ୟ୍ୟ ଉପରେ ବିଭାଗୀୟ ଅଧିକାରୀଙ୍କ ନଜର ପଡୁନାହିଁ। ଫଳରେ ଲୋକଙ୍କୁ ଏହି କାର୍ବାଇଟ୍ ଦିଆ ପାଚିଲା ଫଳ ରୋଗମୁହଁକୁ ଠେଲି ଦେଉଛି।

ବଜାରରେ ଫଳ ପଚାଇବା ପାଇଁ ବ୍ୟବହାର ହେଉଥିବା କ୍ୟାଲସିୟମ୍ କାର୍ବାଇଟ୍ କ୍ୟାନସର ଭଳି ମାରାତ୍ମକ ରୋଗର କାରଣ ବୋଲି ଏହି ରାସାୟନିକ ପଦାର୍ଥର ବ୍ୟବହାର ଉପରେ ରୋକ୍ ଲଗାଯାଇଛି। କିନ୍ତୁ ବ୍ୟବସାୟୀ ମାନେ ଭଲ ବେପାର ଆଶାରେ ଲୋକଙ୍କୁ ଅତ୍ୟଧିକ କାର୍ବାଇଟ୍ ଦିଆ ଫଳ ବିକ୍ରି କରି ଲାଭବାନ ହେଉଛନ୍ତି। ଜଟଣୀରେ ପ୍ରାୟ ସବୁ ବ୍ୟବସାୟୀ ଆମ୍ବ, କଦଳୀ, ଲିଚୁ, ସପୁରି, ପଣସ, ଅମୃତଭଣ୍ଡା ଆଦି ଫଳକୁ ପଚାଇବା ପାଇଁ କ୍ୟାଲସିୟମ୍ କାର୍ବାଇଟ୍ ବ୍ୟବହାର କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି, ଫଳ ପଚାଇବା ଲାଗି ବ୍ୟବସାୟୀଙ୍କୁ ଏଥିଲିନ୍ ଗ୍ୟାସ୍ ବ୍ୟବହାର କରିବାକୁ କୁହାଯାଇଛି। କିଛି ବ୍ୟବସାୟୀ ନିୟମ ମାନି ଏହାକୁ ବ୍ୟବହାର କରୁଛନ୍ତି। କିନ୍ତୁ ଏଥିଲିନ୍ ଗ୍ୟାସ୍ ଦ୍ଵାରା ବିଳମ୍ବରେ ଫଳ ପାଚୁଛି।

ତେବେ ନିୟମ ଅନୁସାରେ ଏଥିଲିନ୍ ଗ୍ୟାସ୍ ବ୍ୟବହାର କଲେ ଆମ୍ବ ଭଳି ଫଳ ପାଚିବାକୁ ୬ରୁ ୮ଦିନ ଲାଗିବ। ବିଶେଷ କରି ୧୦କିଲୋ ଆମ୍ବ ପଚାଇବାକୁ ୦.୫ଗ୍ରାମର ଏଥିଲିନ୍ ଗ୍ୟାସ୍ ବ୍ୟବହାର କରିବା କଥା କିନ୍ତୁ ବ୍ୟବସାୟୀ ମାନେ ଅଳ୍ପ ଦିନରେ କିପରି ଅଧିକ ଫଳ ପଚାଇବେ ସେଥିପାଇଁ ବ୍ୟବସାୟୀ ମାନେ ୦.୫ଗ୍ରାମ ବଦଳରେ ୧୦ଗ୍ରାମ ଏଥିଲିନ୍ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଯାହାକି ଅତ୍ୟଧିକ ଏଥିଲିନ୍ ବ୍ୟବହାର କ୍ଷତିକାରକ। ତେଣୁ ବ୍ୟବସାୟୀ ମାନେ କାର୍ବାଇଟ୍ ବ୍ୟବହାର କରୁଛନ୍ତି। ଫଳ ପଚାଇବା ପାଇଁ କାର୍ବାଇଟ୍ ଓ ଅନ୍ୟ ରାସାୟନିକ ଦ୍ରବ୍ୟର ବ୍ୟବହାର ବନ୍ଦ ପାଇଁ ୨୦୦୬ ଫୁଡ୍‌ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟରେ ବାରଣ କରାଯାଇଛି।

ସେହିପରି ୨୦୧୧ ଫୁଡ୍‌ ସେଫ୍ଟି (ପ୍ରୋହିବିସନ୍ ଆଣ୍ଡ ରେଷ୍ଟ୍ରିକ୍ସନ୍) ରେଗୁଲେସନ୍ ଅନୁଯାୟୀ କାର୍ବାଇଟ୍ କୁ ଖାଦ୍ୟରେ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ୬ମାସ ପର୍ୟ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି ଉଲ୍ଲେଖ ରହିଛି। ମାତ୍ର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ହେଉ ନଥିବାରୁ ବ୍ୟବସାୟୀମାନେ ଏହି ଆଇନ୍ କୁ ମାନୁ ନାହାନ୍ତି। କ୍ୟାଲସିୟମ୍ କାର୍ବାଇଟ୍ କୁ ବ୍ୟବହାର କରି ଯେଉଁ ଫଳ ପଚାଯାଏ, ଏହାକୁ ଖାଇଲେ କ୍ୟାନସର, ଥାଇରଡ଼୍‌, ପାଟି ଭିତରେ ଘା, ଏଲର୍ଜି ଆଦି ରୋଗ ଦେଖା ଦେଇଥାଏ। ଏପରିକି ବୃଦ୍ଧ ଲୋକଙ୍କ ଶରୀରରେ ଆଜମା ଭଳି ରୋଗ ହୋଇଥାଏ ବୋଲି ଡାକ୍ତର ମତ ଦେଇଛନ୍ତି।