ଜମ୍ମୁ ବେସ୍ କ୍ୟାମ୍ପରୁ ବାହାରିଲା ଅମରନାଥ ଯାତ୍ରୀଙ୍କ ପ୍ରଥମ ବ୍ୟାଚ୍, ଜାଣନ୍ତୁ କେତେଦିନ ଚାଲିବ ଯାତ୍ରା
ଜମ୍ମୁ ୨୮।୬: ବାବା ବର୍ଫାନୀଙ୍କ ଦର୍ଶନ ନିମନ୍ତେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଅମରନାଥ ଯାତ୍ରା ଚଳିତବର୍ଷ ଆରମ୍ଭ ହୋଇଯାଇଛି। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ୨୮ ଜୁନ ଶୁକ୍ରବାର ପୂର୍ବାହ୍ନରେ ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରଥମ ବ୍ୟାଚ୍ ଅମରନାଥ ଯାତ୍ରାରେ ବାହାରିଛି। ପ୍ରଥମ ବ୍ୟାଚ୍ ଅପରାହ୍ନ ୨ଟା ବେଳେ ଦକ୍ଷିଣ କାଶ୍ମୀରର ପହଲଗାଓଁ ଓ ମଧ୍ୟ କାଶ୍ମୀରର ବାଲଟୋଲ ପହଞ୍ଚିଛି। ଏହି ୫୨ଦିବସୀୟ ତୀର୍ଥ ଯାତ୍ରା ଜୁନ ୨୯ ତାରିଖରୁ ୨ଟି ମାର୍ଗ ଅନନ୍ତ ନାଗର ପାରମ୍ପରିକ ୪୮ କିଲୋମିଟର ଦୀର୍ଘ ନୁନଗାଁବ-ପହଲଗାଁଓ ମାର୍ଗ ଓ ଗନ୍ଦରବଲରୁ ୧୪ କିଲୋମିଟର କମ କିନ୍ତୁ କଠିନ ରାସ୍ତା ବାଲଟୋଲ ମାର୍ଗରୁ ଆରମ୍ଭ ହେବ। ଅମରନାଥ ଶ୍ରାଇନବୋର୍ଡ ଅଧିକାରୀଙ୍କ ଅନୁସାରେ ସହରର ସାଲିମାର ଇଲାକାରେ ଅପଞ୍ଜିକୃତ ତୀର୍ଥ ଯାତ୍ରୀଙ୍କ ନିମନ୍ତେ ଅନ-ଦି ସ୍ପଟ ପଞ୍ଜିକରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଏହା ଛଡା ପୁରାନୀ ମଣ୍ଡିସ୍ଥିତ ରାମ ମନ୍ଦିରରେ ସାଧୁମାନଙ୍କ ପଞ୍ଜିକରଣ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ସ୍ଥାପନା କରାଯାଇଛି। ଅଧିକାରୀଙ୍କ ଅନୁସାରେ କଡ଼ା ସୁରକ୍ଷା ମଧ୍ୟରେ ୧୬ଶହ ତୀର୍ଥ ଯାତ୍ରୀ କାଶ୍ମୀରରୁ ଆଗକୁ ଯାତ୍ରା ଲାଗି ଭଗବତୀ ନଗର ଆଧାର ଶିବିରକୁ ପହଞ୍ଚିଛନ୍ତି। ମହିଳାଙ୍କ ସହିତ ୮୦୦ ସାଧୁ ରାମମନ୍ଦିର ଓ ଗିତା ଭବନ ପହଞ୍ଚିଛନ୍ତି। ଏଠାକୁ ପହଞ୍ଚିଥିବା ଶ୍ରଦ୍ଧାଳୁ ଦକ୍ଷିଣ କା
ଜମ୍ମୁ ୨୮।୬: ବାବା ବର୍ଫାନୀଙ୍କ ଦର୍ଶନ ନିମନ୍ତେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଅମରନାଥ ଯାତ୍ରା ଚଳିତବର୍ଷ ଆରମ୍ଭ ହୋଇଯାଇଛି। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ୨୮ ଜୁନ ଶୁକ୍ରବାର ପୂର୍ବାହ୍ନରେ ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରଥମ ବ୍ୟାଚ୍ ଅମରନାଥ ଯାତ୍ରାରେ ବାହାରିଛି। ପ୍ରଥମ ବ୍ୟାଚ୍ ଅପରାହ୍ନ ୨ଟା ବେଳେ ଦକ୍ଷିଣ କାଶ୍ମୀରର ପହଲଗାଓଁ ଓ ମଧ୍ୟ କାଶ୍ମୀରର ବାଲଟୋଲ ପହଞ୍ଚିଛି।
ଏହି ୫୨ଦିବସୀୟ ତୀର୍ଥ ଯାତ୍ରା ଜୁନ ୨୯ ତାରିଖରୁ ୨ଟି ମାର୍ଗ ଅନନ୍ତ ନାଗର ପାରମ୍ପରିକ ୪୮ କିଲୋମିଟର ଦୀର୍ଘ ନୁନଗାଁବ-ପହଲଗାଁଓ ମାର୍ଗ ଓ ଗନ୍ଦରବଲରୁ ୧୪ କିଲୋମିଟର କମ କିନ୍ତୁ କଠିନ ରାସ୍ତା ବାଲଟୋଲ ମାର୍ଗରୁ ଆରମ୍ଭ ହେବ। ଅମରନାଥ ଶ୍ରାଇନବୋର୍ଡ ଅଧିକାରୀଙ୍କ ଅନୁସାରେ ସହରର ସାଲିମାର ଇଲାକାରେ ଅପଞ୍ଜିକୃତ ତୀର୍ଥ ଯାତ୍ରୀଙ୍କ ନିମନ୍ତେ ଅନ-ଦି ସ୍ପଟ ପଞ୍ଜିକରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଏହା ଛଡା ପୁରାନୀ ମଣ୍ଡିସ୍ଥିତ ରାମ ମନ୍ଦିରରେ ସାଧୁମାନଙ୍କ ପଞ୍ଜିକରଣ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ସ୍ଥାପନା କରାଯାଇଛି।

ଅଧିକାରୀଙ୍କ ଅନୁସାରେ କଡ଼ା ସୁରକ୍ଷା ମଧ୍ୟରେ ୧୬ଶହ ତୀର୍ଥ ଯାତ୍ରୀ କାଶ୍ମୀରରୁ ଆଗକୁ ଯାତ୍ରା ଲାଗି ଭଗବତୀ ନଗର ଆଧାର ଶିବିରକୁ ପହଞ୍ଚିଛନ୍ତି। ମହିଳାଙ୍କ ସହିତ ୮୦୦ ସାଧୁ ରାମମନ୍ଦିର ଓ ଗିତା ଭବନ ପହଞ୍ଚିଛନ୍ତି। ଏଠାକୁ ପହଞ୍ଚିଥିବା ଶ୍ରଦ୍ଧାଳୁ ଦକ୍ଷିଣ କାଶ୍ମୀରର ହିମାଳୟରେ ୩,୮୮୦ ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଗୁମ୍ଫା ମନ୍ଦିରରେ ପ୍ରାକୃତିକ ରୂପେ ନିର୍ମିତ ବରଫ ଶିବଲିଙ୍ଗ ଦର୍ଶନ ନିମନ୍ତେ ଉତ୍ସାହିତ ଅଛନ୍ତି।
ଏଥିରେ ସୁରକ୍ଷାର କଥା କହିବାକୁ ଗଲେ ଚଳିତବର୍ଷ ମଧ୍ୟ ଜମ୍ମୁରେ ଅମରନାଥ ବେସ୍ କ୍ୟାମ୍ପ ଆଖପାଖରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଶିବିର ଓ ଏହାର ଆଖପାଖରେ ୨୪ ଘଣ୍ଟା ନଜର ରଖିବା ପାଇଁ ୩୬୦ ଡିଗ୍ରି କ୍ୟାମେରା ସହିତ ବଡି ସ୍କାନର ଓ ସିସିଟିଭି କ୍ୟାମେରା ଲଗାଯାଇଛି। ସୁରକ୍ଷା ନିମନ୍ତେ ଅନେକ କମ୍ପାନୀ ଅର୍ଦ୍ଧ ସାମରିକ ବଳ ମୁତୟନ ହୋଇଛନ୍ତି।