ହାରିଲା ପାକିସ୍ତାନ, ଭାରତୀୟ ଦଳର ସେମି ଆଶା ଧୂଳିସାତ

ନୂଆଦିଲ୍ଲୀ: ପାକିସ୍ତାନ ମହିଳା କ୍ରିକେଟ୍ ଦଳର ଶୋଚନୀୟ ପରାଜୟ ସହିତ ଭାରତୀୟ ଦଳର ଟି-୨୦ ବିଶ୍ଵକପ୍‌ ୨୦୨୪ର ସେମି ଫାଇନାଲ୍ ଖେଳିବାର ସ୍ଵପ୍ନ ଚୁରମାର ହୋଇଛି। ଗ୍ରୁପ ଏରୁ ଦ୍ଵିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିକୁ ଉନ୍ନୀତ ହୋଇଛି। ନ୍ୟୁଜିଲାଣ୍ଡ ସୋମବାର ଖେଳା ଯାଇଥିବା ଶେଷ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନକୁ ୫୪ ରନରେ ହରାଇ ସେମିରେ ଏଣ୍ଟ୍ରି ମାରିଛି। ପାକିସ୍ତାନ ମ୍ୟାଚ୍  ଜିତିଥିଲେ ଭାରତ ସେମିରେ ପ୍ରବେଶ କରିଥାନ୍ତା। ହେଲେ ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିବାରୁ ଭାରତୀୟ ଦଳ ବିଶ୍ଵକପ୍‌ରୁ ବିଦାୟ ନେଇଛି।ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ରୁ ୩ ବିଜୟରୁ ୬ ପଏଣ୍ଟ ପାଇଥିବା ବେଳେ ଭାରତ ଦୁଇ ମ୍ୟାଚ୍ ଜିତି ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଭାରତ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇଥିବା ବେଳେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଥିଲା। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଦୁହିଁଙ୍କ ପାଇଁ ଏହି ମୁକାବିଲା ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ଦୁଇ ଦଳ ପାଇଁ ସେମିରେ ପହଞ୍ଚିବା ପାଇଁ ସୁଯୋଗ ରହିଥିଲା। ଦୁବାଇର ଧିମା ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍ ହରାଇ ୧୧୦ ରନ କରିଥିଲା। ଦଳ ପକ୍ଷରୁ ସୁଇଜ ବେଟ୍ସ ୨୮ ରନ ଓ ବ୍ରୁକ ହାଲିଡେ ୨୨ ରନ କରିଥିଲେ। ସ୍କୋର ଛୋଟ ଥିଲେ ହେଁ ପିଚ୍ ଏତେ ଧିମା ଥିଲା ଯେ, ବ୍ୟାଟରଙ୍କ ପାଇଁ ରନ କରିବା ମୁସ୍କିଲ ହୋଇ ପଡ଼ିଥିଲା। ଫଳସ୍ଵରୂପ ପାକିସ୍ତାନ ୧୧.୪ ଓଭର

ହାରିଲା ପାକିସ୍ତାନ, ଭାରତୀୟ ଦଳର ସେମି ଆଶା ଧୂଳିସାତ

ନୂଆଦିଲ୍ଲୀ: ପାକିସ୍ତାନ ମହିଳା କ୍ରିକେଟ୍ ଦଳର ଶୋଚନୀୟ ପରାଜୟ ସହିତ ଭାରତୀୟ ଦଳର ଟି-୨୦ ବିଶ୍ଵକପ୍‌ ୨୦୨୪ର ସେମି ଫାଇନାଲ୍ ଖେଳିବାର ସ୍ଵପ୍ନ ଚୁରମାର ହୋଇଛି। ଗ୍ରୁପ ଏରୁ ଦ୍ଵିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିକୁ ଉନ୍ନୀତ ହୋଇଛି। ନ୍ୟୁଜିଲାଣ୍ଡ ସୋମବାର ଖେଳା ଯାଇଥିବା ଶେଷ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନକୁ ୫୪ ରନରେ ହରାଇ ସେମିରେ ଏଣ୍ଟ୍ରି ମାରିଛି। ପାକିସ୍ତାନ ମ୍ୟାଚ୍  ଜିତିଥିଲେ ଭାରତ ସେମିରେ ପ୍ରବେଶ କରିଥାନ୍ତା। ହେଲେ ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିବାରୁ ଭାରତୀୟ ଦଳ ବିଶ୍ଵକପ୍‌ରୁ ବିଦାୟ ନେଇଛି।

ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ରୁ ୩ ବିଜୟରୁ ୬ ପଏଣ୍ଟ ପାଇଥିବା ବେଳେ ଭାରତ ଦୁଇ ମ୍ୟାଚ୍ ଜିତି ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଭାରତ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇଥିବା ବେଳେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଥିଲା। 

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଦୁହିଁଙ୍କ ପାଇଁ ଏହି ମୁକାବିଲା ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ଦୁଇ ଦଳ ପାଇଁ ସେମିରେ ପହଞ୍ଚିବା ପାଇଁ ସୁଯୋଗ ରହିଥିଲା। ଦୁବାଇର ଧିମା ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍ ହରାଇ ୧୧୦ ରନ କରିଥିଲା। ଦଳ ପକ୍ଷରୁ ସୁଇଜ ବେଟ୍ସ ୨୮ ରନ ଓ ବ୍ରୁକ ହାଲିଡେ ୨୨ ରନ କରିଥିଲେ। ସ୍କୋର ଛୋଟ ଥିଲେ ହେଁ ପିଚ୍ ଏତେ ଧିମା ଥିଲା ଯେ, ବ୍ୟାଟରଙ୍କ ପାଇଁ ରନ କରିବା ମୁସ୍କିଲ ହୋଇ ପଡ଼ିଥିଲା। ଫଳସ୍ଵରୂପ ପାକିସ୍ତାନ ୧୧.୪ ଓଭରରେ ୫୬ ରନରେ ଅଲଆଉଟ୍ ହୋଇଛି। 

୧୧୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ଦଳ ଦ୍ଵିତୀୟ ଓଭରରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ। ଦଳ ନିୟମିତ ବ୍ୟବଧାନ ଓ୍ଵିକେଟ୍ ହରାଇ ୨୮ ରନରେ ଅଧା ଦଳ ପାଭିଲିୟନ ଫେରିଥିଲେ। ଏକଦା ୫ ଓ୍ଵିକେଟ୍ ହରାଇ ୫୨ ରନ କରିଥିବା ପାକିସ୍ତାନ ଅବଶିଷ୍ଟ ୫ ଓ୍ଵିକେଟ୍ ୪ ରନରେ ହରାଇଥିଲା। ଦଳ ପକ୍ଷରୁ ଅଧିନାୟକ ଫାତିମା ସାନା ୨୧ ରନ ଓ ମୁନୀବା ଅଲ୍ଲୀ ୧୫ ରନ କରିଥିବା ବେଳେ ବାକି ୯ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନାହାନ୍ତି। ୫ ବ୍ୟାଟର ତ ଖାତା ବି ଖୋଲି ପାରି ନାହାନ୍ତି। ପାକିସ୍ତାନର ସେମି ପରାଜୟ ସହ ଭାରତର ଟି-୨୦ ବିଶ୍ଵକପ୍ ୨୦୨୪ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ଉଲ୍ଲେଖନୀୟ ଏ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ ଟି-୨୦ ବିଶ୍ଵକପ୍ ଜିତିନାହିଁ।