ଫଳାଫଳ ଆସିବା ପୂର୍ବରୁ ନୀତୀଶଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨ା୬: ଦେଶରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଫଳାଫଳ ଆସିବା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଗସ୍ତ କରିଛନ୍ତି। ନୀତୀଶ ଦିଲ୍ଲୀରେ କିଛିଦିନ ଅବସ୍ଥାନ କରି ଭାଜପା କେନ୍ଦ୍ରୀୟ ନେତାଙ୍କୁ ଭେଟିପାରନ୍ତି ବୋଲି ଜେଡିୟୁ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷେ ଏକ୍‌ଜିଟ୍‌ ପୋଲ୍‌ ବିହାରରେ ଭାଜପା ଏବଂ ତେଜସ୍ବୀ ଯାଦବଙ୍କ ଆର୍‌ଜେଡିକୁ ଅଧିକ ଆସନ ଦେଉଥିବାବେଳେ ନୀତୀଶଙ୍କ ଜେଡିୟୁ କମ୍‌ ସିଟ୍‌ ପାଇବ ବୋଲି ଆକଳନ କରିଛି। ତେଣୁ ନୀତୀଶଙ୍କ […] The post ଫଳାଫଳ ଆସିବା ପୂର୍ବରୁ ନୀତୀଶଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା appeared first on Dharitri Odia News.

ଫଳାଫଳ ଆସିବା ପୂର୍ବରୁ ନୀତୀଶଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨ା୬: ଦେଶରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଫଳାଫଳ ଆସିବା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଗସ୍ତ କରିଛନ୍ତି। ନୀତୀଶ ଦିଲ୍ଲୀରେ କିଛିଦିନ ଅବସ୍ଥାନ କରି ଭାଜପା କେନ୍ଦ୍ରୀୟ ନେତାଙ୍କୁ ଭେଟିପାରନ୍ତି ବୋଲି ଜେଡିୟୁ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷେ ଏକ୍‌ଜିଟ୍‌ ପୋଲ୍‌ ବିହାରରେ ଭାଜପା ଏବଂ ତେଜସ୍ବୀ ଯାଦବଙ୍କ ଆର୍‌ଜେଡିକୁ ଅଧିକ ଆସନ ଦେଉଥିବାବେଳେ ନୀତୀଶଙ୍କ ଜେଡିୟୁ କମ୍‌ ସିଟ୍‌ ପାଇବ ବୋଲି ଆକଳନ କରିଛି। ତେଣୁ ନୀତୀଶଙ୍କ ଏହି ଗସ୍ତକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନୀତୀଶ ଏନ୍‌ଡିଏ ନେତାମାନଙ୍କ ସହ କିଛି ବଡ଼ ଡିଲ୍‌ କରିପାରନ୍ତି। ଏପରିକି ସେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ କ୍ୟାବିନେଟରେ ସାମିଲ ହୋଇପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

The post ଫଳାଫଳ ଆସିବା ପୂର୍ବରୁ ନୀତୀଶଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା appeared first on Dharitri Odia News.