ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ…
ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜୈନ ହରାଇଛନ୍ତି। ତେବେ ଫଳାଫଳ ଆସିବାର ଦିନକ ପରେ ଟୁକୁନି ନିଜର ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଟୁକୁନି କହିଛନ୍ତି, ମୁଁ ଆପଣଙ୍କ ପାଖରେ କୃତଜ୍ଞ। ମୋ ସ୍ବାମୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପରେ, ମୋତେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଭାଇ […] The post ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜୈନ ହରାଇଛନ୍ତି। ତେବେ ଫଳାଫଳ ଆସିବାର ଦିନକ ପରେ ଟୁକୁନି ନିଜର ପ୍ରତିକ୍ରିୟା ରଖିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଟୁକୁନି କହିଛନ୍ତି, ମୁଁ ଆପଣଙ୍କ ପାଖରେ କୃତଜ୍ଞ। ମୋ ସ୍ବାମୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପରେ, ମୋତେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଭାଇ ଭଉଣୀ ୧୦ ବର୍ଷ ସେବା କରିବାର ସୁଯୋଗ ଓ ସୁରକ୍ଷା ଦେଇଥିଲେ। ମୋର ସାଧ୍ୟ୍ୟମତେ ଆପଣ ମାନଙ୍କ ଦୁଃଖ ସୁଖରେ ଆପଣଙ୍କ ପାଖରେ ପହଞ୍ଚିଛି। ଅଞ୍ଚଳ ପାଇଁ ଅନେକ ଯୋଜନା ଆଣିଛି। ଆଶା କରୁଛି ଆଗାମୀ ଦିନରେ ଆମ ଟିଟିଲାଗଡ଼ ଏକ ଉନ୍ନତ ଅଞ୍ଚଳରେ ପରିଣତ ହେବ। ଆଗାମୀ ଦିନରେ ବି ମୁଁ ସେମିତି ଆପଣ ମାନଙ୍କର ବେହୂ, ଝିଅ ଓ ଭଉଣୀ ଭାବେ ଆପଣଙ୍କ ସହିତ ରହିଛି ରହିଥିବି। ଆଉ ଆପଣ ମାନଙ୍କର ସ୍ନେହ ଶ୍ରଦ୍ଧା ଆଶା କରୁଛ। ଭୋଟ ଦାନରେ ଭାଗ ନେଇଥିବା ସମସ୍ତ ଭାଇ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ। ବିଜୟୀ ନୂଆ ବିଧାୟକଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି।
ମୁଁ ଆପଣଙ୍କ ପାଖରେ କୃତଜ୍ଞ
ମୋ ସ୍ୱାମୀର ଦୁର୍ଭାଗ୍ୟ ଜନକ ମୃତ୍ୟୁ ପରେ, ମୋତେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ ଭାଇ ଭଉଣୀ 10 ବର୍ଷ ସେବା କରିବା ର ସୁଯୋଗ ଓ ସୁରକ୍ଷା ଦେଇଥିଲେ….ମୋର ସାଧ୍ୟ୍ୟମତେ ଆପଣ ମାନଙ୍କ ଦୁଃଖ ସୁଖ ରେ ଆପଣଙ୍କ ପାଖରେ ପହଁଚିଛି….ଅଞ୍ଚଳ ପାଇଁ ଅନେକ ଯୋଜନା ଆଣିଛି…. ଆଶା କରୁଛି ଆଗାମୀ ଦିନରେ ଆମ…— Tukuni Sahu (@TukuniSahu) June 5, 2024
The post ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ… appeared first on Dharitri Odia News.
