ଫସଲ କ୍ଷୟକ୍ଷତି: ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଲଘୁଚାପଜନିତ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଗଞ୍ଜାମ, ଗଜପତି, ନୟାଗଡ଼ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର, ନୟାଗଡ଼ର ରଣପୁର, ଗଜପତିର ଗୋଷାଣୀ ଯିବେ ମୁଖ୍ୟମନ୍ତ୍ରୀ। ସେହିପରି କଟକ, ଜଗତସିଂହପୁର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯିବେ। ଭଦ୍ରକ, ବାଲେଶ୍ବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯିବେ। ସେହିପରି ଯାଜପୁର, କେନ୍ଦ୍ରାପଡ଼ା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯିବେ। ଖୋର୍ଦ୍ଧା ଜିଲ୍ଲା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବୁଲିବେ।
ଭୁବନେଶ୍ୱର: ଲଘୁଚାପଜନିତ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଗଞ୍ଜାମ, ଗଜପତି, ନୟାଗଡ଼ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର, ନୟାଗଡ଼ର ରଣପୁର, ଗଜପତିର ଗୋଷାଣୀ ଯିବେ ମୁଖ୍ୟମନ୍ତ୍ରୀ।
ସେହିପରି କଟକ, ଜଗତସିଂହପୁର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯିବେ। ଭଦ୍ରକ, ବାଲେଶ୍ବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯିବେ। ସେହିପରି ଯାଜପୁର, କେନ୍ଦ୍ରାପଡ଼ା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯିବେ। ଖୋର୍ଦ୍ଧା ଜିଲ୍ଲା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବୁଲିବେ।