ଫସଲ ଦଳିଚକଟି ନଷ୍ଟ କଲେ ହାତୀପଲ

ବୁଗୁଡ଼ା,୨୫।୩(କାଳୀଚରଣ ଦାଶ): ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳରେ ସାତ ଟିକିଆ ବଣୁଆ ହାତୀପଲର ଉପଦ୍ରବ ଘଟାଇ ବ୍ୟାପକ ଫସଲ ହାନି ଯୋଗୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଶନିବାର ବିଲମ୍ବିତ ରାତିରେ ଶଙ୍କୁରୁ ପଞ୍ଚାୟତର ଚକାବଟ, ଚିଲିଖମା ଓ ଭାଲୁଆସାହି ଗ୍ରାମାଞ୍ଚଳରେ ଓ ରବିବାର ରାତିରେ ତାକରଡା ଗ୍ରାମର ୧୨ ଜଣ ଚାଷୀଙ୍କ ପନିପରିବା କିଆରୀରେ ପଶି କଦଳୀ,ଟମାଟୋ, ମକା ଆଦି ପନିପରିବା ଦଳଚକଟି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀପଲ ଚାଷୀଙ୍କ କଦଳୀ ବଗିଚାରେ […] The post ଫସଲ ଦଳିଚକଟି ନଷ୍ଟ କଲେ ହାତୀପଲ appeared first on Dharitri Odia News.

ଫସଲ ଦଳିଚକଟି ନଷ୍ଟ କଲେ ହାତୀପଲ

ବୁଗୁଡ଼ା,୨୫।୩(କାଳୀଚରଣ ଦାଶ): ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳରେ ସାତ ଟିକିଆ ବଣୁଆ ହାତୀପଲର ଉପଦ୍ରବ ଘଟାଇ ବ୍ୟାପକ ଫସଲ ହାନି ଯୋଗୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।

ଶନିବାର ବିଲମ୍ବିତ ରାତିରେ ଶଙ୍କୁରୁ ପଞ୍ଚାୟତର ଚକାବଟ, ଚିଲିଖମା ଓ ଭାଲୁଆସାହି ଗ୍ରାମାଞ୍ଚଳରେ ଓ ରବିବାର ରାତିରେ ତାକରଡା ଗ୍ରାମର ୧୨ ଜଣ ଚାଷୀଙ୍କ ପନିପରିବା କିଆରୀରେ ପଶି କଦଳୀ,ଟମାଟୋ, ମକା ଆଦି ପନିପରିବା ଦଳଚକଟି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀପଲ ଚାଷୀଙ୍କ କଦଳୀ ବଗିଚାରେ ପଶି ଖାଇବା ସହ ଭଙ୍ଗାରୁଜା କରିଛନ୍ତି। ଚକାବଟ ଅଞ୍ଚଳର ଚାଷୀଙ୍କ ଲଙ୍କା ଓ ବାଇଗଣ ଫସଲ ନଷ୍ଟ କରିଛନ୍ତି। ଏଥିସହ ଚାଷୀ ଭାବଗ୍ରାହୀ ମହାନ୍ତିଙ୍କ ଫାର୍ମ ହାଉସ୍‌ରେ ସେହି ୭ ଟିକିଆ ହାତୀପଲ ପଶି ପୋଟଳ ଓ ତୋରଡ଼ା ଆଦି ପରିବା ଫସଲ ଖାଇବା ସହ ଦଳାଚକଟା କରିଛନ୍ତି। ସେହି ଅଞ୍ଚଳରେ ପ୍ରତିଦିନ ବାର୍‌ହା ଉପଦ୍ରବ ଲାଗିରହିଥିବା ବେଳେ ଏବେ ବଣୁଆ ହାତୀପଲଙ୍କ ଉପଦ୍ରବ ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ବର୍ତ୍ତମାନ ବୁଗୁଡ଼ା ବନ ବିଭାଗ କର୍ମଚାରୀମାନେ ଚାଷୀଙ୍କ ପାଖରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ବେଳେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

The post ଫସଲ ଦଳିଚକଟି ନଷ୍ଟ କଲେ ହାତୀପଲ appeared first on Dharitri Odia News.