ଫସଲ ଦେଖିବାକୁ ଫାର୍ମହାଉସ୍‌ ଯାଇଥିଲେ ଦମ୍ପତି, ଚାଲିଗଲା ଜୀବନ

ଅନୁଗୋଳ,୨୭ା୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ରଗତି ତଇଳା ଗ୍ରାମର ଏକ ଫାର୍ମ୍‌ହାଉସରେ ଦମ୍ପତିଙ୍କ ଜୀବନ ଯାଇଛି। ଉକ୍ତ ଫାର୍ମହାଉସ୍‌କୁ ପ୍ରତିଦିନ ଜଙ୍ଗଲି ହାତୀପଲ ଏବଂ ବାର୍‌ହା ଆସି ଫସଲ ନଷ୍ଟ କରିଥାନ୍ତି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ ବଗିଚାକୁ ହାତୀ ଏବଂ ବାର୍‌ହାମାନଙ୍କ କବଳରୁ ଫସଲ ରକ୍ଷା କରିବା ପାଇଁ ବିଦ୍ୟୁତ ତାର ବିଛାଇ ଆସୁଥିଲେ। ଗତ ରବିବାର ମଧ୍ୟ ରାତିରେ କିଏ ଫସଲ ନଷ୍ଟ କରୁଥିବାର ଜାଣି ପାରି ବଗିଚା ଭିତରକୁ […] The post ଫସଲ ଦେଖିବାକୁ ଫାର୍ମହାଉସ୍‌ ଯାଇଥିଲେ ଦମ୍ପତି, ଚାଲିଗଲା ଜୀବନ appeared first on Dharitri Odia News.

ଫସଲ ଦେଖିବାକୁ ଫାର୍ମହାଉସ୍‌ ଯାଇଥିଲେ ଦମ୍ପତି, ଚାଲିଗଲା ଜୀବନ

ଅନୁଗୋଳ,୨୭ା୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ରଗତି ତଇଳା ଗ୍ରାମର ଏକ ଫାର୍ମ୍‌ହାଉସରେ ଦମ୍ପତିଙ୍କ ଜୀବନ ଯାଇଛି। ଉକ୍ତ ଫାର୍ମହାଉସ୍‌କୁ ପ୍ରତିଦିନ ଜଙ୍ଗଲି ହାତୀପଲ ଏବଂ ବାର୍‌ହା ଆସି ଫସଲ ନଷ୍ଟ କରିଥାନ୍ତି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ ବଗିଚାକୁ ହାତୀ ଏବଂ ବାର୍‌ହାମାନଙ୍କ କବଳରୁ ଫସଲ ରକ୍ଷା କରିବା ପାଇଁ ବିଦ୍ୟୁତ ତାର ବିଛାଇ ଆସୁଥିଲେ। ଗତ ରବିବାର ମଧ୍ୟ ରାତିରେ କିଏ ଫସଲ ନଷ୍ଟ କରୁଥିବାର ଜାଣି ପାରି ବଗିଚା ଭିତରକୁ ଯାଇଥିଲେ। ଉକ୍ତ ବିଦ୍ୟୁତ୍‌ତାରରେ ଉଭୟ ଲାଗି ଯାଇଥିଲା। ବିଦ୍ୟୁତ୍‌ ତାରରେ ଲାଗି ଚିତ୍କାର କରୁଥିବାର ଶୁଣି ବଗିଚାର ଥିବା ଅନ୍ୟମାନେ ତାଙ୍କୁ ପ୍ରଥମେ ବନ୍ତଳା ପ୍ରାଥମିକ ଚିକିତ୍ସାଳୟର ଭର୍ତ୍ତି କରିଥିଲେ। ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି।

The post ଫସଲ ଦେଖିବାକୁ ଫାର୍ମହାଉସ୍‌ ଯାଇଥିଲେ ଦମ୍ପତି, ଚାଲିଗଲା ଜୀବନ appeared first on Dharitri Odia News.