ବଡ଼ଚଣାରେ ଗର୍ଜିଲେ ମୋହନ, କହିଲେ ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ, ଦୋଷୀଙ୍କୁ ମିଳିବ…
ଯାଜପୁର,୨୯ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍ ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ସମିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢ଼ାକେନ୍ଦୁଆ ଯାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି। ଭାଜପାର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି। ସେ […] The post ବଡ଼ଚଣାରେ ଗର୍ଜିଲେ ମୋହନ, କହିଲେ ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ, ଦୋଷୀଙ୍କୁ ମିଳିବ… appeared first on Dharitri Odia News.
ଯାଜପୁର,୨୯ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍ ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ସମିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢ଼ାକେନ୍ଦୁଆ ଯାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି। ଭାଜପାର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି।
ସେ କହିଛନ୍ତି, ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦଣ୍ଡ ଦିଆଯିବ। ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ଆମେ ଦେଖିଛୁ। ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଲେ ବୋଲି କଡ଼ା ଟାର୍ଗେଟ୍ କରି କହିଛନ୍ତି ମୋହନ।
ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ନାଁ ନ ନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ। ଯେତିକି ଉନ୍ନତି ହେବା କଥା ସେତିକି ନାହିଁ, ଲୋକେ ଗରିବ। ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
The post ବଡ଼ଚଣାରେ ଗର୍ଜିଲେ ମୋହନ, କହିଲେ ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ, ଦୋଷୀଙ୍କୁ ମିଳିବ… appeared first on Dharitri Odia News.