ଫସିଗଲେ ଅଭିନେତା ସାହିଲ
ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ ସମେତ ୩୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଲୋକଙ୍କ ମଧ୍ୟରେ ଅଭିନେତା ସାହିଲ ଖାନଙ୍କ ନାମ ମଧ୍ୟ ଅଛି। ମୁମ୍ବାଇ ପୋଲିସ ଏସଆଇଟି ତାଙ୍କୁ ଗିରଫ କରିଛି। କିଛି ଦିନ ପୂର୍ବରୁ ଏସଆଇଟି ତାଙ୍କୁ ପଚରାଉଚରା କରିଥିଲା। ସାହିଲ ‘ଷ୍ଟାଇଲ’ ଏବଂ ‘ଏକ୍ସକ୍ୟୁଜ ମି’ ଭଳି ମୁଭିରେ […] The post ଫସିଗଲେ ଅଭିନେତା ସାହିଲ appeared first on Dharitri Odia News.
ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ ସମେତ ୩୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଲୋକଙ୍କ ମଧ୍ୟରେ ଅଭିନେତା ସାହିଲ ଖାନଙ୍କ ନାମ ମଧ୍ୟ ଅଛି।
ମୁମ୍ବାଇ ପୋଲିସ ଏସଆଇଟି ତାଙ୍କୁ ଗିରଫ କରିଛି। କିଛି ଦିନ ପୂର୍ବରୁ ଏସଆଇଟି ତାଙ୍କୁ ପଚରାଉଚରା କରିଥିଲା। ସାହିଲ ‘ଷ୍ଟାଇଲ’ ଏବଂ ‘ଏକ୍ସକ୍ୟୁଜ ମି’ ଭଳି ମୁଭିରେ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି। ଏହାପରେ ସେ ଜଣେ ଫିଟନେସ ଏକ୍ସପର୍ଟ ହୋଇଥିଲେ।
ମୁମ୍ବାଇ ପୋଲିସ ଏସଆଇଟି ତାଙ୍କୁ ଗିରଫ କରିଛି। କିଛି ଦିନ ପୂର୍ବରୁ ଏସଆଇଟି ତାଙ୍କୁ ପଚରାଉଚରା କରିଥିଲା। ସାହିଲ ‘ଷ୍ଟାଇଲ’ ଏବଂ ‘ଏକ୍ସକ୍ୟୁଜ ମି’ ଭଳି ମୁଭିରେ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି। ଏହାପରେ ସେ ଜଣେ ଫିଟନେସ ଏକ୍ସପର୍ଟ ହୋଇଥିଲେ।
ସୂଚନାଯୋଗ୍ୟ, ଅଭିନେତା ଜାମିନ ପାଇଁ କୋର୍ଟଙ୍କ ନିକଟକୁ ଯାଇଥିଲେ। ତେବେ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଲୋଟସ ବୁକ ୨୪/୭ ନାମକ ଏକ ବେଟିଂ ଆପ ୱେବସାଇଟ ରେ ଏହି ଅଭିନେତା ଅଂଶୀଦାର। ଏହା ମହାଦେବ ବେଟିଂ ଆପ ନେଟୱାର୍କର ଏକ ଅଂଶ।
ସୂଚନା ଅନୁଯାୟୀ, ଏହି ବେଟିଂ ଆପ ମାଧ୍ୟମରେ ଲୋକମାନେ ୧୫,୦୦୦କୋଟିରୁ ଅଧିକ ଟଙ୍କା ଠକିଛନ୍ତି। ମାଥୁଙ୍ଗା ପୋଲିସ ଏକ ଅଭିଯୋଗ ପଞ୍ଜିକରଣ କରିଛି ଯେଉଁଥିରେ ଭାରତୀୟ ଦଣ୍ଡବିଧି ସଂହିତା, ଜୁଆ ଖେଳ ଆଇନ, ଆଇଟି ଆକ୍ଟ ଏବଂ ଅଧିକ ତଦନ୍ତ ଚାଲିଛି।
ଆଇପିସିର ଧାରା ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦ (ବି) ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏଫଆଇଆରରେ ଅଭିନେତା ସାହିଲ ଖାନ ଏବଂ ଡାବର କମ୍ପାନୀର ଗୌରବ ବର୍ମନ ଏବଂ ମୋହିତ ବର୍ମନ ଏବଂ ଅନ୍ୟମାନଙ୍କ ନାମ ପୋଲିସ ଅନ୍ତର୍ଭୁକ୍ତ କରିଛି।
The post ଫସିଗଲେ ଅଭିନେତା ସାହିଲ appeared first on Dharitri Odia News.