ଫାଇଦା ଖୋଜୁଛି କଂଗ୍ରେସ

ଭୁବନେଶ୍ୱର,୯ା୩(ଅନିଲ ଦାସ): ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ଚର୍ଚ୍ଚା ହେବା ଦିନରୁ କଂଗ୍ରେସ ଶିବିର ଉତ୍ସାହିତ। ମନ ଊଣା କରି ବସିଥିବା ନେତାମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ମେଣ୍ଟକୁ ଏକ ମଉକା ଭାବି ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ ନେତାଙ୍କ ମଧ୍ୟରେ ଦୌଡ଼ ଆରମ୍ଭ ହେଲାଣି। ଗତ ଦୁଇ ତିନି ଦିନ ହେବ କଂଗ୍ରେସ ଭବନରେ ନେତାଙ୍କ ଭିଡ଼ରୁ ଏଭଳି ସଙ୍କେତ ମିଳିଲାଣି। ଯଦି ମେଣ୍ଟ ହୁଏ ତେବେ ବିଜେଡି-ଭାଜପାରୁ ମୁହଁ ଫେରାଉଥିବା […] The post ଫାଇଦା ଖୋଜୁଛି କଂଗ୍ରେସ appeared first on Dharitri Odia News.

ଫାଇଦା ଖୋଜୁଛି କଂଗ୍ରେସ

ଭୁବନେଶ୍ୱର,୯ା୩(ଅନିଲ ଦାସ): ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ଚର୍ଚ୍ଚା ହେବା ଦିନରୁ କଂଗ୍ରେସ ଶିବିର ଉତ୍ସାହିତ। ମନ ଊଣା କରି ବସିଥିବା ନେତାମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ମେଣ୍ଟକୁ ଏକ ମଉକା ଭାବି ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ ନେତାଙ୍କ ମଧ୍ୟରେ ଦୌଡ଼ ଆରମ୍ଭ ହେଲାଣି। ଗତ ଦୁଇ ତିନି ଦିନ ହେବ କଂଗ୍ରେସ ଭବନରେ ନେତାଙ୍କ ଭିଡ଼ରୁ ଏଭଳି ସଙ୍କେତ ମିଳିଲାଣି। ଯଦି ମେଣ୍ଟ ହୁଏ ତେବେ ବିଜେଡି-ଭାଜପାରୁ ମୁହଁ ଫେରାଉଥିବା ଭୋଟରଙ୍କ କୃପାଦୃଷ୍ଟି କଂଗ୍ରେସ ଉପରେ ପଡ଼ିବା ନେଇ ନେତାମାନେ ଆଶାବାଦୀ। ମେଣ୍ଟ ହେଲେ ସେଇ ଗୋଳିଆ ପାଣିରୁ କଂଗ୍ରେସ ଫାଇଦା ନେବ ବୋଲି ଏହାର ନେତା ଓ କର୍ମୀମାନେ ଅନାଇ ରହିଛନ୍ତି।

The post ଫାଇଦା ଖୋଜୁଛି କଂଗ୍ରେସ appeared first on Dharitri Odia News.