ଭାରତ ବିରୋଧରେ ପୁଣି ଆପତ୍ତିଜନକ ମନ୍ତବ୍ୟ ଦେଲେ ଜାକିର, କହିଲେ ହିନ୍ଦୁମାନେ ମୋତେ…
ଇସଲାମାବାଦ,୩ା୧୦: ଭାରତରୁ ପଳାୟନ କରିଥିବା ପଳାତକ ତଥା ଇସଲାମିକ ପ୍ରଚାରକ ଜାକିର ନାଇକ ପାକିସ୍ତାନରେ ଅଛନ୍ତି। ଜାକିର ସେପ୍ଟେମ୍ବର ୩୦ରୁ ପାକିସ୍ତାନରେ ଅଛନ୍ତି ଏବଂ ସେବେଠାରୁ ସେ ବିଭିନ୍ନ ଟିଭି ଚ୍ୟାନେଲରେ ଅନେକ ଥର ଭାରତ ଏବଂ ହିନ୍ଦୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଚାଲିଛନ୍ତି। ଏହି ସମୟରେ ଜାକିର ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କୁ ଭେଟିଥିଲେ। ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜାକିର ପୁଣିଥରେ ଭାରତ ବିରୋଧରେ କଥା ହୋଇଛନ୍ତି। ସେ କହିଛନ୍ତି, ‘ହିନ୍ଦୁମାନେ ମୋତେ ଭଲ […] The post ଭାରତ ବିରୋଧରେ ପୁଣି ଆପତ୍ତିଜନକ ମନ୍ତବ୍ୟ ଦେଲେ ଜାକିର, କହିଲେ ହିନ୍ଦୁମାନେ ମୋତେ… appeared first on Dharitri Odia News.
ଇସଲାମାବାଦ,୩ା୧୦: ଭାରତରୁ ପଳାୟନ କରିଥିବା ପଳାତକ ତଥା ଇସଲାମିକ ପ୍ରଚାରକ ଜାକିର ନାଇକ ପାକିସ୍ତାନରେ ଅଛନ୍ତି। ଜାକିର ସେପ୍ଟେମ୍ବର ୩୦ରୁ ପାକିସ୍ତାନରେ ଅଛନ୍ତି ଏବଂ ସେବେଠାରୁ ସେ ବିଭିନ୍ନ ଟିଭି ଚ୍ୟାନେଲରେ ଅନେକ ଥର ଭାରତ ଏବଂ ହିନ୍ଦୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଚାଲିଛନ୍ତି। ଏହି ସମୟରେ ଜାକିର ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କୁ ଭେଟିଥିଲେ।
ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜାକିର ପୁଣିଥରେ ଭାରତ ବିରୋଧରେ କଥା ହୋଇଛନ୍ତି। ସେ କହିଛନ୍ତି, ‘ହିନ୍ଦୁମାନେ ମୋତେ ଭଲ ପାଆନ୍ତି, ତେଣୁ ଭାରତ ସରକାର ମୋତେ ପସନ୍ଦ କରନ୍ତି ନାହିଁ। ‘ହିନ୍ଦୁମାନେ ଇସ୍ଲାମ ଗ୍ରହଣ କରିବା ଆରମ୍ଭ କଲେ, ଏହା ସରକାରଙ୍କ ଏଜେଣ୍ଡା ବିରୋଧରେ ଥିଲା ’ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର ଏକ ସୁଯୋଗ ଖୋଜୁଥିବା ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ଯେତେବେଳେ ଢାକାରେ ଏକ ବିସ୍ଫୋରଣ ଘଟିଲା, ସେତେବେଳେ ସେ ଜାକିରଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଥିଲା। ସେ ଫେସ୍ବୁକରେ ଜଣେ ଅନୁଗାମୀ ଥିଲେ, କିନ୍ତୁ ମୋ’ ବିରୋଧରେ କୌଣସି ପ୍ରମାଣ ମିଳିଲା ନାହିଁ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଭାରତରେ ଘୃଣା ଭାଷଣ ମାଧ୍ୟମରେ ଅର୍ଥ ହେରଫେର୍ ତଥା ଉଗ୍ରବାଦକୁ ପ୍ରୋତ୍ସାହିତ କରୁଥିବା ଜାକିରଙ୍କ ଭାଷଣକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଜାକିରଙ୍କ ଭାଷଣ ଅତ୍ୟନ୍ତ ବ୍ୟବହାରିକ ଏବଂ ପ୍ରଭାବଶାଳୀ। ଜାକିର ତାଙ୍କ ପାକିସ୍ତାନ ଗସ୍ତ ସମୟରେ କରାଚି, ଇସ୍ଲାମାବାଦ ଏବଂ ଲାହୋର ସମେତ ଅନେକ ସ୍ଥାନରେ ଭାଷଣ ଦେବେ।
The post ଭାରତ ବିରୋଧରେ ପୁଣି ଆପତ୍ତିଜନକ ମନ୍ତବ୍ୟ ଦେଲେ ଜାକିର, କହିଲେ ହିନ୍ଦୁମାନେ ମୋତେ… appeared first on Dharitri Odia News.