ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ
ବାଲିପାଟଣା,୪।୧୦: ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ବଦଳା ହାଇସ୍କୁଲ ନିକଟରେ ଶୁକ୍ରବାର କେତେକ ଦୁବୃର୍ତ୍ତ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଫାଇନାନ୍ସ କମ୍ପାନୀର କର୍ମଚାରୀ ଜଣକ ଆସୁଥିବା ବେଳେ ବଦଳା ହାଇସ୍କୁଲ ନିକଟରେ କେତେଜଣ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ସେମାନେ କର୍ମଚାରାଙ୍କୁ ଟଙ୍କା ଦେବାକୁ କହିଥିଲେ। ହେଲେ କର୍ମଚାରୀ ଜଣକ ପକେଟ୍ରେ ୫ ଶହ ଟଙ୍କା ଥିବା କହିଥିଲେ। ଦୁବୃର୍ତ୍ତମାନେ କୌଣସି […] The post ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ appeared first on Dharitri Odia News.
ବାଲିପାଟଣା,୪।୧୦: ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ବଦଳା ହାଇସ୍କୁଲ ନିକଟରେ ଶୁକ୍ରବାର କେତେକ ଦୁବୃର୍ତ୍ତ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ଫାଇନାନ୍ସ କମ୍ପାନୀର କର୍ମଚାରୀ ଜଣକ ଆସୁଥିବା ବେଳେ ବଦଳା ହାଇସ୍କୁଲ ନିକଟରେ କେତେଜଣ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ସେମାନେ କର୍ମଚାରାଙ୍କୁ ଟଙ୍କା ଦେବାକୁ କହିଥିଲେ। ହେଲେ କର୍ମଚାରୀ ଜଣକ ପକେଟ୍ରେ ୫ ଶହ ଟଙ୍କା ଥିବା କହିଥିଲେ। ଦୁବୃର୍ତ୍ତମାନେ କୌଣସି କଥା ନ ମାନି ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ଦୁବୃର୍ତ୍ତମାନେ କର୍ମଚାରୀ ଜଣକ ଧରିଥିବା ୫ଶହ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ।
The post ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ appeared first on Dharitri Odia News.