ଫାଇନାଲରେ ଶାମୀ ଗୁରୁତର ଆହତ, ରକ୍ତ ଜୁଡ଼ୁବୁଡ଼ୁ ହେଲା ହାତ !
ଦୁବାଇ,୯।୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଖେଳାଯାଉଛି। ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତୀୟ ଟିମ୍ ଲାଗି ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର ମୁଖ୍ୟ ପେସର ମହମ୍ମଦ ଶାମୀ ଆହତ ହୋଇଛନ୍ତି। ୭ମ ଓଭରରେ ନିଜ ବଲ୍ରେ ଆସୁଥିବା କ୍ୟାଚ୍ ଧରିବା ଲାଗି ଚେଷ୍ଟା କରିବା ବେଳେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ। ତାଙ୍କ ଆଙ୍ଗୁଠିରୁ ରକ୍ତ ଝରିଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ତାଙ୍କ ହାତ ରକ୍ତ […] The post ଫାଇନାଲରେ ଶାମୀ ଗୁରୁତର ଆହତ, ରକ୍ତ ଜୁଡ଼ୁବୁଡ଼ୁ ହେଲା ହାତ ! appeared first on Dharitri Odia News.
ଦୁବାଇ,୯।୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଖେଳାଯାଉଛି। ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତୀୟ ଟିମ୍ ଲାଗି ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର ମୁଖ୍ୟ ପେସର ମହମ୍ମଦ ଶାମୀ ଆହତ ହୋଇଛନ୍ତି। ୭ମ ଓଭରରେ ନିଜ ବଲ୍ରେ ଆସୁଥିବା କ୍ୟାଚ୍ ଧରିବା ଲାଗି ଚେଷ୍ଟା କରିବା ବେଳେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ। ତାଙ୍କ ଆଙ୍ଗୁଠିରୁ ରକ୍ତ ଝରିଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ତାଙ୍କ ହାତ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା। ତୁରନ୍ତ ତାଙ୍କୁ ଚିକିତ୍ସକଙ୍କ ସହାୟତା ନେବାକୁ ପଡ଼ିଥିଲା। ପରେ ସେ ପୁଣିଥରେ ବୋଲିଂ କରିଥିଲେ।
୭ମ ଓଭରର ତୃତୀୟ ବଲ୍ରେ ରାଚିନ ରବିନ୍ଦ୍ର ଜୋରଦାର ଶଟ୍ ଖେଳିଥିଲେ। ଏହା ଶାମୀଙ୍କ ପାଖ ଦେଇ ଯାଇଥିଲା। ଶାମି ସୁଯୋଗର ଫାଇଦା ଉଠାଇବାକୁ ଚାହିଁ ଦୁ ହାତ ଲଗାଇଥିଲେ। ହେଲେ ସେ କ୍ୟାଚ୍ ଧରି ପାରି ନ ଥିଲେ। ବରଂ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ଏବଂ ରକ୍ତ ବୋହୁଥିଲା।
ରାଚିନ ଟୁର୍ନାମେଣ୍ଟରେ ଜବରଦସ୍ତ ଫର୍ମରେ ଥିଲେ। ଏଣୁ ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ତାଙ୍କର ଉଇକେଟ ହରାଇ ଆଘାତ ହେବା ଯୋଗୁ ରୋହିତ ଖପ୍ପା ନଜର ଆସିଥିଲେ।
Shami’s buttery hands now have bloody blood, and there’s tapping on them—lots happening with his hands! The physio is taping him up now.#ChampionsTrophy2025 #INDvsNZ #CricketNation #Dubai #MohammadShami pic.twitter.com/sIhJ9k6E9e
— lightningspeed (@lightningspeedk) March 9, 2025
Mohammed Shami dropped a tough chance of Rachin Ravindra. pic.twitter.com/5bOut9n3Rp
— Tanuj Singh (@ImTanujSingh) March 9, 2025
The post ଫାଇନାଲରେ ଶାମୀ ଗୁରୁତର ଆହତ, ରକ୍ତ ଜୁଡ଼ୁବୁଡ଼ୁ ହେଲା ହାତ ! appeared first on Dharitri Odia News.