୮୨ ବର୍ଷରେ ଓଡ଼ିଆରେ ଏମ୍ଏ ପାସ୍ କଲେ ଗୋପୀନାଥ
ରାଜକନିକା,୩୦ା୧୦(ସଞ୍ଜୟ କୁମାର ଦାଶ)ପାଠ ପଢ଼ିବାର ବୟସସୀମା ନ ଥାଏ। ସେଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳର ଆବଶ୍ୟକତା ଅଛି। ବୟସ ଯେତେ ବି ହେଉ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ପାରେନାହିଁ ବୋଲି ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ମେଘପୁର ଗାଁର ୮୨ ବର୍ଷୀୟ ଗୋପୀନାଥ ବିଶ୍ୱାଳ। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଦୂର ନିରନ୍ତର ଶିକ୍ଷା ମାଧ୍ୟମରେ ଗୋପୀନାଥ ଓଡ଼ିଆ ଭାଷା ସାହିତ୍ୟରେ ପ୍ରଥମ ଶ୍ରେଣୀରେ ଏମ୍ଏ ପାସ୍ କରିଛନ୍ତି। ଆଗକୁ ଓଡ଼ିଆ ବିଷୟରେ ପିଏଚଚ୍ଡି […] The post ୮୨ ବର୍ଷରେ ଓଡ଼ିଆରେ ଏମ୍ଏ ପାସ୍ କଲେ ଗୋପୀନାଥ appeared first on Dharitri Odia News.
ରାଜକନିକା,୩୦ା୧୦(ସଞ୍ଜୟ କୁମାର ଦାଶ)ପାଠ ପଢ଼ିବାର ବୟସସୀମା ନ ଥାଏ। ସେଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳର ଆବଶ୍ୟକତା ଅଛି। ବୟସ ଯେତେ ବି ହେଉ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ପାରେନାହିଁ ବୋଲି ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ମେଘପୁର ଗାଁର ୮୨ ବର୍ଷୀୟ ଗୋପୀନାଥ ବିଶ୍ୱାଳ। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଦୂର ନିରନ୍ତର ଶିକ୍ଷା ମାଧ୍ୟମରେ ଗୋପୀନାଥ ଓଡ଼ିଆ ଭାଷା ସାହିତ୍ୟରେ ପ୍ରଥମ ଶ୍ରେଣୀରେ ଏମ୍ଏ ପାସ୍ କରିଛନ୍ତି। ଆଗକୁ ଓଡ଼ିଆ ବିଷୟରେ ପିଏଚଚ୍ଡି (ଗବେଷଣା) କରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ଅଞ୍ଚଳର ଶିକ୍ଷାବିତ୍, ବୁଦ୍ଧିଜୀବୀ ତଥା ବୟସ୍କଙ୍କ ମହଲରେ ଉଦାହରଣ ସାଜିଛନ୍ତି। ସବୁବର୍ଗଙ୍କ ପାଇଁ ପାଠ ପଢ଼ିବାର ବୟସ ସୀମା ନ ଥାଏ ବୋଲି ଗୋପୀନାଥ କହିଛନ୍ତି।
ଗୋପୀନାଥ ଆୟତନ ଏମ୍.ଇ. ବିଦ୍ୟାଳୟରୁ ୭ମ ପାସ୍ ପରେ ଘରୋଇ ଭାବେ ମାଟ୍ରିକ, ଯୁକ୍ତ ୨, ବି.ଏ. ବିଇଡି ଓ ଶେଷରେ ବୃତ୍ତିରୁ ଅବସର ନେବା ପରେ ଏବେ ଏମ୍ଏ ପାସ୍ କରିଛନ୍ତି। ଗୋପୀନାଥ ୭ମ ଶ୍ରେଣୀ ପାସ ପରେ ଡେଙ୍ଗସର୍ଗୀ ଆଶ୍ରମ ପ୍ରାଥମିକ ବିଦ୍ୟାଳୟ ସମ୍ବଲପୁରରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ରାଜକନିକା କୂଳସାହି ସେବାଶ୍ରମ ହାଇସ୍କୁଲ, କେନ୍ଦ୍ରାପଡ଼ାରୁ ପ୍ରଧାନ ଶିକ୍ଷକ ପଦବୀରୁ ୨୦୦୦ ମସିହାରେ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ରାଜକନିକାର ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ସକ୍ରିୟ ଭାବେ ଯୋଡ଼ି ହୋଇରହିଛନ୍ତି। ବୟସର ଅପରାହ୍ଣରେ ପହଞ୍ଚି ମଧ୍ୟ ତାଙ୍କର ଏହି ଦୃଢ଼ ଇଚ୍ଛାଶକ୍ତିକୁ ରାଜକନିକାବାସୀ ପ୍ରଶଂସା କରିଛନ୍ତି। ତାଙ୍କର କୃତିିତ୍ୱକୁ ନେଇ ପ୍ରାଧ୍ୟାପକ ବୈକୁଣ୍ଠ ନାଥ ପରିଡ଼ା, ପ୍ରାଧ୍ୟାପକ ସୁରେଶ ଚନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ହଳଧର ବେହେରା, ଲକ୍ଷ୍ମୀଧର ବିଶ୍ୱାଳ, ଉତ୍କଳ ଆର୍ଟ ପ୍ରେସ୍ର ପ୍ରତିଷ୍ଠାତା ନରହରି ଦାଶ, ଇଂ. ବିପିନ୍ ବିହାରୀ ରାଉତ, ବିଧାନ ଦାସ, ଅବସରପ୍ରାପ୍ତ ଶିକ୍ଷକ କାଳୀପ୍ରସାଦ ନାୟକ, ପରିବେଶବିତ୍ ଗୋପୀନାଥ ଦାଶ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
The post ୮୨ ବର୍ଷରେ ଓଡ଼ିଆରେ ଏମ୍ଏ ପାସ୍ କଲେ ଗୋପୀନାଥ appeared first on Dharitri Odia News.