ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୯୩ ଟ୍ରେନ୍ ବାତିଲ, ଫେରିବା ଚିନ୍ତାରେ ପର୍ଯ୍ୟଟକ

ଭୁବନେଶ୍ବର ୨୨।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ରେଳବାଇ ତତ୍ପର । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍ ହେଲା ଟ୍ରେନ୍ । ଓଡ଼ିଶା ଦେଇ ଯାତାୟତ କରୁଥିବା ୯୩ଟି ଟ୍ରେନ୍ ବାତିଲ ହୋଇଛି । ପୁରୀକୁ ଆସୁଥିବା ୩୬ଟି ଟ୍ରେନ୍ ବାତିଲ ହୋଇଥିବା ଜଣାପଡିଛି । ପୁରୀ ରେଲୱେ ବିଭାଗର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟଟକ ମାନେ କିଭଳି ନିଜ ନିଜ ଘରକୁ ଟ୍ରେନ୍ ଯୋଗେ ଫେରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।ରେଳ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡିଶା ସୀମାନ୍ତ ଦେଇ ପୁରୀକୁ ଆସୁଥିବା ଟ୍ରେନ୍ ଏବଂ ପୁରୀରୁ ବିଭିନ୍ନ ରାଜ୍ୟକୁ ଓଡିଶା ସୀମାନ୍ତ ଦେଇ ଯାଉଥିବା ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । You Can Read:ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗର ସତର୍କତା, ସବୁ ଡାକ୍ତରଙ୍କ ଛୁଟି ବାତିଲ 

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୯୩ ଟ୍ରେନ୍ ବାତିଲ, ଫେରିବା ଚିନ୍ତାରେ ପର୍ଯ୍ୟଟକ

ଭୁବନେଶ୍ବର ୨୨।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ରେଳବାଇ ତତ୍ପର । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍ ହେଲା ଟ୍ରେନ୍ । ଓଡ଼ିଶା ଦେଇ ଯାତାୟତ କରୁଥିବା ୯୩ଟି ଟ୍ରେନ୍ ବାତିଲ ହୋଇଛି । ପୁରୀକୁ ଆସୁଥିବା ୩୬ଟି ଟ୍ରେନ୍ ବାତିଲ ହୋଇଥିବା ଜଣାପଡିଛି । ପୁରୀ ରେଲୱେ ବିଭାଗର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟଟକ ମାନେ କିଭଳି ନିଜ ନିଜ ଘରକୁ ଟ୍ରେନ୍ ଯୋଗେ ଫେରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।

ରେଳ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡିଶା ସୀମାନ୍ତ ଦେଇ ପୁରୀକୁ ଆସୁଥିବା ଟ୍ରେନ୍ ଏବଂ ପୁରୀରୁ ବିଭିନ୍ନ ରାଜ୍ୟକୁ ଓଡିଶା ସୀମାନ୍ତ ଦେଇ ଯାଉଥିବା ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । 

You Can Read:

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗର ସତର୍କତା, ସବୁ ଡାକ୍ତରଙ୍କ ଛୁଟି ବାତିଲ