ଫାବିଓ ବିଲେଟ୍ର ନୂଆ ସିଇଓ
ନୂଆଦିଲ୍ଲୀ,୨୪।୮ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍ ‘ବିଲେଟ୍’ର ନୂଆ ସିଇଓ ଭାବେ ଫାବିଓ ରୋବର୍ଟୋ ମାର୍ଟିନ୍ସଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଏପରିକି ସେ ଏହି ନୂତନ ଭୂମିକାରେ ବିଲେଟ୍ ଉତ୍ପାଦ ଗୋଷ୍ଠୀର ଦାୟିତ୍ୱ ନେବେ। ଉତ୍ପାଦନକୁ ତ୍ୱରାନ୍ବିତକରି ଉତ୍ପାଦ ମୂଲ୍ୟ ବୃଦ୍ଧି ମାଧ୍ୟମରେ ମୂଲ୍ୟ ସୃଷ୍ଟି ଉପରେ ମଧ୍ୟ ସେ ବିଶେଷ ଧ୍ୟାନଦେବେ। ସେହିଭଳି କମ୍ପାନୀ ତା’ର ବିଲେଟ୍ କ୍ଷମତାକୁ ବାର୍ଷିକ ୧.୨ ମିଲିୟନ୍ ଟନ୍କୁ ବୃଦ୍ଧି କରିବାକୁ ଯୋଜନା କରିଛି। ଏହାକୁ ବିଶ୍ୱର ସର୍ବବୃହତ୍ […] The post ଫାବିଓ ବିଲେଟ୍ର ନୂଆ ସିଇଓ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୮ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍ ‘ବିଲେଟ୍’ର ନୂଆ ସିଇଓ ଭାବେ ଫାବିଓ ରୋବର୍ଟୋ ମାର୍ଟିନ୍ସଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଏପରିକି ସେ ଏହି ନୂତନ ଭୂମିକାରେ ବିଲେଟ୍ ଉତ୍ପାଦ ଗୋଷ୍ଠୀର ଦାୟିତ୍ୱ ନେବେ। ଉତ୍ପାଦନକୁ ତ୍ୱରାନ୍ବିତକରି ଉତ୍ପାଦ ମୂଲ୍ୟ ବୃଦ୍ଧି ମାଧ୍ୟମରେ ମୂଲ୍ୟ ସୃଷ୍ଟି ଉପରେ ମଧ୍ୟ ସେ ବିଶେଷ ଧ୍ୟାନଦେବେ। ସେହିଭଳି କମ୍ପାନୀ ତା’ର ବିଲେଟ୍ କ୍ଷମତାକୁ ବାର୍ଷିକ ୧.୨ ମିଲିୟନ୍ ଟନ୍କୁ ବୃଦ୍ଧି କରିବାକୁ ଯୋଜନା କରିଛି। ଏହାକୁ ବିଶ୍ୱର ସର୍ବବୃହତ୍ ବିଲେଟ୍ ଉତ୍ପାଦକ ଭାବେ ପରିଣତ କରିବାକୁ ଫାବିଓ ଅଭିନବତା ଓ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଜରିଆରେ କାର୍ଯ୍ୟ ପରିଚାଳନାକୁ ତଦାରଖ କରିବେ।
ସେହିପରି ଫାବିଓଙ୍କର ଅଲକୋଆରୁ ୨୬ବର୍ଷର ଦୀର୍ଘ ଅଭିଜ୍ଞତା ରହିଛି, ଯେଉଁଠାରେ ସେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ। ଏପରିକି ନିକଟରେ ସେ ଅପରେଶନ ନିର୍ଦ୍ଦେଶକ ମଧ୍ୟ ଥିଲେ। ତାଙ୍କର ପାରଦର୍ଶିତା ଓ ଅଭିଜ୍ଞତା ଆଲୁମିନିୟମ ବିଲେଟ୍ କ୍ଷେତ୍ରରେ ପ୍ରମୁଖ ଭୂମିକା ବହନ କରିବ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍ ସ୍ଲାଭେନ କହିଛନ୍ତି,ବଜାରର ଚାହିଦା ପୂରଣକରିବା ଲାଗି ଆମେ (ବେଦାନ୍ତ) ମୂଲ୍ୟଯୁକ୍ତ ଉତ୍ପାଦଗୁଡ଼ିକର ପୋର୍ଟଫୋଲିଓ ବିସ୍ତାର କରୁଛି। ଏପରିକି ଆମେ ପୂର୍ବରୁ ଭାରତରେ ସର୍ବବୃହତ୍ ବିଲେଟ ଉତ୍ପାଦକ ଓ ରପ୍ତାନିକାରୀ ହୋଇଥିଲାବେଳେ ଆମର ସ୍ଥିତିକୁ ଅଧିକ ମଜଭୁତ କରିବା ଲାଗି ଆମେ ଫାବିଓଙ୍କୁ ଆମର ନେତୃତ୍ୱ ଦଳରେ ନିଯୁକ୍ତି ଦେଇ ବେଶ୍ ଉତ୍ସାହିତ ଅଛୁ।
The post ଫାବିଓ ବିଲେଟ୍ର ନୂଆ ସିଇଓ appeared first on Dharitri Odia News.