କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍‌ପି ହେବାକୁ ମନ

ଭବାନୀପାଟଣା,୧୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଲାଣି। ଚା’ ଦୋକାନଠୁ ହାଟବଜାର ସବୁଠି ଚର୍ଚ୍ଚା ଏଥର କିଏ ବିଧାନସଭା ଓ ଲୋକ ସଭା ପାଇଁ ଟିକେଟ ପାଉଛନ୍ତି। ତେବେ ଏଇ କିଛି ଦିନ ହେଲା ଜିଲାର ଭାଜପା ନେତାଙ୍କ ପୋଷ୍ଟର, ୱାଲ୍‌ପେଣ୍ଟିଂ, ବ୍ୟାନରକୁ ଦେଖିଲେ ଭିନ୍ନ ଧରଣର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ତୃଣମୂଳସ୍ତରରେ ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ […] The post କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍‌ପି ହେବାକୁ ମନ appeared first on Dharitri Odia News.

କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍‌ପି ହେବାକୁ ମନ

ଭବାନୀପାଟଣା,୧୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଲାଣି। ଚା’ ଦୋକାନଠୁ ହାଟବଜାର ସବୁଠି ଚର୍ଚ୍ଚା ଏଥର କିଏ ବିଧାନସଭା ଓ ଲୋକ ସଭା ପାଇଁ ଟିକେଟ ପାଉଛନ୍ତି। ତେବେ ଏଇ କିଛି ଦିନ ହେଲା ଜିଲାର ଭାଜପା ନେତାଙ୍କ ପୋଷ୍ଟର, ୱାଲ୍‌ପେଣ୍ଟିଂ, ବ୍ୟାନରକୁ ଦେଖିଲେ ଭିନ୍ନ ଧରଣର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ତୃଣମୂଳସ୍ତରରେ ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ଥିବା ନେତା ଏବେ ଏମ୍‌ପି ହେବାକୁ ମନ ବଳାଇଲେଣି।

ସେଥିପାଇଁ ଭାଜପାରୁ ଏମ୍‌ପି ପ୍ରାର୍ଥୀ ହେବା ଲାଗି ଆଶାୟୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳିଛି। ଏପରିକି ବର୍ତ୍ତମାନ ଏମ୍‌ପି ଥିବା ବସନ୍ତ ପଣ୍ଡାଙ୍କ ସହ ଦିନେ ବିଶ୍ୱସ୍ତ ଥିବା ନେତାମାନେ ମଧ୍ୟ ଏମ୍‌ପି ପ୍ରାର୍ଥୀ ପାଇଁ ଲବି କରୁଥିବା ଶୁଣିବାକୁ ମିଳୁଛି। କାରଣ ବିଧାନସଭା କ୍ଷେତ୍ରରେ ଜିଲାରେ ଶାସକ ବିଜେଡିର ସଙ୍ଗଠନ ମଜଭୁତ ଥିବାବେଳେ ଲୋକ ସଭା ନିର୍ବାଚନମଣ୍ଡଳୀରେ ମୋଦିଙ୍କ ହାୱାରେ ନିର୍ବାଚନ ବୈତରଣୀ ପାର ହୋଇଯିବେ ବୋଲି ଅନେକଙ୍କ ଧାରଣା ଜନ୍ମିଲାଣି। ସେଥିପାଇଁ ବିଧାୟକ ନୁହେଁ, ଏମ୍‌ପି ହେବା ପାଇଁ ଅନେକ ନେତା ମନ ବଳାଉଥିବା ଜଣାପଡିଛି।

କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଏଥର ଭାଜପା ଟିକେଟ ନ ଦେଇ ତାଙ୍କ ବଦଳରେ ନୂଆ ନେତାଙ୍କୁ ଛିଡ଼ା କରିପାରେ ବୋଲି ଆଶାୟୀ ପ୍ରାର୍ଥୀମାନେ କହୁଛନ୍ତି। ତେଣୁ ସେମାନେ ଏମ୍‌ପି ପ୍ରାର୍ଥୀ ହେବା ପାଇଁ ରାଜ୍ୟର ବରିଷ୍ଠ ତଥା ଦିଲ୍ଲୀର ଦଳୀୟ ତୁଙ୍ଗ ନେତାଙ୍କୁ ସାକ୍ଷାତ୍‌ କରି ଲବି ଆରମ୍ଭ କରିଛନ୍ତି।

ଏମ୍‌ପି ବସନ୍ତ ପଣ୍ଡାଙ୍କ ସହ ଭବାନୀପାଟଣା ବିଧାୟକ ତଥା ଓଡ଼ିଶା ବିଧାନସଭା ବିରୋଧୀ ଦଳର ପୂର୍ବତନ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ଏମ୍‌ପି ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେବୀ, ବର୍ତ୍ତମାନର ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଭୁବନେଶ୍ୱର ମେୟର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ, ଯୁବ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଜିଲାର ପୂର୍ବତନ ସଭାପତି ଭବେନ୍ଦ୍ର ପଣ୍ଡା, ବିସିସିବିର ପୂର୍ବତନ ସଭାପତି କାଳିପ୍ରସାଦ ରାୟଗୁରୁ, ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଭାରତ ଭୂଷଣ ଦେଓ ପ୍ରମୁଖ ଦୌଡ଼ରେ ଥିବା ଜଣାପଡିଛି। ତେବେ ଏମ୍‌ପି ପଣ୍ଡା ରାଜ୍ୟ ସଙ୍ଗଠନର ନିର୍ବାଚନ କୋର୍‌ କମିଟିର ସଦସ୍ୟ ଭାବେ ଏବେ ତାଙ୍କ ନାମ ସ୍ଥାନ ପାଇଥିବାରୁ ଦଳ ତାଙ୍କୁ ପୁଣିଥରେ ଲୋକ ସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ସକାଶେ ଟିକେଟ ଦେଇପାରେ ବୋଲି ଶୁଣିବାକୁ ମିଳୁଛି।

The post କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍‌ପି ହେବାକୁ ମନ appeared first on Dharitri Odia News.