ଫାଶିମାଳ ସେବା ସମବାୟ ସମିତି ସଭ୍ୟ ସଭ୍ୟାଙ୍କ ପ୍ରଶିକ୍ଷଣ ଶିବିର
ଜମନକିରା : ଆଜି ରବିବାର ଫାଶିମାଲ୍ ସମବାୟ ସମିତି ପକ୍ଷରୁ ଫାଶୀମାଲ୍ ପଂଚାୟତ ସଭାଗୃହରେ ସମବାୟ ସମିତି ସଭ୍ୟ ସଭ୍ୟାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଇ ଶିବିରରେ ଜମନକିରା ସମବାୟ ସମିତି ପ୍ରବନ୍ଧକ ସିନୁରାଜ ସାହୁ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଆରସିଏସ ଅଧିକାରୀ ସୌମିତ୍ରି ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ଶାଖା ପ୍ରବନ୍ଧକ ଶ୍ରୀ ସାହୁ ତାଙ୍କ ବାକତ୍ୟବରେ ଚାଷୀଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ […] The post ଫାଶିମାଳ ସେବା ସମବାୟ ସମିତି ସଭ୍ୟ ସଭ୍ୟାଙ୍କ ପ୍ରଶିକ୍ଷଣ ଶିବିର appeared first on Odisha.News.

ଜମନକିରା : ଆଜି ରବିବାର ଫାଶିମାଲ୍ ସମବାୟ ସମିତି ପକ୍ଷରୁ ଫାଶୀମାଲ୍ ପଂଚାୟତ ସଭାଗୃହରେ ସମବାୟ ସମିତି ସଭ୍ୟ ସଭ୍ୟାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଇ ଶିବିରରେ ଜମନକିରା ସମବାୟ ସମିତି ପ୍ରବନ୍ଧକ ସିନୁରାଜ ସାହୁ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଆରସିଏସ ଅଧିକାରୀ ସୌମିତ୍ରି ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ଶାଖା ପ୍ରବନ୍ଧକ ଶ୍ରୀ ସାହୁ ତାଙ୍କ ବାକତ୍ୟବରେ ଚାଷୀଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ନିଜ ବକ୍ତବ୍ୟ ଆଲୋଚନା ମାଧ୍ୟମରେ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ଚାଷୀ ମାନେ କେବଳ ସମବାୟ ସମିତି ରୁ ଋଣ ନେଇ ଚାଷ କାର୍ଯ୍ୟ କରିବାରେ ସୀମିତ ନ ରହି ସରକାରଙ୍କ ତରଫରୁ ଦିଆ ଯାଉଥିବା ଗୋ ପାଳନ, ଛେଳି ପାଳନ, କୁକୁଡ଼ା ପାଳନ ଉପରେ ଦିଆ ଯାଉଥିବା ଋଣ ନେଇ କୃତକାର୍ଯ୍ୟ ହେବାପାଇଁ ଚେଷ୍ଟା କରିବା ଉଚିତ ବୋଲି ଶ୍ରୀ ସାହୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଇ ପ୍ରଶିକ୍ଷଣ ଶିବିର ରେ ଫାଶୀମାଲ୍ ଲ୍ୟାମ୍ପସ ସଭାପତି ସୁଦର୍ଶନ କିଶାନ, ଏମଡି ହରେକୃଷ୍ଣ ରାଉତ, କିଶୋର ମହାପାତ୍ର, ସଞ୍ଜୀବ ପୃଷେଠ, ଲମ୍ବୋଦର ଭୋଇ, ସନ୍ତୋଷ ପ୍ରଧାନ, ସୁବ୍ରତ ନାୟକ, ଆଶିଷ ପଟେଲ, ସୁରେଶ ପ୍ରଧାନଙ୍କ ସମେତ ଫାଶୀମାଲ୍ ଲ୍ୟାମ୍ପସ ଅନ୍ତର୍ଗତ ବହୁ ଚାଷୀ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
The post ଫାଶିମାଳ ସେବା ସମବାୟ ସମିତି ସଭ୍ୟ ସଭ୍ୟାଙ୍କ ପ୍ରଶିକ୍ଷଣ ଶିବିର appeared first on Odisha.News.