ଫାୟାରିଂ ଅଭ୍ୟାସ ବେଳେ ଚାଲିଗଲା ୨ ଅଗ୍ନିବୀରଙ୍କ ଜୀବନ

ମହାରାଷ୍ଟ୍ର: ଫାୟାରିଂ ଅଭ୍ୟାସ ବେଳେ ଭାରତୀୟ ସେନାର ୨ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଛି। ଫାୟାରିଂ ଅଭ୍ୟାସ ଚାଲିଥିବା ବେଳେ ଏକ ସେଲ୍‌ ବିସ୍ଫୋରଣ ହୋଇଥିଲା । ଏହା ସଂସ୍ପର୍ଶରେ ଆସି ୨ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ମହାରାଷ୍ଟ୍ର ନାସିକର ଦେବଲାଲିସ୍ଥିତ ଆର୍ଟିଲରି ସ୍କୁଲରେ । ଭାରତୀୟ ସେନାର ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି ଯେ, ଅଗ୍ନିବୀରମାନଙ୍କ ଫାୟାରିଂ ଅଭ୍ୟାସ ବେଳେ ଏକ ତୋପର ସେଲ୍‌ ଫାଟିଯାଇଥିଲା । ଦୁଇ ଅଗ୍ନିବୀର ହାଇଦ୍ରାବାଦରୁ ଏଠାକୁ […]

ଫାୟାରିଂ ଅଭ୍ୟାସ ବେଳେ ଚାଲିଗଲା ୨ ଅଗ୍ନିବୀରଙ୍କ ଜୀବନ
Untitled 1 12

ମହାରାଷ୍ଟ୍ର: ଫାୟାରିଂ ଅଭ୍ୟାସ ବେଳେ ଭାରତୀୟ ସେନାର ୨ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଛି। ଫାୟାରିଂ ଅଭ୍ୟାସ ଚାଲିଥିବା ବେଳେ ଏକ ସେଲ୍‌ ବିସ୍ଫୋରଣ ହୋଇଥିଲା । ଏହା ସଂସ୍ପର୍ଶରେ ଆସି ୨ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ମହାରାଷ୍ଟ୍ର ନାସିକର ଦେବଲାଲିସ୍ଥିତ ଆର୍ଟିଲରି ସ୍କୁଲରେ ।

ଭାରତୀୟ ସେନାର ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି ଯେ, ଅଗ୍ନିବୀରମାନଙ୍କ ଫାୟାରିଂ ଅଭ୍ୟାସ ବେଳେ ଏକ ତୋପର ସେଲ୍‌ ଫାଟିଯାଇଥିଲା । ଦୁଇ ଅଗ୍ନିବୀର ହାଇଦ୍ରାବାଦରୁ ଏଠାକୁ ପ୍ରଶିକ୍ଷଣ ନେବାକୁ ଆସିଥିଲେ । ଏହି ଦୁର୍ଘଟଣାର ସଠିକ୍‌ କାରଣ ଜାଣିବା ପାଇଁ ସେନା କୋର୍ଟ ଅଫ୍‌ ଇନ୍‌କ୍ୱାରୀର ଆଦେଶ ଦେଇଛି । ଏହି ଘଟଣା ଗୁରୁବାର ଦ୍ୱିପ୍ରହରରେ ନାସିକ୍‌ ରୋଡ୍‌ ଅଞ୍ଚଳରେ ଥିବା ଆର୍ଟିଲରି ସ୍କୁଲରେ ଘଟିଛି । ପରୀକ୍ଷଣ ସମୟରେ ତୋପରୁ ଛଡ଼ାଯାଇଥିବା ଏକ ସେଲ୍‌ ଫାଟିଯିବାରୁ ୨ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି । ମୃତ ଅଗ୍ନିବୀର ଦୁଇ ଜଣ ହେଲେ ବିଶ୍ୱରାଜ ସିଂ (୨୦) ଓ ସୈଫତ୍‌ ଶିଟ୍‌ (୨୧) ।।