ଫିକା ପଡ଼ିଲା କୋଲକାତାର ବିଶାଳ ସ୍କୋର: ବେୟାରଷ୍ଟୋଙ୍କ ଧୂଆଁଦାର ବ୍ୟାଟିଂରେ ପଞ୍ଜାବର ସହଜ ବିଜୟ

କୋଲକାତା: ଶୁକ୍ରବାର କୋଲକାତା ଇଡେନଗାର୍ଡେନ୍‌ର ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍‌ରାଇଡର୍ସ ମଧ୍ୟରେ ହାଇଭୋଲ୍‌ଟେଜ୍ ମ୍ୟାଚ୍‌ ଦେଖିବାକୁ ମିଳିଛି। କୋଲକାତା ବିଶାଳ ରନ୍‌ ଟାର୍ଗେଟ୍‌କୁ ପଞ୍ଜାବ ବଡ଼ ଇନିଂସ ଖେଳି ହାସଲ କରି ନେଇଛି। ଆଜିର ମ୍ୟାଚ୍‌ରେ ଟସ୍‌ ହାରି କୋଲକାତା ପ୍ରଥମେ ବ୍ୟାଟିଂ କରି ୨୬୧ ରନ୍ କରିଥିଲା। ଜବାବରେ ପଞ୍ଜାବ ମଧ୍ୟ ଧୂଆଁଦାର ବ୍ୟାଟିଂ କରି ୧୮.୪ ଓଭରରେ ମାତ୍ର ୨ ୱିକେଟ ହରାଇ ୨୬୨ ରନ୍ କରି ଟାର୍ଗେଟ୍ ହାସଲ କରି ନେଇଛି। ପଞ୍ଜାବ ପକ୍ଷରୁ ଜନି ବେୟାରଷ୍ଟୋ ମାତ୍ର ୪୮ ବଲ୍‌ରେ ସର୍ବାଧିକ ୧୦୮ ରନ୍‌ର ଧୂଆଁଧାର ବ୍ୟାଟିଂ କରିଥିଲେ। ତେବେ ଓପନିଂ ଆସିଥିବା ପ୍ରଭସିମରନ ସିଂହ ମଧ୍ୟ ଘାତକ ବ୍ୟାଟିଂ କରି ୨୦ ବଲ୍‌ରେ ୫୪ ରନ୍ କରିଥିଲେ। ଶେଷ ବେଳକୁ ବ୍ୟାଟିଂ ଆସି ଶଶାଙ୍କ ସିଂହ ମଧ୍ୟ ୬୮ ରନ୍‌ର ବଡ଼ ଯୋଗଦାନ ଦେଇଥିଲେ। ପଞ୍ଜାବ ପକ୍ଷରୁ ପ୍ରଭସିମରନ ଓ ଜନି ବେୟାରଷ୍ଟୋ ଓପନିଂ ଆସି ଆକ୍ରମଣାତ୍ମକ ଶୈଳୀର ବ୍ୟାଟିଂ କରିଥିଲେ। ପ୍ରଥମେ ପ୍ରଭସିମରନ ଛକ୍କା ଚୌକା ବର୍ଷା କରି ରନ୍ ସଂଗ୍ରହ କରିଥିଲେ। ପରେ ବେୟାରଷ୍ଟୋଙ୍କ ବ୍ୟାଟ୍ ମଧ୍ୟ ରନ୍ ବର୍ଷା କରିଥିଲା। ଦୁହେଁ ମିଶି ଦଳୀୟ ସ୍କୋରକୁ ୯୬ ପର୍ଯ୍ୟନ୍ତ ପହଞ୍ଚାଇଥିବା ବେଳେ ପ୍ରଭସିମରନ୍‌ ରନ୍ ଆଉଟ୍ ହୋଇଥିଲେ।। ସେତେବେଳେ ମାତ୍ର ୬ ଓଭର ଖେଳ ସରିଥିଲା। ଏହାପରେ ରିଲି ରୁସୋ ମଧ୍ୟ ବେୟାରଷ୍ଟୋଙ୍କ ସହ ମିଶି ରନ୍‌କୁ ଆଗକୁ ନେଇଥିଲେ। ହେଲେ ସେ ମଧ୍ୟ ବେଶି ସ

ଫିକା ପଡ଼ିଲା କୋଲକାତାର ବିଶାଳ ସ୍କୋର: ବେୟାରଷ୍ଟୋଙ୍କ ଧୂଆଁଦାର ବ୍ୟାଟିଂରେ ପଞ୍ଜାବର ସହଜ ବିଜୟ

କୋଲକାତା: ଶୁକ୍ରବାର କୋଲକାତା ଇଡେନଗାର୍ଡେନ୍‌ର ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍‌ରାଇଡର୍ସ ମଧ୍ୟରେ ହାଇଭୋଲ୍‌ଟେଜ୍ ମ୍ୟାଚ୍‌ ଦେଖିବାକୁ ମିଳିଛି। କୋଲକାତା ବିଶାଳ ରନ୍‌ ଟାର୍ଗେଟ୍‌କୁ ପଞ୍ଜାବ ବଡ଼ ଇନିଂସ ଖେଳି ହାସଲ କରି ନେଇଛି। 

ଆଜିର ମ୍ୟାଚ୍‌ରେ ଟସ୍‌ ହାରି କୋଲକାତା ପ୍ରଥମେ ବ୍ୟାଟିଂ କରି ୨୬୧ ରନ୍ କରିଥିଲା। ଜବାବରେ ପଞ୍ଜାବ ମଧ୍ୟ ଧୂଆଁଦାର ବ୍ୟାଟିଂ କରି ୧୮.୪ ଓଭରରେ ମାତ୍ର ୨ ୱିକେଟ ହରାଇ ୨୬୨ ରନ୍ କରି ଟାର୍ଗେଟ୍ ହାସଲ କରି ନେଇଛି। 

ପଞ୍ଜାବ ପକ୍ଷରୁ ଜନି ବେୟାରଷ୍ଟୋ ମାତ୍ର ୪୮ ବଲ୍‌ରେ ସର୍ବାଧିକ ୧୦୮ ରନ୍‌ର ଧୂଆଁଧାର ବ୍ୟାଟିଂ କରିଥିଲେ। ତେବେ ଓପନିଂ ଆସିଥିବା ପ୍ରଭସିମରନ ସିଂହ ମଧ୍ୟ ଘାତକ ବ୍ୟାଟିଂ କରି ୨୦ ବଲ୍‌ରେ ୫୪ ରନ୍ କରିଥିଲେ। ଶେଷ ବେଳକୁ ବ୍ୟାଟିଂ ଆସି ଶଶାଙ୍କ ସିଂହ ମଧ୍ୟ ୬୮ ରନ୍‌ର ବଡ଼ ଯୋଗଦାନ ଦେଇଥିଲେ। 

ପଞ୍ଜାବ ପକ୍ଷରୁ ପ୍ରଭସିମରନ ଓ ଜନି ବେୟାରଷ୍ଟୋ ଓପନିଂ ଆସି ଆକ୍ରମଣାତ୍ମକ ଶୈଳୀର ବ୍ୟାଟିଂ କରିଥିଲେ। ପ୍ରଥମେ ପ୍ରଭସିମରନ ଛକ୍କା ଚୌକା ବର୍ଷା କରି ରନ୍ ସଂଗ୍ରହ କରିଥିଲେ। ପରେ ବେୟାରଷ୍ଟୋଙ୍କ ବ୍ୟାଟ୍ ମଧ୍ୟ ରନ୍ ବର୍ଷା କରିଥିଲା। ଦୁହେଁ ମିଶି ଦଳୀୟ ସ୍କୋରକୁ ୯୬ ପର୍ଯ୍ୟନ୍ତ ପହଞ୍ଚାଇଥିବା ବେଳେ ପ୍ରଭସିମରନ୍‌ ରନ୍ ଆଉଟ୍ ହୋଇଥିଲେ।। ସେତେବେଳେ ମାତ୍ର ୬ ଓଭର ଖେଳ ସରିଥିଲା। ଏହାପରେ ରିଲି ରୁସୋ ମଧ୍ୟ ବେୟାରଷ୍ଟୋଙ୍କ ସହ ମିଶି ରନ୍‌କୁ ଆଗକୁ ନେଇଥିଲେ। ହେଲେ ସେ ମଧ୍ୟ ବେଶି ସମୟ ତିଷ୍ଟି ପାରି ନଥିଲେ। ୧୬ ବଲ୍‌ରେ ୨୬ ରନ୍ କରି ଋଷୋ ଆଉଟ୍ ହୋଇଯାଇଥିଲେ। ଏହାପରେ ଶଶାଙ୍କ ସିଂହ ବେୟାରଷ୍ଟୋଙ୍କ  ମିଶି ମ୍ୟାଚ୍ ଜିତାଇଥିଲେ। ଫଳରେ ୯ ବଲ୍ ବଳକା ଥାଇ ପଞ୍ଜାବ ସହଜରେ ବିଜୟ ହାସଲ କରିନେଇଥିଲା।  

ଅନ୍ୟପଟେ କୋଲକାତା ପକ୍ଷରୁ କେବଳ ସୁନୀଲ ନାରାୟଣ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ। ବାକି କୌଣସି ବୋଲର ୱିକେଟ୍ ନେଇପାରି ନଥିଲେ। ଦଳ ପକ୍ଷରୁ ହର୍ଷିତ ରାଣା ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୬୧ ରନ୍ ଦେଇଥିଲେ ବି ଗୋଟିଏ ବି ସଫଳତା ମିଳି ନଥିଲା।