ଫିଲିସ୍ତିନୀଙ୍କୁ ବଡ଼ ଝଟକା ! ଯୁଦ୍ଧବିରତି ଉପରେ କୌଣସି ରାୟ ଦେଲେନି ଅନ୍ତରାଷ୍ଟ୍ରୀୟ କୋର୍ଟ
ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ୍ ଆକ୍ରମଣକୁ ନେଇ ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ୍ ଜଷ୍ଟିସ (ICJ) ରାୟ ଶୁଣାଇ ନରସଂରାହକୁ ରୋକିବା ପାଇଁ ଆଦେଶ ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ଯାଚିକା ଉପରେ କୋର୍ଟ ଏହି ଆଦେଶ ଦେଇଛନ୍ତି । ତେବେ ଏହାକୁ ଦକ୍ଷିଣ ଆଫ୍ରିକା ଲାଗି ଝଟକା ବୋଲି ମଧ୍ୟ କୁହାଯାଉଛି । ଆଇସିଜେ ଯୁଦ୍ଧବିରତି ପାଇଁ କୌଣସି ଆଦେଶ ଦେଇ ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଯୁଦ୍ଧବିରତି ପାଇଁ ଦାବି କରିଥିଲା । ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ ଏହା ଉପରେ ସହମତି ପ୍ରକାଶ କରିନାହାନ୍ତି । ଏହି ବିଷୟ ପିଲିସ୍ତିନୀଙ୍କୁ ମଧ୍ୟ ନିରାଶ କରିଛି । ଆଇସିଜେ ଇସ୍ରାଏଲକୁ ନେଇ କହିଛନ୍ତି ଯେ ଗାଜା ପଟ୍ଟିରେ ଫିଲିସ୍ତିନୀଙ୍କ ନରସଂହାର ବନ୍ଦ ହେଉ ଏବଂ ଏବେ ସୁଦ୍ଧା ଆକ୍ରମଣରେ ହୋଇଥିବା ମୃତ୍ୟୁର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ । କୋର୍ଟ କହିଛନ୍ତି ଯେ ଇସ୍ରାଏଲ ଏହା ସୁନିଶ୍ଚିତ କରିବା ଦରକାର ଯେ ଏହାର ସେନାର ଗାଜାରେ ନରସଂହାର କରିବେ ନାହିଁ ଏବଂ ମାନବୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସୁଧାରବାଦୀ ପ୍ରକ୍ରିୟା ଆପଣାଇବେ । ଇସ୍ରାଏଲକୁ ଏକ ମାସ ମଧ୍ୟରେ ରିପୋର୍ଟ ଦେବା ପାଇଁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଗାଜା ପଟ୍ଟିରେ ନରସଂହାରକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏହାପରେ କୋଲମ୍ୱିଆ ଏବଂ ବ୍ରାଜିଲ୍ ଏହାର ସମର୍ଥନ କରିଥିଲେ । ଏହି ଯାଚିକାରେ କୁହାଯ
ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ୍ ଆକ୍ରମଣକୁ ନେଇ ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ୍ ଜଷ୍ଟିସ (ICJ) ରାୟ ଶୁଣାଇ ନରସଂରାହକୁ ରୋକିବା ପାଇଁ ଆଦେଶ ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ଯାଚିକା ଉପରେ କୋର୍ଟ ଏହି ଆଦେଶ ଦେଇଛନ୍ତି । ତେବେ ଏହାକୁ ଦକ୍ଷିଣ ଆଫ୍ରିକା ଲାଗି ଝଟକା ବୋଲି ମଧ୍ୟ କୁହାଯାଉଛି । ଆଇସିଜେ ଯୁଦ୍ଧବିରତି ପାଇଁ କୌଣସି ଆଦେଶ ଦେଇ ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଯୁଦ୍ଧବିରତି ପାଇଁ ଦାବି କରିଥିଲା । ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ ଏହା ଉପରେ ସହମତି ପ୍ରକାଶ କରିନାହାନ୍ତି । ଏହି ବିଷୟ ପିଲିସ୍ତିନୀଙ୍କୁ ମଧ୍ୟ ନିରାଶ କରିଛି ।
ଆଇସିଜେ ଇସ୍ରାଏଲକୁ ନେଇ କହିଛନ୍ତି ଯେ ଗାଜା ପଟ୍ଟିରେ ଫିଲିସ୍ତିନୀଙ୍କ ନରସଂହାର ବନ୍ଦ ହେଉ ଏବଂ ଏବେ ସୁଦ୍ଧା ଆକ୍ରମଣରେ ହୋଇଥିବା ମୃତ୍ୟୁର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ । କୋର୍ଟ କହିଛନ୍ତି ଯେ ଇସ୍ରାଏଲ ଏହା ସୁନିଶ୍ଚିତ କରିବା ଦରକାର ଯେ ଏହାର ସେନାର ଗାଜାରେ ନରସଂହାର କରିବେ ନାହିଁ ଏବଂ ମାନବୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସୁଧାରବାଦୀ ପ୍ରକ୍ରିୟା ଆପଣାଇବେ । ଇସ୍ରାଏଲକୁ ଏକ ମାସ ମଧ୍ୟରେ ରିପୋର୍ଟ ଦେବା ପାଇଁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଗାଜା ପଟ୍ଟିରେ ନରସଂହାରକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏହାପରେ କୋଲମ୍ୱିଆ ଏବଂ ବ୍ରାଜିଲ୍ ଏହାର ସମର୍ଥନ କରିଥିଲେ । ଏହି ଯାଚିକାରେ କୁହାଯାଇଥିଲା ଯେ ଇସ୍ରାଏଲ ଜେନେଭା କନଭେନ୍ସନ ଅଧିନରେ ନିଜର ଦାୟିତ୍ୱର ଉଲ୍ଲଂଘନ କରୁଛି । ଗାଜାରେ ଇସ୍ରାଏଲ ଯାହା କରୁଛି, ତାହା ଜେନେଭା କନଭେନ୍ସନ ଅଧିନରେ ଭୁଲ ଅଟେ । ଏହାପରେ କୋଲମ୍ୱିଆ ବିଦେଶ ମନ୍ତ୍ରାଳୟ କହିଥିଲା ଯେ ଦକ୍ଷିଣ ଆଫ୍ରିକାର ମୋକଦ୍ଦମା ଏକ ସାହସୀ ପଦକ୍ଷେପ ଅଟେ । ଆଇସିଜେରେ ୧୭ ଜଣ ଜଜ୍ ଏହି ମାମଲାର ଶୁଣାଣି କରୁଥିଲେ ।
The post ଫିଲିସ୍ତିନୀଙ୍କୁ ବଡ଼ ଝଟକା ! ଯୁଦ୍ଧବିରତି ଉପରେ କୌଣସି ରାୟ ଦେଲେନି ଅନ୍ତରାଷ୍ଟ୍ରୀୟ କୋର୍ଟ appeared first on Prameya News7.