ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ, ଅଡିଶନ ବାହାନାରେ ରୁମ୍‌କୁ ଡାକି କହିଥିଲେ…

ମୁମ୍ବାଇ,୩୧।୮: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆରମ୍ଭ ହୋଇଥିବା ମି..ଠୁ ଅଭିଯାନ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏଥିରେ ଅନେକ ଯୁବ କଳାକାର ଭେଟେରାନ ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତାଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ଅସଦାଚରଣ ବିଷୟରେ ଖୋଲାଖୋଲି ଭାବରେ କହୁଛନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ରଞ୍ଜିତଙ୍କ ଉପରେ ବର୍ତ୍ତମାନ ଯୌନ ଶୋଷଣର ଗୁରୁତର ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ତାଙ୍କ ବିରୋଧରେ ଦୁଇଟି ପୃଥକ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଜଣେ […] The post ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ, ଅଡିଶନ ବାହାନାରେ ରୁମ୍‌କୁ ଡାକି କହିଥିଲେ… appeared first on Dharitri Odia News.

ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ, ଅଡିଶନ ବାହାନାରେ ରୁମ୍‌କୁ ଡାକି କହିଥିଲେ…

ମୁମ୍ବାଇ,୩୧।୮: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆରମ୍ଭ ହୋଇଥିବା ମି..ଠୁ ଅଭିଯାନ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏଥିରେ ଅନେକ ଯୁବ କଳାକାର ଭେଟେରାନ ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତାଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ଅସଦାଚରଣ ବିଷୟରେ ଖୋଲାଖୋଲି ଭାବରେ କହୁଛନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ରଞ୍ଜିତଙ୍କ ଉପରେ ବର୍ତ୍ତମାନ ଯୌନ ଶୋଷଣର ଗୁରୁତର ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ତାଙ୍କ ବିରୋଧରେ ଦୁଇଟି ପୃଥକ ମାମଲା ରୁଜୁ କରିଛି।

ଏହି ଅଭିଯୋଗ ଜଣେ ଯୁବ ଅଭିନେତାଙ୍କ ଦ୍ୱାରା ଦାଖଲ କରାଯାଇଛି। ସେ ଅଭିଯୋଗ କରିଛନ୍ତି ଯେ, ରଞ୍ଜିତ ତାଙ୍କୁ ୨୦୧୨ରେ ଯୌନ ଶୋଷଣ କରିଥିଲେ। କୋଚି ପୋଲିସରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ ପୀଡିତଙ୍କୁ ଅଡିଶନ ବାହାନା କରି ବେଙ୍ଗାଲୁରୁର ଏକ ହୋଟେଲକୁ ଡକାଯାଇଥିଲା। ସେଠାରେ ରଞ୍ଜିତ ପୀଡିତଙ୍କୁ ତାଙ୍କ ପୋଷାକ ଖୋଲିବାକୁ ବାଧ୍ୟ କରିଥିଲେ, ଏହା ବଦଳରେ ତାଙ୍କୁ ମୁଖ୍ୟ ଭୂମିକା ଦେବାକୁ ପ୍ରତଶ୍ରୁତି ଦେଇଥିଲେ।

ରଞ୍ଜିତଙ୍କ ବିରୋଧରେ ଯୌନ ଅଭିଯୋଗର ଏହା ହେଉଛି ଦ୍ୱିତୀୟ ମାମଲା। ଏହାପୂର୍ବରୁ ଜଣେ ବଙ୍ଗୀୟ ଅଭିନେତା ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

The post ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ, ଅଡିଶନ ବାହାନାରେ ରୁମ୍‌କୁ ଡାକି କହିଥିଲେ… appeared first on Dharitri Odia News.