ଏଣିକି ସ୍କୁଲ ପାଠ୍ୟକ୍ରମରେ ରହିବ ଯୋଗ: କେବେଠୁ…
ଭୁବନେଶ୍ୱର,୨୨।୬ (ସୁନିତ୍ ମିଶ୍ର): ପିଲାଙ୍କ ଶାରୀରିକ, ମାନସିକ ଓ ଆବେଗିକ ସୁସ୍ଥତା ପାଇଁ ସ୍କୁଲ ପାଠ୍ୟକ୍ରମ ଏବଂ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗକୁ ସାମିଲ କରାଯିବ। ଏହା ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଓ ସମର୍ଥ ଭାରତ ଗଢ଼ି ତୋଳିବାରେ ସହାୟକ ହେବ। ଏଥିସକାଶେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି […] The post ଏଣିକି ସ୍କୁଲ ପାଠ୍ୟକ୍ରମରେ ରହିବ ଯୋଗ: କେବେଠୁ… appeared first on Dharitri Odia News.
ଭୁବନେଶ୍ୱର,୨୨।୬ (ସୁନିତ୍ ମିଶ୍ର): ପିଲାଙ୍କ ଶାରୀରିକ, ମାନସିକ ଓ ଆବେଗିକ ସୁସ୍ଥତା ପାଇଁ ସ୍କୁଲ ପାଠ୍ୟକ୍ରମ ଏବଂ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗକୁ ସାମିଲ କରାଯିବ। ଏହା ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଓ ସମର୍ଥ ଭାରତ ଗଢ଼ି ତୋଳିବାରେ ସହାୟକ ହେବ। ଏଥିସକାଶେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଉଛୁ। ସ୍କୁଲ, କଲେଜ, ହଷ୍ଟେଲ, ସ୍ପୋର୍ଟିଂ ସେଣ୍ଟର ଆଦିରେ ସଚେତନତା ଅଭିଯାନର ଆୟୋଜନ କରାଯାଉଛି। ତେଣୁ ସ୍କୁଲ ପାଠ୍ୟକ୍ରମ ଓ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
The post ଏଣିକି ସ୍କୁଲ ପାଠ୍ୟକ୍ରମରେ ରହିବ ଯୋଗ: କେବେଠୁ… appeared first on Dharitri Odia News.