ଫୁଟ୍ପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର୍
ନାଗପୁର,୧୮।୬: ମହାରାଷ୍ଟ୍ର ନାଗପୁରର ସହରର ଡିଗୋରୀ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ କାର୍ ମାଡି ଯିବାରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଚାରି ପିଲାଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ମୃତକ ହେଲେ କାଣ୍ଟିବାଇ ଗଜୋଦ ବାଗଡିଆ (୪୨) ଏବଂ ସୀତାରାମ ବାବୁଲାଲ ବାଗଡିଆ(୩୦)। ଆହତମାନେ ହେଲେ କବିତା ସୀତାରାମ ବାଗଡିଆ(୨୮), ବାଲ୍କୁ ସୀତାରାମ ବାଗଡିଆ(୮), ହସିନା ସୀତାରାମ ବାଗଡିଆ(୩), ସାକିନା ସୀତାରାମ ବାଗଡିଆ(୨), ହନୁମାନ […] The post ଫୁଟ୍ପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର୍ appeared first on Dharitri Odia News.
ନାଗପୁର,୧୮।୬: ମହାରାଷ୍ଟ୍ର ନାଗପୁରର ସହରର ଡିଗୋରୀ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ କାର୍ ମାଡି ଯିବାରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଚାରି ପିଲାଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ମୃତକ ହେଲେ କାଣ୍ଟିବାଇ ଗଜୋଦ ବାଗଡିଆ (୪୨) ଏବଂ ସୀତାରାମ ବାବୁଲାଲ ବାଗଡିଆ(୩୦)। ଆହତମାନେ ହେଲେ କବିତା ସୀତାରାମ ବାଗଡିଆ(୨୮), ବାଲ୍କୁ ସୀତାରାମ ବାଗଡିଆ(୮), ହସିନା ସୀତାରାମ ବାଗଡିଆ(୩), ସାକିନା ସୀତାରାମ ବାଗଡିଆ(୨), ହନୁମାନ ଖଜୋଦ ବାଗଡିଆ (୩୫) ଏବଂ ବିକ୍ରମ ଭୁଷା ହନୁମାନ ବାଗଡିଆ (୧୦) ।
ପୋଲିସ ସୂଚନା ମୁତାବକ, ଜଣେ ଇଞ୍ଜିନିୟରିଂ ଛାତ୍ର ମଦ ପିଇ ଏକ କାର ଚଳାଉଥିଲେ। ନାଗପୁରର ସହରର ଡିଗୋରୀ ଅଞ୍ଚଳରେ କାରଟି ଭାରସାମ୍ୟ ହରାଇ ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଆହତମାନଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଛି।
ମୃତକ ଏବଂ ଆହତମାନେ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନେ ଖେଳଣା ବିକ୍ରି କରି ଫୁଟପାଥରେ ରୁହୁଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
The post ଫୁଟ୍ପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର୍ appeared first on Dharitri Odia News.