ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ

ନୂଆଦିଲ୍ଲୀ,୯।୫: ସାମ୍ପ୍ରତିକ ଭାରତ-ପାକ୍‌ ଯୁଦ୍ଧ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ କରିଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର୍‌ ଜାରି ହୋଇଛି। ମେଡିକାଲ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ବାତିଲ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଛୁଟି ବାତିଲ ରହିବ। ଛୁଟି ମଞ୍ଜୁର ହୋଇଥିଲେ ବାତିଲ ସହ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ।  ଅପରେଶନ  ‘ସିନ୍ଦୂର’ ପରେ ଭାରତ […] The post ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ appeared first on Dharitri Odia News.

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ

ନୂଆଦିଲ୍ଲୀ,୯।୫: ସାମ୍ପ୍ରତିକ ଭାରତ-ପାକ୍‌ ଯୁଦ୍ଧ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ କରିଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର୍‌ ଜାରି ହୋଇଛି। ମେଡିକାଲ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ବାତିଲ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଛୁଟି ବାତିଲ ରହିବ। ଛୁଟି ମଞ୍ଜୁର ହୋଇଥିଲେ ବାତିଲ ସହ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ।  ଅପରେଶନ  ‘ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହା ସହିତ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା, ପାକିସ୍ତାନୀ କୂଟନୀତିଜ୍ଞମାନଙ୍କୁ ନିର୍ବାସନ ଦେବା ଏବଂ ସୀମାନ୍ତ ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଏବଂ ନାଗରିକମାନଙ୍କୁ ସମ୍ଭାବ୍ୟ ବିପଦ ପାଇଁ ପ୍ରସ୍ତୁତ ରଖିବାକୁ ଏହି ନିର୍ଦ୍ଦେଶ ଜାରି କରିଛି।

The post ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ appeared first on Dharitri Odia News.