ଫୁଟ୍ବଲ୍ ଖେଳିଲା ବଣୁଆ ଦନ୍ତା; କିକ୍ ମାରିଲା, ପିଲାଙ୍କ ଭଳି ପଡ଼ିଆରେ ଧାଇଁଲା…
କେନ୍ଦୁଝର,୨୯।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ପିଲାଙ୍କ ସହ ଫୁଟ୍ବଲ୍ ଖେଳିଲା ଦନ୍ତା। ଏଭଳି କିଛି ଦୃଶ୍ୟ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବି ପାଟଣା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ପିଲା ମାନେ ଫୁଟବଲ ଖେଳୁଥିବା ବେଳେ ହଠାତ୍ ଏକ ବଣୁଆ ଦନ୍ତା ପଡିଆ ଭିତରକୁ ଚାଲି ଆସିଥିଲା। ପିଲାମାନେ ହାତୀକୁ ଦେଖି ପ୍ରଥମେ ଭୟଭୀତ ହୋଇ ପଡ଼ିଥିଲେ। ପରେ ହାତୀଟି ପିଲାଙ୍କଠାରୁ ଫୁଟବଲ ନେଇ କିକ୍ ମାରି ଖେଳିଥିଲା। ଅଧଘଣ୍ଟାରୁ ଅଧିକ ସମୟ ଧରି ହାତୀଟି […] The post ଫୁଟ୍ବଲ୍ ଖେଳିଲା ବଣୁଆ ଦନ୍ତା; କିକ୍ ମାରିଲା, ପିଲାଙ୍କ ଭଳି ପଡ଼ିଆରେ ଧାଇଁଲା… appeared first on Dharitri Odia News.
କେନ୍ଦୁଝର,୨୯।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ପିଲାଙ୍କ ସହ ଫୁଟ୍ବଲ୍ ଖେଳିଲା ଦନ୍ତା। ଏଭଳି କିଛି ଦୃଶ୍ୟ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବି ପାଟଣା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ପିଲା ମାନେ ଫୁଟବଲ ଖେଳୁଥିବା ବେଳେ ହଠାତ୍ ଏକ ବଣୁଆ ଦନ୍ତା ପଡିଆ ଭିତରକୁ ଚାଲି ଆସିଥିଲା। ପିଲାମାନେ ହାତୀକୁ ଦେଖି ପ୍ରଥମେ ଭୟଭୀତ ହୋଇ ପଡ଼ିଥିଲେ। ପରେ ହାତୀଟି ପିଲାଙ୍କଠାରୁ ଫୁଟବଲ ନେଇ କିକ୍ ମାରି ଖେଳିଥିଲା। ଅଧଘଣ୍ଟାରୁ ଅଧିକ ସମୟ ଧରି ହାତୀଟି ଫୁଟବଲକୁ ଗଡ଼ାଇ ଗଡ଼ାଇ ଖେଳିଥିଲା। ଏହାକୁ ସେଠାରେ ଉପସ୍ଥିତ ପିଲା(ଖେଳାଳି)ଙ୍କ ସମେତ ଅନ୍ୟମାନେ ଦେଖଣାହାରୀ ସାଜି ଉପଭୋଗ କରିଥିଲେ। ଏହି ଭିଡିଓ ଏବେ ସବୁଠି ଭାଇରାଲ ହେଉଛି। ସଞ୍ଜ ହେବା ପୂର୍ବରୁ ହାତୀଟି ବର୍ଦ୍ଧନା ଜଙ୍ଗଲକୁ ଚାଲି ଯାଇଥିବା କୁହାଯାଉଛି।
The post ଫୁଟ୍ବଲ୍ ଖେଳିଲା ବଣୁଆ ଦନ୍ତା; କିକ୍ ମାରିଲା, ପିଲାଙ୍କ ଭଳି ପଡ଼ିଆରେ ଧାଇଁଲା… appeared first on Dharitri Odia News.