ଫୁଲ ତୋଳିବା ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଵାଲେଶ୍ୱର (କେନ୍ୟୁଜ): ଫୁଲ ତୁଳିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ।  ଵାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁରୁ ଗ୍ରାମରେ ଅନ୍ନପୂର୍ଣ୍ଣା ରାଉତ ଆଜି ଭୋର ସମୟରେ ନିଜ ବାଡ଼ିରେ ଫୁଲ ତୋଳିବାକୁ ଯାଇଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ଗଛ ଉପୁଡି ତାର ଉପରେ ପଡ଼ିଥିଲା ଫଳରେ ଘରକୁ ଆସିଥିବା ବିଦ୍ୟୁତ ତାରଟି ଛିଣ୍ଡି ଫୁଲ ଗଛ ଉପରେ ପଡ଼ିଥିଲା ଯାହା ଅନ୍ନପୂର୍ଣ୍ଣା ଜାଣିପାରିନଥିଲେ । ଅସାବଧାନତାରେ ବିଦ୍ୟୁତ […] The post ଫୁଲ ତୋଳିବା ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ appeared first on KNews Odisha.

ଫୁଲ ତୋଳିବା ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ
shok 4

ଵାଲେଶ୍ୱର (କେନ୍ୟୁଜ): ଫୁଲ ତୁଳିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ।  ଵାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁରୁ ଗ୍ରାମରେ ଅନ୍ନପୂର୍ଣ୍ଣା ରାଉତ ଆଜି ଭୋର ସମୟରେ ନିଜ ବାଡ଼ିରେ ଫୁଲ ତୋଳିବାକୁ ଯାଇଥିଲେ ।

ତେବେ ଗତକାଲି ବିଳମ୍ବିତ ରାତିରେ ଏକ ଗଛ ଉପୁଡି ତାର ଉପରେ ପଡ଼ିଥିଲା ଫଳରେ ଘରକୁ ଆସିଥିବା ବିଦ୍ୟୁତ ତାରଟି ଛିଣ୍ଡି ଫୁଲ ଗଛ ଉପରେ ପଡ଼ିଥିଲା ଯାହା ଅନ୍ନପୂର୍ଣ୍ଣା ଜାଣିପାରିନଥିଲେ । ଅସାବଧାନତାରେ ବିଦ୍ୟୁତ ତାରକୁ ଅନ୍ନପୂର୍ଣ୍ଣା ଧରି ପକାଇଥିଲେ। ପରିବାର ଲୋକ ଜାଣିବା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଖଇରା ମେଡିକାଲକୁ ନେଇଥିଲେ ।  ସେଠାରେ ଡାକ୍ତର ଅନ୍ନପୂର୍ଣ୍ଣାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅନ୍ନପୂର୍ଣ୍ଣାହେଉଛନ୍ତି ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ବରେନ୍ଦ୍ର ରାଉତଙ୍କ ଧର୍ମପତ୍ନୀ ।

 

The post ଫୁଲ ତୋଳିବା ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ appeared first on KNews Odisha.