କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ସଂଘର ୧୬ ନଂ ଜାତୀୟ ରାଜପଥ ଅବରୋଧ, ବ୍ୟାପକ ପୋଲିସ ମୁତୟନ

ଯାଜପୁର : କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ସଂଘର ଜାତୀୟ ରାଜପଥ ଅବରୋଧ । ୧୬ନଂ ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ଵର ମନ୍ଦିର ନିକଟରେ ଆଜି ଅପରାହ୍ନରେ ସଂଘ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ଗତକାଲି ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ଘଟିଥିଲା । ଆଜି ମୃତଦେହ ବ୍ୟବଛେଦ ହୋଇ ଆସିବା ପରେ ଶବକୁ ରଖି ରାସ୍ତା ଅବରୋଧ କରିଛି ସଂଘ । ଅଭିଯୋଗ ମୁତାବକ, ଗତକାଲି ରସୁଲପୁର ବ୍ଲକ […] The post କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ସଂଘର ୧୬ ନଂ ଜାତୀୟ ରାଜପଥ ଅବରୋଧ, ବ୍ୟାପକ ପୋଲିସ ମୁତୟନ appeared first on KNews Odisha.

କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ସଂଘର ୧୬ ନଂ ଜାତୀୟ ରାଜପଥ ଅବରୋଧ, ବ୍ୟାପକ ପୋଲିସ ମୁତୟନ
jajpur

ଯାଜପୁର : କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ସଂଘର ଜାତୀୟ ରାଜପଥ ଅବରୋଧ । ୧୬ନଂ ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ଵର ମନ୍ଦିର ନିକଟରେ ଆଜି ଅପରାହ୍ନରେ ସଂଘ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ଗତକାଲି ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ଘଟିଥିଲା । ଆଜି ମୃତଦେହ ବ୍ୟବଛେଦ ହୋଇ ଆସିବା ପରେ ଶବକୁ ରଖି ରାସ୍ତା ଅବରୋଧ କରିଛି ସଂଘ ।

ଅଭିଯୋଗ ମୁତାବକ, ଗତକାଲି ରସୁଲପୁର ବ୍ଲକ ଅନ୍ତର୍ଗତ ଓଡିଶୋ ପଞ୍ଚାୟତ ମାନପୁର ଗ୍ରାମର ୧୦୮ କର୍ମଚାରୀ ପ୍ରଶାନ୍ତ କୁମାର ଦାସ ଡ୍ୟୁଟିରେ ଥିବା ସମୟରେ ଗାଡିରୁ ଖସିପଡି ମୃତ୍ୟୁ ବରଣ କରିଥିଲେ । ତେବେ ଦାୟିତ୍ଵରେ ଥିବା ସଂସ୍ଥା ଏନେଇ କିଛି ସହାୟତା ପ୍ରଦାନ କରିନାହିଁ । ଫଳରେ ଆଜି ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଆମ୍ବୁଲାନ୍ସ କର୍ମଚାରୀ ଏକାଠି ହୋଇ ସମ୍ପୃକ୍ତ ସଂସ୍ଥା ବିରୋଧରେ ଗର୍ଜିବା ସହ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରି ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଥିଲେ ।

ଖବର ପାଇ ଯାଜପୁରରୋଡ଼ ଏସଡିପିଓ ସଞ୍ଜୟ ପଟନାୟକ, ସିଡିଏମଓ ଡା. ଶିବାଶିଷ ମହାରଣାଙ୍କ ସମେତ ଧର୍ମଶାଳା, କୁଆଖିଆ, ବଡ଼ଚଣା ଥାନାର ଥାନା ଅଧିକାରୀ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ସଂଘ ପକ୍ଷରୁ ରଖାଯାଇଥିବା ଦାବିଗୁଡିକୁ ପ୍ରଶାସନ ନମାନିଲେ ଆସନ୍ତାକାଲି ଠାରୁ ୧୦୮ଆମ୍ବୁଲାନ୍ସ ସେବାକୁ ଅଚଳ କରି ଦିଆଯିବ ବୋଲି ସଂଘର ନେତା ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ ସଂସ୍ଥା ସହ ଆଲୋଚନା କରାଯାଇ କ୍ଷତିପୂରଣ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ସିଡିଏମଓ କହିଛନ୍ତି । ତେବେ ପୋଲିସ ପ୍ରଶାସନ ବୁଝାସୁଝା କରି ଜାତୀୟ ରାଜପଥରେ ଗାଡି ଚଳାଚଳକୁ ସ୍ୱାଭାବିକ କରିଥିବା ବେଳେ ଆନ୍ଦୋଳନକାରୀମାନେ ଜିଦରେ ଅଟଳ ରହିଥିବା ଦେଖିବାକୁ ମିଳିଛି ।

The post କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ସଂଘର ୧୬ ନଂ ଜାତୀୟ ରାଜପଥ ଅବରୋଧ, ବ୍ୟାପକ ପୋଲିସ ମୁତୟନ appeared first on KNews Odisha.