ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ ତାଙ୍କୁ ମାଡ଼ ମାରିଛନ୍ତି। ସେମାନେ କହ୍ନେୟା କୁମାରଙ୍କୁ ଫୁଲ ମାଳ ପିନ୍ଧାଇବା ନାଁରେ ତାଙ୍କ ପାଖକୁ ଆସିଥିଲେ। ଏହାପରେ ତାଙ୍କୁ ଚାପୁଡା ଓ ଗୋଇଠା ମାରିଥିଲେ। ଏଥିସହ ସେମାନେ କାଳି ବି ଫିଙ୍ଗିଛନ୍ତି। ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି। ପୁରା ଘଟଣାରେ କହ୍ନେୟାଙ୍କ ସମେତ ୩ରୁ ୪ ଜଣ […] The post ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ appeared first on Dharitri Odia News.

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ ତାଙ୍କୁ ମାଡ଼ ମାରିଛନ୍ତି। ସେମାନେ କହ୍ନେୟା କୁମାରଙ୍କୁ ଫୁଲ ମାଳ ପିନ୍ଧାଇବା ନାଁରେ ତାଙ୍କ ପାଖକୁ ଆସିଥିଲେ। ଏହାପରେ ତାଙ୍କୁ ଚାପୁଡା ଓ ଗୋଇଠା ମାରିଥିଲେ। ଏଥିସହ ସେମାନେ କାଳି ବି ଫିଙ୍ଗିଛନ୍ତି। ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି। ପୁରା ଘଟଣାରେ କହ୍ନେୟାଙ୍କ ସମେତ ୩ରୁ ୪ ଜଣ ମହିଳା ମଧ୍ୟ ଆହତ ହୋଇଛନ୍ତି।

ପୋଲିସ ଅନୁସାରେ, କହ୍ନେୟା କୁମାର କରତାର ନଗର ସ୍ଥିତ ଆମ ଆଦମୀ ପାର୍ଟି ଅଫିସରୁ ବୈଠକ ସାରି ଫେରୁଥିବାବେଳେ କିଛି ଯୁବକ କହ୍ନେୟା କୁମାରଙ୍କ ପାଖକୁ ଆସି ପ୍ରଥମେ ଫୁଲ ମାଳ ପକାଇଥିଲେ। ଏହାପରେ ତାଙ୍କ ଉପରକୁ କାଳି ମାଡ଼ କରି ଥିଲେ। ଘଟଣା ବେଳର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦୁଇ ପକ୍ଷ ପରସ୍ପରକୁ ଆକ୍ରମଣ କରୁଛନ୍ତି।

The post ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ appeared first on Dharitri Odia News.